Advertisment

ସମୁଦ୍ର କୂଳରେ ସନୀ ଲିଓନେଙ୍କ ବୋଲ୍ଡ ଅବତାର

ବଲିଉଡ୍ ଅଭିନେତ୍ରୀ ସନୀ ଲିଓନେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବେଳେ ନିଜର ବୋଲ୍ଡ ଫଟୋ ଓ ଭିଡିଓ ସେୟାର କରି ଲୋକଙ୍କୁ ପାଗେଳା କରିଦିଅନ୍ତି। ତାଙ୍କ ବୋଲ୍ଡ ଅବତାରକୁ ମଧ୍ୟ ଦେଖିବା ପାଇଁ ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ଚାହିଁ ବସିଥାନ୍ତି। ସନୀ ବର୍ତ୍ତମାନ ନିଜ ପରିବାର ପତି ଡେନିୟଲ ୱେବର, ତିନି ପିଲା ନିଶା, ନୁହ ଓ ଆଶେରଙ୍କ ସହିତ ମାଳଦୀପରେ ଛୁଟି କାଟୁଛନ୍ତି।

Sunny Leone

Sunny Leone

Advertisment

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ସନୀ ଲିଓନେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବେଳେ ନିଜର ବୋଲ୍ଡ ଫଟୋ ଓ ଭିଡିଓ ସେୟାର କରି ଲୋକଙ୍କୁ ପାଗେଳା କରିଦିଅନ୍ତି। ତାଙ୍କ ବୋଲ୍ଡ ଅବତାରକୁ ମଧ୍ୟ ଦେଖିବା ପାଇଁ ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ଚାହିଁ ବସିଥାନ୍ତି। ସନୀ ବର୍ତ୍ତମାନ ନିଜ ପରିବାର ପତି ଡେନିୟଲ ୱେବର, ତିନି ପିଲା ନିଶା, ନୁହ ଓ ଆଶେରଙ୍କ ସହିତ ମାଳଦୀପରେ ଛୁଟି କାଟୁଛନ୍ତି।

Advertisment
Sunney Leoneସନୀ ଲିଓନେ

ଏହି ଅବସରରେ ସନୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଓ ଭିଡିଓ ମଧ୍ୟ ସେୟାର କରୁଛନ୍ତି। ଏସବୁକୁ ତାଙ୍କ ପ୍ରଶଂସକମାନେ ଦେଖି ଖୁସି ହେଉଥିବା ବେଳେ ମତାମତ ବି ଦେଉଛନ୍ତି। ଶୁକ୍ରବାର ସନୀ ଲିଓନେ ଏକ ୱନ୍-ଶୋଲ୍ଡର୍ ବରଗଣ୍ଡୀ ରଙ୍ଗର କଟଆଉଟ୍ ମୋନୋକିନୀ ପିନ୍ଧି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ସମୁଦ୍ର କୂଳରେ ଶୋଇ ପୋଜ୍ ଦେଉଥିବା ନଜର ଆସନ୍ତି। ସେ ଏହି ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ଧନ୍ୟବାଦ @buricho ମୋ ଫଟୋଗ୍ରାଫର ହୋଇଥିବାରୁ ଓ ସବୁ ଭଳି ସାହାଯ୍ୟ କରୁଥିବାରୁ। ୟୁ ରକ୍‌ ଭାଇ।”

Advertisment

ଖାଲି ଫଟୋ ନୁହେଁ, ସନୀ ଏହି ବେଳର ଏକ ଭିଡିଓ ବି ସେୟାର କରିଛନ୍ତି। ଏହି ଭିଡିଓରେ ସନୀ ପାଣି ଭିତରୁ ଦୌଡି ଦୌଡି ସମୁଦ୍ର କୂଳକୁ ଆସୁଥିବା ଦେଖାଯାଉଛନ୍ତି। ଶେଷରେ ସେ କ୍ୟାମେରାକୁ ଚାହିଁ ଫ୍ଲାଇଙ୍ଗ୍‌ କିସ୍‌ ବି କରୁଥିବା ଦେଖାଯାଆନ୍ତି। ତେବେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର ହୋଇଥିବା ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡ୍ ମ୍ୟୁଜିକ୍‌ରେ ଅଭିନେତ୍ରୀ ‘ଆଜ୍ ବ୍ଲୁ ହେ ପାନି ପାନି’ ଗୀତ ବ୍ୟବହାର କରିଛନ୍ତି।

ଭିଡିଓ ଓ ଫଟୋ ଉଭୟକୁ ଲୋକଙ୍କ ପ୍ରତିକ୍ରିୟା ମିଳୁଛି। ଖବର ଲେଖାହେବା ବେଳକୁ ଭିଡିଓ ଉପରେ ଅଢେଇ ଲକ୍ଷରୁ ଅଧିକ ଲାଇକ୍ ଆସିସାରିଥିଲା। ସେହିପରି ପଟୋରେ ବି ସାଢେ ଆଠ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି। ସନୀଙ୍କର ଅନେକ ପ୍ରଶଂସନ ତାଙ୍କର ଫଟୋ ଓ ଭିଡିଓ ଉପରେ କମେଣ୍ଟ କରୁଥିବା ଦେଖାଯାଏ।

Advertisment
Sunney Leoneସନୀ ଲିଓନେ

ସନୀ ଲିଓନେଙ୍କ କାମର କଥା ଉଠେଇଲେ ସେ ଏବେ ‘ସ୍ପଲିଟ୍‌ସଭିଲା ୧୩’ରେ ରଣବିଜୟଙ୍କ ସହିତ ହୋଷ୍ଟ ଭୂମିକାରେ ଦେଖାଦେବେ। ନିକଟରେ ସନୀ ତାଙ୍କ ପତି ଓ ପରିବାର ସହିତ ନୂଆ ଘରକୁ ସିପ୍ଟ ହୋଇଛନ୍ତି। ସେ ଏକ ପିଜ୍ଜା ପାଟୀ କରି ନୂଆ ଘରର ଫଟୋ ମଧ୍ୟ ସେୟାର କରିଥିଲେ।

Bollywood Sunny Leone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ