Advertisment

ସୁନୀଲ ଶେଟ୍ଟୀଙ୍କୁ ‘ଗୁଟ୍‌ଖା କିଙ୍ଗ୍’ କହି ଅଡୁଆରେ ଯୁବକ

ସୁନୀଲ ଶେଟ୍ଟୀଙ୍କୁ ଜଣେ ବ୍ୟକ୍ତି ଟାର୍ଗେଟ୍‌ କରିଛନ୍ତି। ତାଙ୍କୁ କହିଦେଇଛନ୍ତି ‘ଗୁଟ୍‌ଖା କିଙ୍ଗ୍’। ସୁନୀଲ ତାଙ୍କୁ ଚଷମା ବଦଳେଇବାକୁ କହିବା ପାରେ ସେ କ୍ଷମା ମାଗିଛନ୍ତି।

ଅଦ୍ୟତନ ହୋଇଛି
Suniel Shetty gutkha king of India

Suniel Shetty gutkha king of India

Advertisment

ତମାଖୁ ବ୍ରାଣ୍ଡ୍‌ର ବିଜ୍ଞାପନ ପାଇଁ ସୁନୀଲ ଶେଟ୍ଟୀଙ୍କୁ ଜଣେ ବ୍ୟକ୍ତି ଟାର୍ଗେଟ୍‌ କରିଛନ୍ତି। ଏହି ବ୍ୟକ୍ତି ଅଜୟ ଦେବଗନ୍, ଶାହରୁଖ ଖାନ୍‌ ଏବଂ ଅକ୍ଷୟ କୁମାରଙ୍କୁ ତମାଖୁ ବ୍ରାଣ୍ଡ୍‌ର ପ୍ରଚାର ପାଇଁ ସମାଲୋଚନା କରୁଥିବାବେଳେ ଭୁଲ୍ ଭାବରେ ଅଜୟଙ୍କ ବଦଳରେ ସୁନୀଲଙ୍କୁ ଟ୍ୟାଗ୍ କରିଥିଲେ। ଯେତେବେଳେ ସୁନୀଲ ତାଙ୍କ ଭୁଲ କୁ ନେଇ ଟ୍ୱିଟର ବ୍ୟବହାରକାରୀଙ୍କୁ କହିଥିଲେ, ବ୍ୟକ୍ତି ଜଣଙ୍କ କେବଳ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିନାହାଁନ୍ତି ବରଂ ସେ ତାଙ୍କର ପ୍ରଶଂସକ ବୋଲି ମଧ୍ୟ ଦାବି କରିଛନ୍ତି।

Advertisment

ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ଶାହରୁଖ ଖାନ୍‌ ଷ୍ଟାରର ତମାଖୁ ବ୍ରାଣ୍ଡ୍‌ର ଏକ ହୋର୍ଡିଂର ଫଟୋ ଶେୟାର କରୁଥିବାବେଳେ ବ୍ୟକ୍ତି ଜଣଙ୍କ ସୁନୀଲ ଶେଟ୍ଟୀଙ୍କୁ ଏହି ମନ୍ତବ୍ୟରେ ଟ୍ୟାଗ୍ କରିଛନ୍ତି। ଏହି ଛଟୋ ଶେୟାର କରି ସେ ଲେଖିଛନ୍ତି ଯେ “ଏହି ରାଜପଥରେ ଏତେଗୁଡ଼ିଏ ବିଜ୍ଞାପନ ଦେଖିବା ପରେ ଏବେ ଗୁଟ୍‌ଖା ଖାଇବାକୁ ମନ ହେଉଛି।” ବ୍ୟକ୍ତି ଜଣକ ଏହା ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, “ହେ ଗୁଟ୍‌ଖା ରାଜା ଶାହରୁଖ, ଅକ୍ଷୟ ଏବଂ ସୁନୀଲ, ଆପଣଙ୍କ ପିଲାମାନକୁ ଭୁଲ୍ ମାର୍ଗରେ ଦେଶ ଚଳାଇବା ପାଇଁ କହୁଥିବାରୁ ଆପଣମାନେ ଲଜ୍ଜିତ ହେବା ଉଚିତ। ଭାରତକୁ କର୍କଟ ଦେଶ ଆଡକୁ ନିଅନ୍ତୁ ନାହିଁ।”

ଯେତେବେଳେ ସୁନୀଲ ଶେଟ୍ଟୀ ଏହି ଟୁଇଟରକୁ ଦେଖିଲେ ସେ ଏକ ହାତ ଯୋଡିଥିବା ଇମୋଜି ସହିତ ଲେଖିଥିଲେ ଯେ “ଭାଇ, ତୁମେ ତୁମର ଚଷମାକୁ ଆଡ୍‌ଜଷ୍ଟ୍‌ କର ନଚେତ ବଦଳେଇ ଦିଅ।” ସୁନୀଲଙ୍କ ଉତ୍ତରରେ ଟ୍ୱିଟର ବ୍ୟବହାରକାରୀ ତାଙ୍କୁ ଟ୍ୟାଗ୍‌ କରିଥିବାରୁ କ୍ଷମା ମାଗିଛନ୍ତି ଏବଂ ସେ ତାଙ୍କର ଜଣେ ବଡ ପ୍ରଶଂସକ ବୋଲି ଦାବି କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ନମସ୍ତେ ସୁନୀଲ ଶେଟ୍ଟୀ। ମତେ କ୍ଷମା କର, ଏହା ଭୁଲରେ ଟ୍ୟାଗ୍ ହୋଇଯାଇଛି ଏବଂ ମୋର ଉଦ୍ଦେଶ୍ୟ ତୁମକୁ ଆଘାତ ଦେବା ନଥିଲା ଭାଇ। ଅନେକ ଅନେକ ଭଲପାଇବା। ଏହା ଅଜୟ ଦେବଗନ୍ ହେବା ଉଚିତ୍।”

Advertisment

ବ୍ୟକ୍ତି ଜଣଙ୍କ ଆହୁରି ଲେଖିଛନ୍ତି ଯେ “ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ, ଆପଣଙ୍କ ନାମ ସବୁବେଳେ ଟ୍ୟାଗ୍‌ରେ ପ୍ରଥମ ଆସେ।” ସୁନୀଲ ଏକ ନମସ୍କାର ଇମୋଜି ସହିତ ବ୍ୟକ୍ତିଙ୍କ କ୍ଷମା ପ୍ରାର୍ଥନାକୁ ସ୍ୱୀକାର କରିଥିଲେ। ଏଥି ସହିତ ସୁନୀଲଙ୍କ ପ୍ରଶଂସକମାନେ ତାଙ୍କ ପ୍ରତିକ୍ରିୟାରେ ଏବଂ ତମାଖୁ ବ୍ରାଣ୍ଡ୍‌କୁ ପ୍ରୋତ୍ସାହିତ ନ କରୁଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ।

Suniel Shetty gutkha king of Indiaସୁନୀଲ ଶେଟ୍ଟୀଙ୍କୁ ‘ଗୁଟ୍‌ଖା କିଙ୍ଗ୍’ କହିବା ପରେ ଟ୍ୱିଟର ୱାର୍

ଜଣେ ପ୍ରଶଂସକ ଲେଖିଛନ୍ତି, “ପ୍ରଶଂସକମାନେ ଯେତେ ଭୁଲ୍ କଲେ ବି ଆପଣ ଏହାର ଜବାବ ଦିଅନ୍ତି। ସେଥିପାଇଁ ଆପଣଙ୍କୁ ଜଣେ ଚମତ୍କାର ବ୍ୟକ୍ତି ଭାବରେ ବିବେଚନା କରାଯାଏ।” ତେଲୁଗୁ ଫିଲ୍ମ 'ଗନୀ'ରେ ସୁନୀଲ ଶେଟ୍ଟୀଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସେ ଗତ ବର୍ଷ 'ମୁମ୍ବାଇ ସାଗା'ରେ ଜଣେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ।

Advertisment
Bollywood Suniel Shetty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ