ଗପ ହେଲେ ବି ସତ
ସିନ୍ଥିରେ ସିନ୍ଦୂର...ହାତରେ ଶଙ୍ଖା... ମଥାରେ ନାଲି ଓଢ଼ଣୀ ଦେଇ ବନ୍ଧୁରୁ ସାଜିବି ତୁମ ନବବଧୂ । ଗପ ହେବ ସତ, ମୁଁ କହିବି ଆଇ ଲଭ୍ ୟୁ । ଆଉ ତମେ କହିବ ସବୁ ଜନମରେ ମୋ ହାତ ଧରି ଚାଲୁଥା । ଜୀବନରେ ଅନେକ ଛୋଟ ବଡ଼ ଘଟଣା ଓ ଦୁର୍ଘଟଣା ଘଟେ, ଜୀବନ ଅନେକ ମୋଡ଼ ବି ନିଏ, ଆଉ ସେ ଦୁର୍ଘଟଣା ସବୁକୁ ତମେ ସହିଯାଇଛ । କିନ୍ତୁ ଏବେ ତୁମର ସବୁ ସୁଖ ଦୁଃଖରେ ମୁଁ ସାଥୀ ହେବି । ତୁମ ସବୁ କଷ୍ଟକୁ ମୁଁ ଅଧା କରିନେବି । ହାତ ଗଣ୍ଠି ପଡ଼ିବା ପରେ ଆମେ ସାଥୀ ହେବା ସାତ ଜନମର । ତୁମେ ମୋ ଦିୱାନା, ଆଉ ମୁଁ ସାଜିବି ତୁମ ସୁନା ଚଢ଼େଇ । ମନେଅଛି ପ୍ରେମ କୁମାର, ସେଦିନର ଆମ ଭିତରେ ଥିବା ସମଥିଙ୍ଗ୍ ସମଥିଙ୍ଗ୍ । ତମେ ପଚାରିଥିଲ ଆମ ଭିତରେ କିଛି ଅଛି କି ? ମୁଁ କହିଥିଲି କେହି ଜଣେ ଭଲ ଲାଗେରେ । ଅଭିମନ୍ୟୁ ପରି ମୋ ଜୀବନକୁ ଆସିଲ ଆକାଶେ କି ରଙ୍ଗ ଲାଗିଲା ପରି ପ୍ରେମ ରଙ୍ଗ ଢାଳିଦେଲ ।
ଅଧିକ ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶା ମୁହାଁ ଟଲିଉଡ୍; ପୁଷ୍ପା-2 ପରେ ଏବେ କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ
ଏମିତି କିଛି ଖୋଲାଖୋଲି ନକହିଲେ ବି ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ନିର୍ବନ୍ଧ ଓ ବିବାହକୁ ସିଗ୍ନାଲ ଦେଇଛନ୍ତି ଜାଗୃତି । ପରିବାର ଓ ବନ୍ଧୁମାନଙ୍କ ସମର୍ଥନକୁ ନେଇ ସେ ବେଶ୍ ଖୁସି ଅଛନ୍ତି । ଦୁହିଁଙ୍କ ପ୍ରେମ କାହାଣୀ ଏକାଠି ଲେଖିବାକୁ ଅପେକ୍ଷା କରିପାରୁନଥିବା ଜଣାଇଛନ୍ତି । ଏମିତି ଦର୍ଶକଙ୍କ ଭାଷାରେ କହିବାକୁ ଗଲେ ଗପ ଆଜି ସତ ହେବାକୁ ଯାଉଛି ।
ଅଭିନେତା ଅନୁଭବ ଓ ଜାଗୃତିଙ୍କ ନିର୍ବନ୍ଧ ସରିଥିବା କଥା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଆଉ ଆସନ୍ତା ୧୧ ତାରିଖରେ କୁଆଡେ ପଡ଼ିବାକୁ ଯାଉଛି ଏମାନଙ୍କ ହାତଗଣ୍ଠି । ବାନ୍ଧବୀରୁ ବଧୂ ସାଜିବାକୁ ଯାଉଛନ୍ତି ଜାଗୃତି । ଯାହାକୁ ନେଇ ଅନୁଭବ ଫ୍ୟାନ୍ସମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ପୁରୁଣା କଥାକୁ ଭୁଲି ଏବେ ନୂଆ କରି ସଂସାର ଆରମ୍ଭ କରିବାକୁ ଯାଉଛନ୍ତି ଅନୁଭବ । ତେଣୁ ଏବେଠୁ ସୋସିଆଲ ମିଡିଆରେ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741505554.jpg)