Advertisment

ସ୍ତନ କର୍କଟରେ ପୀଡ଼ିତ ଅଭିନେତ୍ରୀ ହିନା ଖାନ..ଇନଷ୍ଟାଗ୍ରାମରେ କହିଲେ ଏମିତି..

ଟିଭି ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ। ଏନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି ହିନା। ବର୍ତ୍ତମାନ ସେ ସ୍ତନ କର୍କଟର ତୃତୀୟ ଷ୍ଟେଜରେ ଥିବା କହିଛନ୍ତି। ଏହି କଠିନ ସମୟରେ ଫ୍ୟାନଙ୍କ ପ୍ରାର୍ଥନା ଲୋଡ଼ିଛନ୍ତି ହିନା।

Hina Khan

Hina Khan

Advertisment

ଅଭିନେତ୍ରୀ ହିନା ଖାନଙ୍କୁ ନେଇ ଆସିଲା ଦୁଃଖଦ ଖବର। ଇଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଫ୍ୟାନଙ୍କୁ ଝଟକା ଦେଇଛନ୍ତି ଖୋଦ ହିନା। ଯାହାକୁ ଶୁଣି ତାଙ୍କ ଫ୍ୟାନ ହତବାକ ହୋଇଯାଇଛନ୍ତି। ଦର୍ଶକବନ୍ଧୁ କିଛିଦିନ ତଳେ ବିଗବସ୍ ଫେମ ତଥା ଟେଲିଭିଜନ ଅଭିନେତ୍ରୀ ହିନା ଖାନ କିଛି ଗମ୍ଭୀର ରୋଗରେ ପୀଡିତ ଥିବା ନେଇ ଖବର ଉଠିଥିଲା। ତେବେ ଏହାକୁ ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ଖୋଦ ହିନା। ଏକ ପୋଷ୍ଟ ସେୟାର କରି ସେ ସ୍ତନ କର୍କଟର ତୃତୀୟ ଷ୍ଟେଜରେ ପୀଡିତ ଥିବା ନେଇ ସୂଚନା ଦେଇଛନ୍ତି।

Advertisment

ଏହି ପୋଷ୍ଟରେ ସେ ଲେଖିଛନ୍ତି ‘‘ନିକଟରେ ଉଠିଥିବା ଗୁଜବକୁ ନେଇ ମୁଁ ଆପଣମାନଙ୍କୁ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବାକୁ ଚାହୁଁଛି ଯେ, ମୁଁ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟରେ ଆକ୍ରାନ୍ତ।’’ ମୋର ଚିକିତ୍ସା ଆରମ୍ଭ ହୋଇଯାଇଛି। ମୁଁ ଦୃଢ, ସଂକଳ୍ପବଦ୍ଧ ଏବଂ ଏହି ରୋଗକୁ ଦୂର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛି। ଆପଣମାନଙ୍କ ବାର୍ତ୍ତା ମୋ ପାଇଁ ପ୍ରେରଣାର ଉତ୍ସ ହେବ। ଏହି କଠିନ ସମୟରୁ ବାହାରିବା ପାଇଁ ଦୟାକରି ମୋ ପାଇଁ ପ୍ରାର୍ଥନା କରନ୍ତୁ।

ହିନାଙ୍କ ଏହି ପୋଷ୍ଟ ପରେ କମେଣ୍ଟରେ ଅନେକ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଆଶ୍ୱସନା ଦେବା ସହ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ହିନା ଖାନ। ଲୋକପ୍ରିୟ ଟିଭି ସିରିଅଲ 'ୟେ ରିସ୍ତା କ୍ୟା କେହଲତା ହୈ'ରେ 'ଅକ୍ଷରା' ଭୂମିକା ପାଇଁ ସେ ଘରେ ଘରେ ପରିଚିତ। ଏହା ବ୍ୟତୀତ ସେ 'ବିଗ୍ ବସ୍' ଏବଂ 'ଖତରୋଁ କେ ଖିଲାଡି' ଭଳି ରିଆଲିଟି ଶୋ'ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏବେ ଏହି କଠିନ ସମୟରେ ଆମେ ପ୍ରାର୍ଥନା କରିବା ହିନା କିପରି ଶୀଘ୍ର ସୁସ୍ଥ ହୋଇ ତାଙ୍କ ଫ୍ୟାନଙ୍କ ପାଖକୁ ଫେରି ଆସନ୍ତୁ।

Advertisment
Hina Khan Breast Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ