Sunny deol shares first poster from upcoming action movie jaat
ବଲିଉଡ୍ ତାରକା ସନ୍ନି ଦେଓଲ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକ ଏବଂ ଘନିଷ୍ଠ ଲୋକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସନ୍ନି ଦେଓଲ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳିଛି।
ସନ୍ନି ଦେଓଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମ 'ଜାଟ୍'ରୁ ତାଙ୍କର ପ୍ରଥମ ଲୁକ୍ର ଝଲକ ଦେଖାଇଛନ୍ତି। ପୋଷ୍ଟରରେ ଏହା ଦେଖିବାକୁ ମିଳେ ଯେ ସନ୍ନି ଦେଓଲ ପୂରା ରାଗ ମୁଡ୍ରେ ଅଛନ୍ତି ଏବଂ ତାଙ୍କ ହାତରେ ଏକ ବଡ଼ ପୁରୁଣାକାଳିଆ ପଙ୍ଖା ଅଛି। ଲାଗୁଛି ଯେପରି ସେ କାହାକୁ ମାରିବା ପାଇଁ ଏହି ଫଙ୍ଖାକୁ ଉପାଡିଛନ୍ତି। ଚଳଚ୍ଚିତ୍ର ‘ଜାଟ୍’ର ଏହା ଏକ ଦୃଶ୍ୟ ପରି ଲାଗେ।
ସବୁବେଳେ ଦମଦାର ଆକ୍ସନ ଦେବା ନେଇ ସନ୍ନି ଦେଓଲ୍ ବେଶ୍ ଜଣାଶୁଣା। କେତେବେଳେ କାନ୍ଥ ଭାଙ୍ଗିବା, କେତେବେଳେ ପାଇପ୍ ଉପାଡିବା ହେଉ ତ ପୁଣି କେତେବେଳେ କୋଉ ଖଳନାୟକର ଗୋଡ ବା ହାତ ଭାଙ୍ଗିବାର ଆକ୍ସନ କରିବାର ତାଙ୍କୁ ଦେଖିବାକୁ ମିଳେ। ବର୍ତ୍ତମାନ ତାଙ୍କର ଏହି ପଙ୍ଖା ଭାଙ୍ଗିବା ଦୃଶ୍ୟ ତାଙ୍କ ପ୍ରଶଂସକଙ୍କ ଉତ୍ସାହକୁ ବଢାଇଦେଇଛି।
ସନ୍ନି ଦେଓଲଙ୍କ ଆକ୍ସନ୍ ଅବତାର:
ଫିଲ୍ମ 'ଜାଟ୍'ର ପୋଷ୍ଟରରୁ ଏହା ସ୍ପଷ୍ଟ ହୋଇଛି ଯେ ସନ୍ନି ଦେଓଲ ପୁଣି ଥରେ ବଡ ପରଦାରେ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଗୋପୀଚାନ୍ଦ ମଲିନେନି। ମୈଥରୀ ମୁଭି ମେକର୍ସ ବ୍ୟାନରରେ ଏହି ଫିଲ୍ମ ପ୍ରସ୍ତୁତ କରାଯାଉଛି।
ରିପୋର୍ଟ ଅନୁଯାୟୀ, ନିର୍ମାତା ଆସନ୍ତା ବର୍ଷ ୨୦୨୫ର ରିପବ୍ଲିକ୍ ଡେ’ ୱିକେଣ୍ଡରେ ‘ଜାଟ୍’ ରିଲିଜ୍ କରିବାକୁ ଯୋଜନା କରୁଛନ୍ତି। ତେବେ ଏନେଇ ଖୁବ୍ ଶୀଘ୍ର ଏକ ସରକାରୀ ଘୋଷଣା ହେବ ବୋଲି ଆଶା କରାଯାଏ।
ଚାଲିଛି ସୁଟିଂ:
ସନ୍ନି ଦେଓଲଙ୍କ ବ୍ୟତୀତ ରଣଦୀପ ହୁଡା, ସୈୟାମି ଖେର୍ ଏବଂ ରେଜିନା କେସେଣ୍ଡ୍ରାଙ୍କ ଭଳି ଷ୍ଟାରମାନେ ସନି ଦେଓଲଙ୍କ ଫିଲ୍ମ 'ଜାଟ'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଚାଲିଛି।
ମାସ୍ ଆକ୍ସନ୍ ଏଣ୍ଟର୍ଟେନର୍ ବିଶେଷଜ୍ଞ ଭାବରେ ଜଣାଶୁଣା ଗୋପୀଚାନ୍ଦ ମାଲିନେନି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରର ସବୁଠାରୁ ଉଚ୍ଚାଭିଳାଷୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ମୁଖ୍ୟ ଭୂମିକାରେ ସନ୍ନି ଦେଓଲଙ୍କ ଅଭିନୀତ ଏହି ଫିଲ୍ମର ବର୍ତ୍ତମାନ ଏକ ହାଇ ଭୋଲଟେଜ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729327201.jpg)