Advertisment

ଲୋକାର୍ପଣ ହେଲା ଓଡ଼ିଆ ଫିଲ୍ମ ‘ଆଭା’ର ଅଡିଓ-ପୋଷ୍ଟର

ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ  ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ l ନିକଟରେ ଏହି ସିନେମାର ସୁଟିଂ ଶେଷ ହୋଇଛି। ପୋଷ୍ଟ ପ୍ରଡକସନ କାର୍ଯ୍ୟ ଚାଲିଛି ।

ଅଦ୍ୟତନ ହୋଇଛି
Odia Film Ava

Odia Film Ava

Advertisment

ଓମ ବାବା ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର "ଆଭା" ଜଣେ ଭିନ୍ନକ୍ଷମ ନାରୀର ସଂଘର୍ଷର କାହାଣୀ । ଆଜି ଜୟଦେବ ଭବନ ଠାରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା l ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସହିତ ଅଡିଓ ଲୋକାର୍ପଣ ଏବଂ ପୋଷ୍ଟର ଉନ୍ମୋଚନ ରେ ଏକାମ୍ର, ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂ, ପ୍ରଯୋଜକ ପ୍ରବୀର ମହାପାତ୍ର, ଗୀତିକାର ତଥା ସଂଳାପକାର ମୋହିତ ଚକ୍ରବର୍ତ୍ତୀ, ଯୁଗଳ ଦେବତା, ହିମାଂଶୁ ଖଟୁଆ, ସଚ୍ଚିକାନ୍ତ ଜେନା, ପ୍ରିତମ, ସମାଜସେବୀ ତଥା ପ୍ରଯୋଜିକା ଶ୍ରାବଣୀ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର, ଶ୍ଵେତା ଆଚାର୍ଯ୍ୟ, ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ l 

Advertisment

ଆଭା ଚଳଚ୍ଚିତ୍ର ର ମୁଖ୍ୟ ନାୟିକା ଭାବେ ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଅଭିନୟ କରିଛନ୍ତି l ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ଯ୍ୟଙ୍କ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି l ଆଭା ଏକ ନିପଟ ମଫସଲ ଗାଁ ର ଗରିବ ପରିବାର ର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ l ଭିନ୍ନକ୍ଷମ ହେଲେ କେମିତି ଜୀବନ ଶୈଳୀ ରେ ବଞ୍ଚିବାକୁ ହେବ ଯାହା ସମାଜ କୁ ଏକ ପ୍ରକାର ଶିକ୍ଷା ମିଳିବ ତାରି ଉପରେ ଆଧାରିତ ଚଳଚ୍ଚିତ୍ର ଆଭା l

ଖୁବ ସୁନ୍ଦର ଅଭିନୟ କରିଛନ୍ତି ଆଭା ଓରଫ ସୋନା ମଲ୍ଲିକ l ଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି l ୪୨ ଡିଗ୍ରୀ ତାପମାତ୍ରାରେ, ସମସ୍ତ ଟେକ୍ନିସିଆନ୍ସ କିଛି ନୂତନ ଧରଣର ଚଳଚ୍ଚିତ୍ର ଟିଏ ନିର୍ମାଣ କରିବା ପାଇଁ ଚେଷ୍ଟା କରିଛନ୍ତି l ଚଳଚ୍ଚିତ୍ରର ଫଟୋଗ୍ରାଫି ନିର୍ଦ୍ଦେଶକ ଚିତ୍ତରଞ୍ଜନ ବିଶ୍ୱାଳ ଏହି ଚଳଚ୍ଚିତ୍ରକୁ ନେଇ ବହୁତ ଆଶାବାଦୀ । ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ  ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ l ନିକଟରେ ଏହି ସିନେମାର ସୁଟିଂ ଶେଷ ହୋଇଛି। ପୋଷ୍ଟ ପ୍ରଡକସନ କାର୍ଯ୍ୟ ଚାଲିଛି ।

Advertisment

ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି କାହାଣୀ ପ୍ରବୀର ମହାପାତ୍ର l ସଂଳାପ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ l ସ୍କ୍ରିପ୍ଟ, ସ୍କ୍ରିନ୍ ପ୍ଲେ ଏବଂ ଡିରେକସନ ପଲ୍ଲଵ ରୟ l  ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜ ରେ ସୁପ୍ରଭାବ ପକାଇବ ଏବଂ ଏହାକୁ ସମସ୍ତ ସିନେପ୍ରେମୀ ଦେଖିବା ଉଚିତ ବୋଲି ଉପସ୍ଥିତ ଅତିଥିଗଣ ମତ ଦେଇଛନ୍ତି ତା'ସହିତ ନିର୍ଦ୍ଦେଶକଙ୍କ ଗ୍ୟାରେଣ୍ଟି ଯେ ଦର୍ଶକମାନେ ଏକ ସୁନ୍ଦର ଅନୁଭବ ସହିତ ଘରକୁ ଫେରିବେ l

Odia Film
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ