Advertisment

ଜୟପୁରରେ ବାହୁବଳୀ ହିରୋଇନ୍‌ ଅନୁଷ୍କା ସେଟ୍ଟୀ; ଦେଓମାଳୀରେ ଚାଲିଛି ଫିଲ୍ମ ସୁଟିଂ

କୋରାପୁଟ ଜୟପୁର ସହରରେ ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ। ଏକ ଫିଲ୍ମର ସୁଟିଂ ଲାଗି ଅନୁଷ୍କା ଏବେ ଜୟପୁରରେ।

Anushka Shetty

Anushka Shetty

Advertisment

ବ୍ଲକବଷ୍ଟର ଫିଲ୍ମ ବାହୁବଳୀର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଜୟପୁର ସହରରେ। ଏକ ଫିଲ୍ମର ସୁଟିଂ ଲାଗି ଅନୁଷ୍କା ଏବେ ଜୟପୁରରେ କିଛି ଦିନ ହେଲା ରହୁଛନ୍ତି। ତାଙ୍କୁ ଦେଖିବାକୁ ଫ୍ୟାନଙ୍କ ପ୍ରବଳ ଭିଡ଼ ଜମୁଛି। କୋରାପୁଟର ଦେଓମାଳି ପର୍ବତ ସହ ଜୟପୁର ସହରରେ ଚାଲିଛି ସୁଟିଂ।

Advertisment

କୋରାପୁଟ ଜୟପୁର ସହରରେ ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ। ଏକ ଫିଲ୍ମର ସୁଟିଂ ଲାଗି ଅନୁଷ୍କା ଏବେ ଜୟପୁରରେ। ଗତ ସପ୍ତାହେ ହେଲା ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଟିମ୍ ଜୟପୁର ସହର ସମେତ କୋଲାବ ଜଳଭଣ୍ଡାର, ଦେଓମାଲି ପର୍ବତ ଭଳି ଅନେକ ଆକର୍ଷଣୀୟ ଲୋକେସନରେ ଡେରା ପକାଇଛନ୍ତି। ଦୁଇ ଦିନ ହେଲା ଜୟପୁର ସହରର ମୁଖ୍ୟ ରାସ୍ତା, ଜଗନ୍ନାଥ ମନ୍ଦିର ସହ ସହରର ନୂଆ ବସଷ୍ଟାଣ୍ଡରେ ମଧ୍ୟ ଚାଲିଛି ସୁଟିଂ।

ଫିଲ୍ମରେ କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ଅଭିନୟ କରୁଛନ୍ତି। କୋରାପୁଟ ସମେତ ଜୟପୁରର ବିଭିନ୍ନ ସ୍ଥାନରେ ସୁଟିଂକୁ ନେଇ ସ୍ଥାନୀୟ ବାସିନ୍ଦା ଖୁବ୍ ଉତ୍ସାହିତ ଅଛନ୍ତି। ଫିଲ୍ମ ସଂପର୍କରେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଲାଣ ନେଇ କିଛି ସିନ୍ ସୁଟ୍ କରାଯାଇଛି। ତେଲୁଗୁ, ତାମିଲ ଏବଂ ହିନ୍ଦୀରେ ଏହି ଫିଲ୍ମ ରିଲିଜ୍ ହେବ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅନୁଷ୍କା ସେଟ୍ଟୀଙ୍କୁ ଦେଖିବାକୁ ମିଳିବ। ସୁଟିଂ ଲାଗି ପ୍ରଯୋଜନା ସଂସ୍ଥା ଜିଲ୍ଲା ପ୍ରଶାସନର ଅନୁମତି ନେଇଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ୟ ପ୍ରକାରର ସହଯୋଗ କରାଯାଉଥିବା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।

Advertisment

ଅନୁଷ୍କା ସୁଟିଂରେ ବ୍ୟସ୍ତ ଥିବା ବେଳେ ସୁଟିଂ ପରେ ତାଙ୍କୁ ଦେଖିବା ଲାଗି ସେ ରହୁଥିବା ତାରକା ହୋଟେଲରେ ଫ୍ୟାନଙ୍କ ଭିଡ଼ ଜମୁଛି। 

Anushka Shetty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ