Advertisment

ପରଦାକୁ ଫେରୁଛନ୍ତି ସୁନୀଲ ଶେଟ୍ଟୀ; କରିବେ ଧମାଲ୍

ପାୱାରଫୁଲ୍ ମାଫିଆ ରାଜା ହେଇ 'ଧାରାବୀ ବ୍ୟାଙ୍କ' ମାଧ୍ୟମରେ ପରଦାକୁ ଫେରୁଛନ୍ତି ସୁନୀଲ ଶେଟ୍ଟୀ। ପୋଲିସ୍ ତାଙ୍କ ମାହିଆ ରାଜ୍ ଖୋଲିବାକୁ କରୁଛି ଚେଷ୍ଟା। ଏହାର ଟିଜର ରିଲିଜ୍ ହୋଇଛି। ଦେଖନ୍ତୁ…

Suneil Shetty digital debut with Vivek Oberoi  in Dharavi Bank

Suneil Shetty digital debut with Vivek Oberoi in Dharavi Bank

Advertisment

ପାୱାରଫୁଲ୍ ମାଫିଆ ରାଜା ହେଇ 'ଧାରାବୀ ବ୍ୟାଙ୍କ' ମାଧ୍ୟମରେ ପରଦାକୁ ଫେରୁଛନ୍ତି ସୁନୀଲ ଶେଟ୍ଟୀ। ପୋଲିସ୍ ତାଙ୍କ ମାହିଆ ରାଜ୍ ଖୋଲିବାକୁ କରୁଛି ଚେଷ୍ଟା। ଏହାର ଟିଜର ରିଲିଜ୍ ହୋଇଛି। ଦେଖନ୍ତୁ…

Advertisment

ପରଦାକୁ ଫେରୁଛନ୍ତି ସୁନୀଲ ଶେଟ୍ଟୀ। 'ଧାରାବୀ ବ୍ୟାଙ୍କ' ସହିତ ଜଣେ ଶକ୍ତିଶାଳୀ ମାଫିଆ ରାଜା ଥଲାଇବନ୍ ଭାବରେ ସେ OTTରେ ଡେବ୍ୟୁ କରିଛନ୍ତି। ତାଙ୍କ ସହ ବିବେକ ଓବେରାଏଙ୍କୁ ଜଣେ ପାୱାରଫୁଲ ପୋଲିସ୍ ଅଫିସର ଜେସିପି ଜୟନ୍ତ ଗାଭାସ୍କର ଭାବେ ଦେଖିବାକୁ ମିଳିବ।

ଟିଜରର ଆରମ୍ଭ ଅପରିଷ୍କାର ଗଳି, ଖୋଲା ସ୍ୱେରେଜ୍ ଏବଂ ଝୁମ୍ପୁଡିରୁ ହୋଇଛି। ଏହା ଏମିତି ଏକ ସ୍ଥାନ ଯାହାକୁ ଏକ ଲକ୍ଷରୁ ଅଧିକ ଲୋକ ନିଜ ଘର ବୋଲି କୁହନ୍ତି। ଧାରାବୀ ହେଉଛି ରହସ୍ୟମୟ ସମୁଦ୍ରକୁ ଆଶ୍ରୟ ଦେବା ଲାଗି ଏକ ଗଭୀର ନଦୀ। 'ଧାରାବୀ ବ୍ୟାଙ୍କ' ହେଉଛି ଏହି ଅବ୍ୟବସ୍ଥିତ ମାୟାବୀ ଗଳିର ଏକ ପାୱାର୍-ପ୍ୟାକ୍ କାହାଣୀ।

Advertisment

ଏହି ସିରିଜ୍ ହେଉଛି ଦୁଇ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ସଂଘର୍ଷର କାହାଣୀ। ଏହି ମନୋରଞ୍ଜନ ଥ୍ରୀଲରର ସମସ୍ତ ଏପିସୋଡ୍ ୧୯ ନଭେମ୍ବରରୁ MX ପ୍ଲେୟାରରେ ଷ୍ଟ୍ରିମ୍ ହେବ। ଏହି ଶୋ’ ମାଧ୍ୟମରେ ସୁନୀଲ ଶେଟ୍ଟୀ ତାଙ୍କର ଡିଜିଟାଲ୍ ଡେବ୍ୟୁ କରୁଛନ୍ତି। ତାଙ୍କୁ ଏହି ଶୋ 'ଦାରାବୀ ବ୍ୟାଙ୍କ୍‌'ରେ ଥଲାଇବନଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ଏଥି ସହିତ ବିବେକ ଓବେରାଏ ତାଙ୍କ ସାମ୍ରାଜ୍ୟ ଭାଙ୍ଗିବା ପାଇଁ ଜେସିପି ଜୟନ୍ତ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବେ।

ତେବେ ରିଲିଜ୍ ହୋଇଥିବା ଏହି ଟ୍ରେଲର୍‌ରେ ଏକ ପ୍ରମୁଖ ଅପରାଧର ଝଲକ ଦେଖିବାକୁ ମିଳେ। ଧାରାବୀର ସେହି ୩୦ ହଜାର ଗଳିରେ ଛପି ରହିଥିବା ୩୦ ହଜାର କୋଟି ଟଙ୍କାର ଆର୍ଥିକ ସାମ୍ରାଜ୍ୟ ଖୋଜିବାକୁ ପୋଲିସ ବାହାରିଛି ଆଉ ଥଲାଇବନକୁ ହଟାଇବାକୁ ଚେଷ୍ଟା କରୁଛି। ଏଥିରେ ଏକ ପରିବାର, ସମ୍ମାନ, ଶକ୍ତି ଏବଂ କର୍ତ୍ତବ୍ୟର ଲଢେଇକୁ ଦେଖାଯାଇଛି।

Advertisment

ଏହି ସିରିଜ୍‌ରେ ଥଲାଇବନଙ୍କ ଚରିତ୍ରକୁ ନେଇ ସୁନୀଲ ଶେଟ୍ଟୀ କହିଛନ୍ତି, “ମୋ ନତରେ ସମ୍ମାନ ଅର୍ଜନ କରାଯିବା ଉଚିତ ଏବଂ ଏହା କିପରି କରାଯାଏ ଥଲାଇବନ ହେଉଛି ପ୍ରକୃତ ରୂପ। ସେ ଶକ୍ତିଶାଳୀ ଏବଂ ନିର୍ଦ୍ଦୟୀ କିନ୍ତୁ ଧାରାବୀରେ ରହୁଥିବା ଲୋକଙ୍କୁ ସେ ନିଜ ପରିବାର ବୋଲି ଭାବେ। ଥଲାଇବନ୍ ମୋ ପାଇଁ ଉପଯୁକ୍ତ ଡିଜିଟାଲ୍ ଡେବ୍ୟୁ।”

ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ସମିତ କକ୍କଡ୍। ଏହା ଜି ଷ୍ଟୁଡିଓ ଦ୍ୱାରା ପ୍ରଡ୍ୟୁସ୍ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୋନାଲି କୁଲକର୍ଣ୍ଣି, ଲ୍ୟୁକ୍‌ କେନୀ, ଫ୍ରେଡି ଦାରୁୱାଲା, ଶାନ୍ତି ପ୍ରିୟା, ସନ୍ତୋଷ ଜୁଭେକର, ନାଗେଶ ଭୋଁସଲେ, ସିଦ୍ଧାର୍ଥ ମେନନ୍, ହିତେଶ ଭୋଜରାଜ, ସମୀକ୍ଷା ବଟନଗର, ରୋହିତ ପାଠକ୍, ଜୟବନ୍ତୱାଡକର, ଚିନ୍ମୟ ମଣ୍ଡଲେକର, ଭାବନା ରାଓ, ଶ୍ରୁତି ଶ୍ରୀବାସ୍ତବ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

Bollywood Suniel Shetty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ