Struggle success of Vicky Kaushal
ନୂଆଦିଲ୍ଲୀ : ଖୁବ୍ କମ ଦିନରେ ଭିକୀ କୌଶଲ ବଲିଉଡ୍ରେ ଜଣେ ପ୍ରସିଦ୍ଧ ଚେହେରା ବନିଯାଇଛନ୍ତି। ସେ ଆଜିକାଲି ନିଜ ଫିଲ୍ମ ‘ସରଦାର ଉଦ୍ଧମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହୋଇସାରିଥିବା ବେଳେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରାଯାଉଛି। ବିଶେଷ କରି ଏହି ଫିଲ୍ମରେ ସରଦାର ଉଦ୍ଧମ ସିଂହଙ୍କ ଭୂମିକା ନେଇ ଭିକୀ କୌଶଲଙ୍କୁ ଖୁବ ପ୍ରଶଂସା କରାଯାଉଛି। ବର୍ତ୍ତମାନ ସମୟରେ ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀରେ ଜଣେ ସଫଳ କଳାକାର। ଯଦି ତାଙ୍କ ପୂର୍ବ ସମୟକୁ ଦେଖାଯାଏ ତେବେ ତାଙ୍କ ଜୀବନ କମ୍ ସଂଘର୍ଷମୟ ନ ଥିଲା। ଦିନେ ଗୋଟେ ରୋଲ୍ ପାଇବା ପାଇଁ ତାଙ୍କୁ କମ କଷ୍ଟ କରିବାକୁ ପଡିନି। ନିକଟରେ ଏକ ସାକ୍ଷାତକାର ଦେଇ ଭିକୀ ଏହାର ଖୁଲାସା କରିଛନ୍ତି।
କେତେ ସଂଘର୍ଷପୂର୍ଣ୍ଣ ଥିଲା ଭିକୀ କୌଶଲଙ୍କ ଜୀବନଭିକୀ ଜୁମ୍ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ “ଯେତେବେଳେ ଆପଣଙ୍କୁ ଅଡିଶନ ଦେବାକୁ ହୁଏ ସେତେବେଳେ ଆପଣଙ୍କୁ ଜଣାପଡିବ ଯେ ଆପଣ କେତେ ପାଣିରେ ଅଛନ୍ତି। କାରଣ ଏହି ସମୟରେ ଆପଣଙ୍କୁ ଶହେରୁ ହଜାର ଲୋକଙ୍କ ସହ କମ୍ପିଟ୍ କରିବାକୁ ହେବ। ଆପଣ ହଜାରେ ଅଭିନେତାଙ୍କ ଗହଣରେ ଥିବେ ଏବଂ ଆପଣଙ୍କ ପାଳିକୁ ଅପେକ୍ଷା କରିଥିବେ। ସେମାନଙ୍କ ମଧ୍ୟରୁ କିଛି ବହୁତ ଭଲ ଅଭିନୟ କରୁଥିବେ। ସେମାନଙ୍କୁ ଦେଖି ଆପଣଙ୍କ ମନୋବଳ କମିଯାଇପାରେ ନଚେତ୍ ବଢିଯାଇପାରେ। ଦିନକୁ ଆପଣଙ୍କୁ ଅନେକ ଅଡିଶନ ଦେବାକୁ ପଡିପାରେ। ଯଦି ଆପଣ ସବୁଠାରୁ ଭଲ କରନ୍ତି ତେବେ ଦୃଢ ବିଶ୍ୱାସ ଆସେ।”
Also Read
ସେ କହିଛନ୍ତି ଯେ “ଲୋକମାନେ ହୁଏତ ଜାଣି ନ ଥିବେ ଯଦି ମୁଁ ୧୦ଟି ଅଡିସନରେ ସଫଳ ହୋଇଛି ତେବେ ହଜାରେ ଅଡିସନରେ ବିଫଳତାର ସ୍ୱାଦ ଚାଖିଛି। ହଜାରେ ଅଡିସନ୍ରେ ମତେ ରିଜେକ୍ଟ କରାଯାଇଛି। ୧୦ଟି ଅଡିସନ ମୁଁ ପାସ୍ କରିଛି। ସମସ୍ତେ ଭାବନ୍ତି ଆରେ ୟାକୁ ତ ଖୁବ୍ ସହଜରେ ମିଳିଗଲା। କିନ୍ତୁ ସେମିତି କିଛି ନୁହେଁ। ତେବେ ଅଭିନୟ ଛଡା ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଯଦି ମୋ ଅଭିନୟ ନ ଚାଲେ, ଲୋକେ ଯଦି ମତେ ପସନ୍ଦ ନ କରନ୍ତି ତେବେ ମୋ ପାଖରେ ଆଉ କିଛି ନାହିଁ। ଏହା ନିଜକୁ କାମରେ ଲାଗି ରହିବା ନେଇ ସାହସ ଦିଏ।”
ତେବେ ଭିକୀ କୌଶଲଙ୍କୁ ଫିଲ୍ମ ‘ଉରୀ’ରେ ସଫଳତା ମିଳିଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଏହା ପରେ ତାଙ୍କୁ ଆହୁରି ଅନେକ ପ୍ରୋଜେକ୍ଟ ମିଳିଥିଲା। ତାଙ୍କୁ ‘ଦ ଇମୋର୍ଟାଲ ଅଶ୍ୱସ୍ଥମା’ରେ କାମ କରିବାର ଥିଲା। କିନ୍ତୁ ଫିଲ୍ମର ସୁଟିଂକୁ ଘୁଞ୍ଚାଯାଇଛି। ଏହା ସହିତ ସେ ‘ସେମ୍ ବାହାଦୂର’ ଓ ‘ତଖ୍ତ’ ଭଳି ଫିଲ୍ମରେ ଅଂଶ ଗ୍ରହଣ କରିଛନ୍ତି। ସେ ମଧ୍ୟ ସାରା ଅଲ୍ଲୀ ଖାନଙ୍କ ସହ ଲକ୍ଷ୍ମଣ ଉଟେକରଙ୍କ ଫିଲ୍ମରେ ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634560823.jpg)


