Advertisment

‘ଗଦର ୨’ ପରେ ଫି’ ବଢ଼େଇବାକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ସନ୍ନି ଦେଓଲ୍

‘ଗଦର ୨’ ରିଲିଜ୍ ହେବାର ଏକ ସପ୍ତାହ ପରେ ଖବର ଆସିଥିଲା ଯେ ସନ୍ନି ତାଙ୍କ ଅଭିନୟ ଫି’କୁ ୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସନ୍ନି ଦେଓଲ୍ ଏହି ପ୍ରସଙ୍ଗରେ ତାଙ୍କ ନୀରବତା ଭାଙ୍ଗିଛନ୍ତି ଏବଂ ତାଙ୍କର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ଅଦ୍ୟତନ ହୋଇଛି
Sunny deol reacts on reports that claimed he has increased his fees

Sunny deol reacts on reports that claimed he has increased his fees

Advertisment

‘ଗଦର ୨’ କରି ସନ୍ନି ଦେଓଲ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଚଳଚ୍ଚିତ୍ର ଦେଇଦେଲେ। ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୪୫୦ କୋଟି ଟଙ୍କାର ମାର୍କ ଅତିକ୍ରମ କରି ବଲିଉଡରେ ଚର୍ଚ୍ଚା ଖେଳେଇଦେଇଛି। ଏହା ଏବେ ୫୦୦ କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ‘ଗଦର ୨’ ରିଲିଜ୍ ହେବାର ଏକ ସପ୍ତାହ ପରେ ଖବର ଆସିଥିଲା ​​ଯେ ସନ୍ନି ତାଙ୍କ ଅଭିନୟ ଫିସ୍‌କୁ ୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସନ୍ନି ଦେଓଲ୍ ଏହି ପ୍ରସଙ୍ଗରେ ତାଙ୍କ ନୀରବତା ଭାଙ୍ଗିଛନ୍ତି ଏବଂ ତାଙ୍କର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

Advertisment

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ସନ୍ନି ତାଙ୍କ ପରବର୍ତ୍ତୀ ପ୍ରକଳ୍ପ ପାଇଁ ଅଧିକ ଚାର୍ଜ କରିବାର ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ସର୍ବପ୍ରଥମେ, ମୁଁ ଭାବୁଛି ଟଙ୍କା ହେଉଛି ଏକ ବ୍ୟକ୍ତିଗତ ବିଷୟ। ରୋଜଗାର କରୁଥିବା କେହି ବି ନିଜ ଦରମା କେବେ ଶେୟାର କରେନି। ଏପରିକି ନିଜର ଲୋଙ୍କଙ୍କୁ ମଧ୍ୟ ନୁହେଁ। ଦ୍ୱିତୀୟ କଥା ହେଲା ମୁଁ କେତେ ଚାର୍ଜ କରିବି ନା ନ କରିବି ତାହା ସେତେବେଳେ ସ୍ଥିର ହେବ ଯେତେବେଳେ ମୁଁ ମୋର ପରବର୍ତ୍ତୀ ସିନେମା ପାଇଁ ଦସ୍ତଖତ କରିବି। ବର୍ତ୍ତମାନ ଆମେ ସମସ୍ତେ ‘ଗଦର ୨’ ର ସଫଳତାକୁ ପାଳନ କରୁଛୁ।"

ସନ୍ନି ଆହୁରି ମଧ୍ୟ କହିଛନ୍ତି, "ମୁଁ ମୋର ମୂଲ୍ୟ ଜାଣେ। ମୋର ସବୁଠାରୁ ଖରାପ ସମୟରେ ମଧ୍ୟ ମୁଁ ମୋର ଫିସ୍ ଉପରେ ଆପୋଷ ବୁଝାମଣା କରି ନାହିଁ। ଆହୁରି ମଧ୍ୟ ମୁଁ ଜଣେ ବୁଝିବାସୁଝିବା ବ୍ୟକ୍ତି। ମୁଁ ଜାଣେ ଆଜି ସନ୍ନି ଦେଓଲଙ୍କୁ ଭିନ୍ନ ଦୃଷ୍ଟିରୁ ଦେଖାଯାଉଛି... କିନ୍ତୁ ମୁଁ ତ ସେଇଠି ଅଛି, ଯେଉଁଠି ଥିଲି। ଲୋକଙ୍କ ଦୃଷ୍ଟିକୋଣ ବଦଳିଯାଇଛି।” ଶେଷରେ ସେ କହିଥିଲେ ଯେ ତାଙ୍କ ପରିବାର ହେଉଛି ତାଙ୍କର ସବୁଠାରୁ ବଡ ସମ୍ପତ୍ତି।

Advertisment

୨୭ ଅଗଷ୍ଟରେ ‘ଗଦର ୨’ ଭାରତୀୟ ବକ୍ସ ଅଫିସରେ ୪୫୦ କୋଟି ଟଙ୍କାର ମାର୍କ ଅତିକ୍ରମ କରିଛି। ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, "ଐତିହାସିକ ଦୌଡ ଜାରି ରହିଛି... #Gadar2। ଶନିବାର-ରବିବାରର ରୋଜଗାର ଦମଦାର। ୪୫୦ କୋଟି ଟଙ୍କାର ମାର୍କ ଅତିକ୍ରମ କରି ୫୦୦ କୋଟି ଆଡକୁ ଯାଉଛି।”

Bollywood Sunny Deol Gadar-2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ