Advertisment

‘ସୂର୍ଯ୍ୟବଂଶୀ’ ଟିଜର୍‌ ରିଲିଜ୍, ଆସନ୍ତା କାଲି ଗୀତ

ରୋହିତ ଶେଟ୍ଟୀଙ୍କ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର ‘ସୂର୍ଯ୍ୟବଂଶୀ’ ନଭେମ୍ବର ୫ରେ ରିଲିଜ୍ ହେବ। ଦର୍ଶକେ ଏହି ଫିଲ୍ମକୁ ବହୁତ ଉତ୍ସାହର ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂହ ଗେଷ୍ଟ୍ କଳାକାର ଭାବେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ଗୀତ ‘ଆଇଲା ରେ ଆଇଲା’ ଗୁରୁବାର ରିଲିଜ୍ ହେବ।

Sooryavanshi film song Aila Re Aila teaser out

Sooryavanshi film song Aila Re Aila teaser out

Advertisment

ମୁମ୍ବାଇ : ରୋହିତ ଶେଟ୍ଟୀଙ୍କ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର ‘ସୂର୍ଯ୍ୟବଂଶୀ’ ନଭେମ୍ବର ୫ରେ ରିଲିଜ୍ ହେବ। ଦର୍ଶକେ ଏହି ଫିଲ୍ମକୁ ବହୁତ ଉତ୍ସାହର ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂହ ଗେଷ୍ଟ୍ କଳାକାର ଭାବେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ଗୀତ ‘ଆଇଲା ରେ ଆଇଲା’ ଗୁରୁବାର ରିଲିଜ୍ ହେବ।

Advertisment

ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଏହି ଗୀତର ଟିଜର ଶେୟାର୍ କରିଛନ୍ତି। ଏହି ଟିଜରରୁ ଜଣାପଡୁଛି ଗୀତଟି ନିଶ୍ଚିତ ମଜାଦାର ହୋଇଥିବ। କେଇ ସେକେଣ୍ଡର ଏହି ଟିଜରରେ ଅକ୍ଷୟ କୁମାର, ଅଜୟ ଦେବଗନ୍ ଓ ରଣବୀର ସିଂହ ନଜର ଆସିଛନ୍ତି।

Advertisment

ଏହି ତିନି ଅଭିନେତା ଗୀତରେ ପୂରା ଆଗ୍ରେସିଭ୍ ମୁଡ୍‌ରେ ନଜର ଆସିଛନ୍ତି। ତେବେ ଅକ୍ଷୟ କୁମାର ଏହି ଟିଜର୍‌ ଶେୟାର କରି ଲେଖିଛନ୍ତି ଯେ ‘ଏହି ଦୀପାବଳି ସୂର୍ଯ୍ୟବଂଶୀ ସହିତ ପ୍ରେକ୍ଷାଳୟକୁ ଫେରିବ। ନଭେମ୍ବର ୫ରେ ରିଲିଜ ହେବ। ସେଲିବ୍ରେସନ୍‌ ପାଇଁ ଏ ହେଉଛି ଏକ ଟିଜର୍। ‘ଆଇଲା ରେ ଆଇଲା’ ଗୀତ କାଲି ରିଲିଜ୍ ହେବ।

Advertisment

ଏହି ଫିଲ୍ମରେ କ୍ୟାଟ୍ରୀନା କୈଫ୍‌ଙ୍କର ମଧ୍ୟ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ପୂର୍ବରୁ ଅକ୍ଷୟ କୁମାର ଓ କ୍ୟାଟ୍ରୀନାଙ୍କ ଯୋଡି ଅନେକ ସୁପରହିଟ୍ ସିନେମା ଦେଇଛନ୍ତି। ଏହି ଯୋଡିକୁ ଦର୍ଶକେ ମଧ୍ୟ ଖୁବ ପସନ୍ଦ କରନ୍ତି। ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏହି ଯୋଡି ପରଦାରେ ଧମାଲ କରିବାକୁ ଫେରୁଛନ୍ତି।

ସେହିପରି ‘ସୂର୍ଯ୍ୟବଂଶୀ’ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଫିଲ୍ମର ପ୍ରଚାର ନେଇ ଜୋରଦାର ଲାଗିପଡିଛନ୍ତି। ନିକଟରେ ଫିଲ୍ମର ପ୍ରମୋଶନ ପାଇଁ ରୋହିତ ଶେଟ୍ଟୀ ଓ କ୍ୟାଟ୍ରୀନା କୈଫ୍ ରଣବୀର ସିଂହଙ୍କ ଶୋ ‘ଦ ବିଗ୍ ପିକ୍ଚର’ରେ ପହଞ୍ଚିଥିଲେ। ଅକ୍ଷୟ କୁମାର ମଧ୍ୟ ଖୁବ୍ ଶୀଘ୍ର ଏଥିରେ ଭାଗ ନେବେ।

‘ଆଇଲା ରେ ଆଇଲା’ ବ୍ୟତୀତ ୯୦ ଦଶକର ସୁପରହିଟ୍ ଗୀତ ‘ଟିପି ଟିପି ବରଷା ପାନୀ’କୁ ମଧ୍ୟ ଦର୍ଶକଙ୍କ ସାମ୍ନାରେ ନୂଆ ରୂପରେ ପରଷା ଯିବ। ଏହି ଗୀତକୁ ଅକ୍ଷୟ କୁମାର ଓ କ୍ୟାଟ୍ରୀନା କୈଫଙ୍କ ଉପରେ କରାଯାଇଛି। ରୋହିତ୍ ଶେଟ୍ଟୀଙ୍କ ପ୍ରାୟ ଫିଲ୍ମରେ ଆକ୍ସନ ସହିତ କମେଡି ତଡକା ଦେଖିବାକୁ ମିଳେ। ଏନେଇ ତାଙ୍କର ସବୁ ଫିଲ୍ମ ସୁପରହିଟ୍ ହୋଇଛି। ଏନେଇ ଦର୍ଶକେ ଉତ୍ସାହର ସହିତ ‘ସୂର୍ଯ୍ୟବଂଶୀ’କୁ ଅପେକ୍ଷ କରିଛନ୍ତି।

Bollywood Suryavanshi Aila Re Aila
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ