Advertisment

ସୁନୀଲ ଶେଟ୍ଟୀଙ୍କ ବିଲ୍ଡିଂକୁ ସିଲ୍‌କଲା ବିଏମ୍‌ସି

ବିଏମ୍‌ସି ଦ୍ୱାରା ଅଭିନେତା ସୁନୀଲ ଶେଟ୍ଟୀଙ୍କ ବିଲ୍ଡିଂକୁ ସିଲ୍ କରାଯାଇଛି। ବିଲ୍ଡିଂରେ ଏକାଧିକ କରୋନା ମାମଲା ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି।

ସୁନୀଲ ଶେଟ୍ଟୀଙ୍କ ବିଲ୍ଡିଂକୁ ସିଲ୍‌କଲା ବିଏମ୍‌ସି

Suniel Shetty

Advertisment

ମୁମ୍ବାଇ : ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ଦକ୍ଷିଣ ମୁମ୍ବାଇରେ ଯେଉଁ ବିଲ୍ଡିଂରେ ରହୁଛନ୍ତି ତାହାକୁ ସିଲ୍ କରିଦିଆଯାଇଛି। ବିଏମ୍‌ସି ଦ୍ୱାରା ଅଭିନେତାଙ୍କ ବିଲ୍ଡିଂକୁ ସିଲ୍ କରାଯାଇଛି। ସୂଚନା ମୁତାବକ, ସୁନୀଲ ଶେଟ୍ଟୀ ରହୁଥିବା ବିଲ୍ଡିଂରେ ଏକାଧିକ କରୋନା ମାମଲା ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି। ନିୟମ ଅନୁଯାୟୀ, ଯଦି କୌଣସି ବିଲ୍ଡିଂରେ ପାଞ୍ଚଟି କରୋନା ମାମଲା ଥାଏ, ତେବେ ଏହାକୁ ସିଲ୍ କରିବା ଜରୁରୀ। ତେବେ ପ୍ରଶଂସକମାନେ ଜାଣି ଖୁସି ହେବେ ଯେ ସୁନୀଲ ଶେଟ୍ଟୀ ଏବଂ ତାଙ୍କ ପରିବାର ବର୍ତ୍ତମାନ ମୁମ୍ବାଇରୁ ବାହାରେ ଅଛନ୍ତି। ବିଏମ୍‌ସି ଆସିଷ୍ଟାଣ୍ଟ କମିଶନର ପ୍ରଶାନ୍ତ ଗାଇକୱାଡ ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ମୁମ୍ବାଇର ଆଲ୍ଟାମାଉଣ୍ଟ ରୋଡ୍‌ରେ ଅବସ୍ଥିତ 'ପୃଥ୍ୱୀ ଆପାର୍ଟମେଣ୍ଟ'କୁ ସିଲ୍ କରାଯାଇଛି।

Advertisment

ତେବେ ସୁନୀଲଙ୍କ ପରିବାର ସଂପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀ ଗାଇକୱାଡ୍‌ ସ୍ପଷ୍ଟ କରିଛନ୍ତି। ଏଏନ୍‌ଆଇ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ୍‌ରେ ଏହା କୁହାଯାଇଛି ଯେ “ସାଉଥ୍‌ ମୁମ୍ବାଇର ଅଲ୍ଟାମାଉଣ୍ଟ ରୋଡ ସ୍ଥିତ ପୃଥ୍ୱୀ ଆପାର୍ଟମେଣ୍ଟ ବିଲ୍ଡିଂକୁ ସିଲ୍ କରିଦିଆଯାଇଛି। ଏହି ବିଲ୍ଡିଂରେ କିଛି ଲୋକ କରୋନାରେ ସଂକ୍ରମିତ ହେବା କାରଣରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ବିଲ୍ଡିଂ ୩୦ ତାଲା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୨୦ ଫ୍ଲାଟ୍ସ ରହିଛି। ଏହି ବିଲ୍ଡିଂରେ ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀ ରହୁଛନ୍ତି।”

ବର୍ତ୍ତମାନ ମୁମ୍ବାଇର ଡି ୱାର୍ଡରେ କରୋନା କାରଣରୁ ୧୦ଟି ସ୍ଥାନକୁ ସିଲ୍ କରାଯାଇଛି। ଏଥିରେ ମାଲାବାର ହିଲ୍ସ ଏବଂ ପେଡର୍ ରୋଡ୍ ମଧ୍ୟ ଅନ୍ତର୍ଭୁକ୍ତ।

Advertisment

ସୁନୀଲ୍ ତାଙ୍କର ଚମତ୍କାର ଅଭିନୟ ପାଇଁ ଯେତିକି ଜଣାଶୁଣା ତାଙ୍କର ସୁଲଭ ଫିଟ୍‌ନେସ୍‌ ପାଇଁ ମଧ୍ୟ ବେଶ ପରିଚିତ। ନିକଟରେ ସେ ନିଜର ଏକ ପୁରୁଣା ଫଟୋ ସେୟାର କରିଥିଲେ। ଅଭିନେତାଙ୍କର ଏହି ଫଟୋ ସେହିଦିନର, ଯେତେବେଳେ ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ଫଟୋରେ ସୁନୀଲ ଶେଟ୍ଟୀ ଏକ ସ୍ଲିଭଲେସ୍ ଜ୍ୟାକେଟ୍‌ରେ ନଜର ଆସିଛନ୍ତି। ସୁନୀଲଙ୍କ ଏଭଳି ଫିଟ୍‌ନେସ୍ ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି।

Advertisment

ତେବେ ଏହି ଫଟୋରେ ସୁନୀଲ ଶେଟ୍ଟୀଙ୍କ ବାଇସେପ୍ସ ବଦଳରେ ତାଙ୍କର ଚମତ୍କାର କ୍ୟାପସନ୍ ଉପରେ ଅଧିକ ଆଲୋଚନା କରାଯାଇଥିଲା। ଅଭିନେତା ସେ ପୋଷ୍ଟ କରିଥିବା ଫଟୋର କ୍ୟାପସନରେ ଲେଖିଛନ୍ତି, 'ବାଇସେପ୍ ଦେଖାଇବା ପାଇଁ ଦିନ କିଛି କରିବ।' ଏହା ବ୍ୟତୀତ ଅଭିନେତାଙ୍କ ଝିଅ ଆଥିଆ ଶେଟ୍ଟୀ ମଧ୍ୟ ଆଜିକାଲି କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ତାଙ୍କ ସମ୍ପର୍କର ଗୁଜବକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି।

Bollywood Actor Bollywood Suniel Shetty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ