Advertisment

'ଗଦର ୨' ସହ 'ଓଏମ୍‌ଜି ୨'ର ଲଢେଇକୁ ନେଇ ସନୀ ଦେଓଲ ଅସନ୍ତୁଷ୍ଟ; କହିଲେ ଏମିତି…

ଦୁଇ ବଡ଼ ତାରକାଙ୍କ ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। 'ଗଦର ୨' ସହ 'ଓଏମ୍‌ଜି ୨'ର ଲଢେଇ ହେବ। ଆଜିକାଲି ଉଭୟ ଟପ୍ ଷ୍ଟାରଙ୍କ ଫିଲ୍ମର ଲଢେଇକୁ ନେଇ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମର ବକ୍ସ ଅଫିସରେ ସଂଘର୍ଷକୁ ନେଇ ସନୀ ଦେଓଲ ନିଜେ ପ୍ରତିକ୍ରିୟା ଦେଇଛନ୍ତି।

ଅଦ୍ୟତନ ହୋଇଛି
Sunny deol break silence on gadar-2 and omg-2 box office clash

Sunny deol break silence on gadar-2 and omg-2 box office clash

Advertisment

ସନୀ ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଗଦର ୨' ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବାକୁ ଯାଉଛି। ସେହିଦିନ ଅକ୍ଷୟ କୁମାରଙ୍କ ଫିଲ୍ମ 'ଓଏମ୍‌ଜି ୨' ମଧ୍ୟ ରିଲିଜ୍‌ ହେବ। ଦୁଇ ବଡ ତାରକାଙ୍କ ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। କିନ୍ତୁ ଆଜିକାଲି ଉଭୟ ଟପ୍ ଷ୍ଟାରଙ୍କ ଫିଲ୍ମର ଲଢେଇକୁ ନେଇ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମର ବକ୍ସ ଅଫିସରେ ସଂଘର୍ଷକୁ ନେଇ ସନୀ ଦେଓଲ ନିଜେ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଗୋଟିଏ ପଟେ ସନୀ ଦେଓଲଙ୍କ ଫିଲ୍ମ 'ଗଦର ୨' ତାରା ସିଂହ ଏବଂ ସକିନାଙ୍କ କାହାଣୀକୁ ନେଇ ଆସୁଥିବା ବେଳେ ଅନ୍ୟପଟେ ଅକ୍ଷୟ କୁମାରଙ୍କ ବ୍ୟାକ୍ ଟୁ ଫ୍ଲପ୍ ଫିଲ୍ମ ପରେ ଆଉ ଏକ ଫିଲ୍ମ 'ଓଏମ୍‌ଜି ୨' ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ଅକ୍ଷୟଙ୍କ କ୍ୟାରିୟର ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବ ବୋଲି କୁହାଯାଉଛି।

ଏହି ଫିଲ୍ମରୁ ଅଭିନେତା ନିଜେ ମଧ୍ୟ ବହୁତ ଆଶା ରଖିଛନ୍ତି ଯେ, ଏହା ତାଙ୍କ କ୍ୟାରିଅରକୁ ଏକ ନୂଆ ଦିଗ ଦେଇପାରେ। ତେବେ ଏହି ଦୁଇ ଫିଲ୍ମର ଲଢେଇକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି। ବର୍ତ୍ତମାନ ‘ଗଦର’ର ତାରା ସିଂହ ଅର୍ଥାତ୍ ସନି ଦେଓଲ୍ ନିଜେ ଏହି ଫିଲ୍ମର ଲଢେଇକୁ ନେଇ ଏକ ବିବୃତ୍ତି ଦେଇଛନ୍ତି।

Advertisment

ଅକ୍ଷୟ କୁମାରଙ୍କ 'ଓଏମ୍‌ଜି ୨' ସହିତ ‘ଗଦର ୨’ର ସଂଘର୍ଷକୁ ନେଇ ସନ୍ନି ଦେଓଲ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ୨୦୦୧ ମସିହାରେ ତାଙ୍କ ଫିଲ୍ମ 'ଗଦର: ଏକ୍‌ ପ୍ରେମ କଥା' ଆମୀର ଖାନଙ୍କ 'ଲଗାନ' ସହିତ ସଂଘର୍ଷ କରିଥିଲା। ମୁଁ ବୁଝିପାରୁନି ଲୋକେ ଫିଲ୍ମକୁ ନେଇ ତୁଳନା କାହିଁକି କରନ୍ତି। ସେତେବେଳେ ବେଳେ ଫିଲ୍ମ 'ଗଦର: ଏକ୍‌ ପ୍ରେମ କଥା' ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା। ଲୋକଙ୍କୁ ଲାଗିଲା ଯେ ଏହା ଏକ ମସାଲାଦାର ଚଳଚ୍ଚିତ୍ର, ଏହା ଏକ ପୁରୁଣା ପ୍ରକାରର ଚଳଚ୍ଚିତ୍ର ହେବ, ଅନ୍ୟପଟେ ଲୋକମାନେ ବିଶ୍ୱାସ କରୁଥିଲେ ଯେ ‘ଲଗାନ୍’ ଏକ କ୍ଲାସିକ୍ ଚଳଚ୍ଚିତ୍ର।”

ସନୀ ଦେଓଲ ଆହୁରି କହିଛନ୍ତି ଯେ “ରିଲିଜ୍ ପୂର୍ବରୁ ମଧ୍ୟ କିଛି ଲୋକ 'ଗଦର' କୁ ନେଇ ବହୁତ କଥା କହିଥିଲେ। କିନ୍ତୁ ପରେ ଏହି ଚଳଚ୍ଚିତ୍ରଟି ଲୋକଙ୍କ ପ୍ରଥମ ପସନ୍ଦ ହୋଇଗଲା। ଲୋକମାନେ ଏହି ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ହୃଦୟରୁ ପ୍ରେମ ଦେଇଥିଲେ ଏବଂ ଫିଲ୍ମ ମଧ୍ୟ ଲୋକଙ୍କୁ ବହୁତ ମନୋରଂଜନ କରିଥିଲା। ମୋର ମନେ ଅଛି ଏକ ପୁରସ୍କାର ଶୋ’ରେ ସେମାନେ ‘ଗଦର୍‌’ର ମଜାକ୍ ଉଡେଇଥିଲେ କିନ୍ତୁ ଏହା ଆମକୁ କୌଣସି ଫରକ ପକେଇ ନଥିଲା।”

Advertisment

ସେ ଆହୁରି ମଧ୍ୟ କହିଛନ୍ତି, “ପ୍ରତ୍ୟେକ ଚଳଚ୍ଚିତ୍ରର ନିଜସ୍ୱ ଅନନ୍ୟ କାହାଣୀ ଅଛି ଯାହାର କୌଣସି ବିକଳ୍ପ ନାହିଁ, ଏହାକୁ କାହିଁକି ତୁଳନା କରାଯାଏ। ମୋର ଅନ୍ୟ କେତେକ ଚଳଚ୍ଚିତ୍ର ସହିତ ମଧ୍ୟ ଏମିତି ହୋଇଛି। ଯେପରି ‘ଘାଏଲ’କୁ ‘ଦିଲ୍‌’ ସହିତ ତୁଳନା କରାଯାଇଥିଲା। ଏହା ମଧ୍ୟରେ କୌଣସି ତୁଳନା ନାହିଁ କିନ୍ତୁ ସେହି ଚଳଚ୍ଚିତ୍ରଟି ଏକ ସୁପର୍‌ହିଟ୍ ବୋଲି ମଧ୍ୟ ପ୍ରମାଣିତ ହୋଇଥିଲା। ଏହା ସତ୍ତ୍ୱେ ଲୋକମାନେ ଚଳଚ୍ଚିତ୍ର ତୁଳନା କରିବାକୁ ପସନ୍ଦ କରନ୍ତି।”

Bollywood Akshay Kumar Sunny Deol Gadar-2 OMG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ