Advertisment

ଭାଇରାଲ ହେଲା ସନ୍ନୀ ଲିଓନଙ୍କ ନୂଆ ଭିଡିଓ

ସନ୍ନୀ ଲିଓନ୍ ବଲିଉଡର ଜଣେ ନାମୀଦାମି ଅଭିନେତ୍ରୀ। ସେ ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବେଳେ ନିଜ ପ୍ରଶଂସକମାନଙ୍କ ସହିତ ନିଜର ଷ୍ଟାଇଲିସ୍ ଫଟୋ ଓ ମଜ୍ଜାଳିଆ ଭିଡିଓ ମଧ୍ୟ ଶେୟାର କରନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ଏହି ଭିଡିଓରେ ସେ କନିକା କପୁରଙ୍କ ଗୀତ ‘ମଧୁବନ’ରେ ଜବରଦସ୍ତ ନାଚୁଥିବା ନଜର ଆସିଛନ୍ତି।

Sunny Leone dances on Madhuban Mein Radhika

Sunny Leone dances on Madhuban Mein Radhika

Advertisment

ନୂଆଦିଲ୍ଲୀ : ସନ୍ନୀ ଲିଓନ୍ ବଲିଉଡର ଜଣେ ନାମୀଦାମି ଅଭିନେତ୍ରୀ। ସେ ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବେଳେ ନିଜ ପ୍ରଶଂସକମାନଙ୍କ ସହିତ ନିଜର ଷ୍ଟାଇଲିସ୍ ଫଟୋ ଓ ମଜ୍ଜାଳିଆ ଭିଡିଓ ମଧ୍ୟ ଶେୟାର କରନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ଏହି ଭିଡିଓରେ ସେ କନିକା କପୁରଙ୍କ ଗୀତ ‘ମଧୁବନ’ରେ ଜବରଦସ୍ତ ନାଚୁଥିବା ନଜର ଆସିଛନ୍ତି। ଏହି ଅବସରରେ ସେ କ୍ରିମ୍ ରଙ୍ଗର ଶାଢୀ ପିନ୍ଧିଛନ୍ତି। ଏହି ଶାଢୀରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି।

Advertisment
Sunny Leone in bold lookସନ୍ନୀ ଲିଓନଙ୍କ ବୋଲ୍ଡ ଅବତାର

ସନ୍ନୀ ଲିଓନଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓକୁ ତାଙ୍କ ପ୍ରଶସଂକମାନେ ଖୁବ୍ ପସନ୍ଦ କରୁଛନ୍ତି। ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ଆପଣ ଭାରି ହଟ୍ ଲାଗୁଛନ୍ତି ସନ୍ନୀ ମ୍ୟାମ୍”। ସେହିପରି କେହି କେହି ବହୁତ ସୁନ୍ଦର ନାଚ ବୋଲି ଲେଖିଛନ୍ତି ତ ଆଉ କେହି। ଏହି ଭିଡିଓକୁ ବର୍ତ୍ତମାନ ୪୧୪ ହଜାର ଜଣ ଦେଖିସାରିଥିବା ବେଳେ ୧୯୦ ହଜାରରୁ ଅଧିକ ଜଣ ଲାଇକ୍ କରିଛନ୍ତି।

Also Read

Advertisment

କିଛି ଦିନ ପୂର୍ବରୁ ସନ୍ନୀ ଲିଓନ୍ ତାଙ୍କ ସ୍ୱାମୀ ଡାନିୟଲ୍ ୱେବରଙ୍କ ସହିତ ଏକ ମଜ୍ଜାଳିଆ ଭିଡିଓ କରି ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହି ଭିଡିଓରେ ସନ୍ନୀ ତାଙ୍କ ସ୍ୱାମୀଙ୍କ ମସଲ୍ସବାଲା ଫଟୋ ବିଷୟରେ କୁହନ୍ତି ତ ସେ ତାଙ୍କ ବଡି ଦେଖେଇ କେତେ ମଜବୁତ୍ ବୋଲି କୁହନ୍ତି। ଏହା ପରେ ସନ୍ନୀ ଡାନିଏଲଙ୍କ ସହ ଏକ ମଜ୍ଜା କରନ୍ତି। ଏହାକୁ ଦେଖି ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ହସି ହସି ବେଦମ ହେଉଥିବା ଜଣାଯାଏ।

ସମସେ ଜାଣନ୍ତି ଯେ ସନ୍ନୀ ଲିଓନ୍ ବଲିଉଡକୁ ପ୍ରବେଶ କରିବା ପୂର୍ବରୁ ପର୍ଣ୍ଣ ଷ୍ଟାର ଥିଲେ। କିନ୍ତୁ ବଲିଉଡକୁ ଆସିବା ପରେ ସେ ତାଙ୍କ ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିଛନ୍ତି। ତେବେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ବିଗ୍ ବସ୍‌କୁ ଆସିଥିଲେ। ଏଠାରେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ନଜର ତାଙ୍କ ଉପରେ ପଡିଥିଲା। ସେ ତାଙ୍କର ଫିଲ୍ମ ‘ଜିଶ୍ମ-୨’ରେ ତାଙ୍କୁ ସୁଯୋଗ ଦେଇଥିଲେ।

Advertisment
Sunny Leone in Jism 2ଜିଶ୍ମ ୨ ରେ ସନ୍ନୀ ଲିଓନ

ପ୍ରକାଶଥାଉ ଯେ ସନ୍ନୀ ଲିଓନ୍ ଆଗାମୀ ଦିନରେ ସାଉଥ୍‌ ସିନେମାରେ ଧୁମ୍ ମଚେଇବାକୁ ଯାଉଛନ୍ତି। ସେ ତାମିଲ୍ ଫିଲ୍ମ୍ ‘ଭୀରମାଦେଭୀ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ସହିତ ସେ ମଧ୍ୟ ମଲୟାଲମ ଫିଲ୍ମ ‘ରଙ୍ଗୀଲା’ରେ ବି ନଜର ଆସିବେ। ତାଙ୍କର ଆଉ ଏକ ତାମିଲ୍ ଫିଲ୍ମ ‘ଶୋରୀ’ର ସୁଟିଂ ଆରମ୍ଭ ହୋଇଯାଇଛି। ଖାଲି ଏତିକି ନୁହେଁ ସେ ମଧ୍ୟ ତେଲୁଗୁ ଫିଲ୍ମ ‘କୋକା କୋଲା’ ଓ ‘ହେଲେନ୍’ରେ ବି ନଜର ଆସିବେ। ଏହା ବ୍ୟତୀତ ସନ୍ନୀ କନ୍ନଡ ଫିଲ୍ମ ‘କୋଟୀଗୋବ୍‌ବା ୩’ ଓ ହିନ୍ଦୀ ଫିଲ୍ମ ‘ଦ ବଟମ୍‌ ଅଫ୍ ଭୀମା କାରେଗାଓଁ’ରେ ଏକ ବିଶେଷ ଗୀତରେ ଦେଖାଦେବେ।

Bollywood Sunny Leone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ