Advertisment

ହତ୍ୟାର ଧମକ ପାଇ ଡରିଗଲେ କି ସଲମାନ ?

ଡରିଯାଇଛନ୍ତି କି ଭାଇଜାନ୍‌? ଏଥର ଇଦ୍‌ରେ ଘରୁ ବାହାରିଲେନି କି ପ୍ରଶଂସକଙ୍କୁ ବି ଭେଟିଲେନି। ପଞ୍ଜାବୀ ଗାୟକ ମୁସେୱାଲାଙ୍କୁ ହତ୍ୟା ପରେ ସଲମାନ ଡରିଯାଇଥିବା ନେଇ ବଢିଲା ଚର୍ଚ୍ଚା ।

ଅଦ୍ୟତନ ହୋଇଛି
Salman Khan

Salman Khan

Advertisment

ମୁସୱେଲାଙ୍କୁ ହତ୍ୟା ପରେ ଡରୁଛନ୍ତି କି ସଲମାନ? ଇଦ୍‌ ଦିନ କାହିଁକି ଘରୁ ବାହାରିଲେ ଭାଇଜାନ୍‌? ଭାଙ୍ଗିଲେ କି ବର୍ଷ ବର୍ଷର ପରମ୍ପରା? ସୋସିଆଲ ମିଡ଼ିଆରେ ଏନେଇ ଉଠିଲା ପ୍ରଶ୍ନ ।

Advertisment

ପଞ୍ଜାବୀ ଗାୟକ ମୁସେୱାଲାଙ୍କୁ ହତ୍ୟା ପରେ ଡରିଯାଇଛନ୍ତି କି ସଲମାନ ଖାନ୍‌? କାହିଁକି ଇଦ୍‌ରେ ପ୍ରଶଂସକଙ୍କୁ ଭେଟିବାକୁ ଘରୁ ବାହାରକୁ ଆସିଲେନି ଭାଇଜାନ୍‌ । ପ୍ରତ୍ୟେକ ବର୍ଷ ସଲମାନ ନିଜ ପ୍ରଶଂସକଙ୍କୁ ଭେଟୁଥିବା ବେଳେ ଏଥର କିନ୍ତୁ ଭେଟିଲେନି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି।

ଇଦ୍‌ ଦିନ ଘରୁ ବାହାରକୁ ଆସିନଥିଲେ ସଲମାନ । କିନ୍ତୁ ପ୍ରତିବର୍ଷ ପରି ଏଥର ମଧ୍ୟ ନିଜ ଘର ମନ୍ନତରୁ ବାହାରକୁ ଆସି ପ୍ରଶଂସକଙ୍କ ସହ କଥା ହୋଇଥିଲେ ବଲିଉଡ୍‌ର କିଙ୍ଗଖାନ୍‌ ଶାହାରୁଖ୍ । କିନ୍ତୁ ବଲିଉଡ୍‌ର ସୁପରଷ୍ଟାର ଏଥର ନିଜ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିବା କୁହାଯାଉଛି । ହେଲେ କାହିଁକି ଭାଇଜାନ ଏମିତି କଲେ ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି।

Advertisment

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସୁରକ୍ଷା ଦୃଷ୍ଟିରୁ ଏଥର ଇଦ୍‌ରେ ନିଜ ପ୍ରଶଂସକଙ୍କୁ ଭେଟିନାହାନ୍ତି ସଲମାନ। ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବା ପରେ ସଲମାନଙ୍କ ସୁରକ୍ଷାକୁ କଡ଼ାକଡି କରାଯାଇଛି । କାରଣ ମୁସେୱାଲାଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ୨୦୧୮ରେ ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ହେଲେ ଏହାକୁ ଗୁରୁତର ନେଇ ନଥିଲେ ସଲମାନ। କିନ୍ତୁ ମୁସେୱାଲାଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷାକୁ କଡାକଡି କରାଯାଇଛି। ଏମିତିତି ସଲମାନଙ୍କ ଘର ବାହାରେ ୨୦ ରୁ ଅଧିକ ସିସିଟିଭି ଲଗାଯାଇଛି। ଏମିତିକି ସଲମାନ ଯେଉଁଠିକି ସୁଟିଂ ପାଇଁ ଯାଉଛନ୍ତି ସେଠାରେ ସ୍ପେଶାଲ ଯବାନମାନେ ସୁରକ୍ଷା ପାଇଁ ନିୟୋଜିତ ମଧ୍ୟ ହେଉଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ସଲମାନ ନୁହଁନ୍ତି ବରଂ ସଲମାନଙ୍କ ଓକିଲ ହସ୍ତିମଲ ସାରସ୍ୱତଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି । ଅଭିଯୋଗ ହୋଇଛି ଯେ ଏହି ଧମକପୂର୍ଣ୍ଣ ଚିଠିକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପଠାଇଛନ୍ତି । ଓକିଲଙ୍କ ଚାମ୍ବର ବାହାରେ ଏହି ଚିଠି ଦେଖିବାକୁ ମିଳିଥିଲା। ଏଥିରେ ଲେଖା ହୋଇଥିଲା ଯେ, ତୁମର ଅବସ୍ଥା ସିଦ୍ଧୁ ମୁସେୱାଲା ପରି ହେବ । ଆମେ କାହାକୁ ଛାଡିବୁ ନାହିଁ । ଆପଣଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଛାଡ଼ିବୁ ନାହିଁ । ତେଣୁ ସବୁ ଦିଗକୁ ନଜରରେ ରଖି ସଲମାନ ଇଦ୍‌ରେ ପ୍ରଶଂସକଙ୍କୁ ଭେଟିନଥିଲେ ବୋଲି ଚର୍ଚ୍ଚା ହେଉଛି।

Advertisment
Salman Khan Special Story Avoids Public Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ