Advertisment

କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢିବେ କି ସୋନୁ ସୁଦ୍

କରୋନା କାଳରୁ ବଲିଉଡ୍‌ ଅଭିନେତା ଗରିବ, ନିଃସହାୟମାନଙ୍କୁ ସହଯୋଗର ହାତ ବଢେଇ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଏହି ମହା ବିପତ୍ତି ସମୟରେ ସୋନୁ ସୁଦ କାହା ପାଇଁ ଭଗବାନ ହୋଇ ତ କାହା ପାଇଁ ସନ୍ଥ ହୋଇ ଆବିର୍ଭାବ ହୋଇଛନ୍ତି। ତେବେ ଅନେକ ବାର ମଧ୍ୟ ସୋନୁ ସୁଦଙ୍କ ଏହି ମହାନ କାମ ପାଇଁ ପ୍ରଶ୍ନ ଉଠାଯାଇଛି। କେତେକ କୁହନ୍ତି ଯେ ସୋନୁ ସୁଦ ରାଜନିତିକୁ ପ୍ରବେଶ କରିବା ନେଇ ଏଭଳି କାମ କରି ଲୋକଙ୍କ ମନ କିଣିବାରେ ଲାଗିଛନ୍ତି। ତେବେ ଲୋକଙ୍କ ଏହି ଚିନ୍ତା ସତ ଲାଗୁଥିବା ଭଳି ମନେହୁଏ, କାରଣ ସୋନୁ ଇଲେକ୍ସନ ଲଢିବାର ଖବର ଆସୁଛି।

ଅଦ୍ୟତନ ହୋଇଛି
undefined

Sonu Sood

Advertisment

ନୂଆଦିଲ୍ଲୀ : କରୋନା କାଳରୁ ବଲିଉଡ୍‌ ଅଭିନେତା ଗରିବ, ନିଃସହାୟମାନଙ୍କୁ ସହଯୋଗର ହାତ ବଢେଇ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଏହି ମହା ବିପତ୍ତି ସମୟରେ ସୋନୁ ସୁଦ କାହା ପାଇଁ ଭଗବାନ ହୋଇ ତ କାହା ପାଇଁ ସନ୍ଥ ହୋଇ ଆବିର୍ଭାବ ହୋଇଛନ୍ତି। ତେବେ ଅନେକ ବାର ମଧ୍ୟ ସୋନୁ ସୁଦଙ୍କ ଏହି ମହାନ କାମ ପାଇଁ ପ୍ରଶ୍ନ ଉଠାଯାଇଛି। କେତେକ କୁହନ୍ତି ଯେ ସୋନୁ ସୁଦ ରାଜନିତିକୁ ପ୍ରବେଶ କରିବା ନେଇ ଏଭଳି କାମ କରି ଲୋକଙ୍କ ମନ କିଣିବାରେ ଲାଗିଛନ୍ତି। ତେବେ ଲୋକଙ୍କ ଏହି ଚିନ୍ତା ସତ ଲାଗୁଥିବା ଭଳି ମନେହୁଏ, କାରଣ ସୋନୁ ଇଲେକ୍ସନ ଲଢିବାର ଖବର ଆସୁଛି।

Advertisment

ପୂର୍ବରୁ ସୋନୁ ସୁଦ ତାଙ୍କର ମହାନ କାମ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ରାଜନୀତିକୁ ନେଇ ସେ ଚର୍ଚ୍ଚାର କେନ୍ଦ୍ରକୁ ଆସିଥିବା ଦେଖାଯାଏ। ତେବେ ଏହା ସତ କି ମିଛ ଏହାର ଏକ ଉତ୍ତର ରଖି ଅଭିନେତା ଏହି ଗୁଜବର ଅନ୍ତ କରିଛନ୍ତି। ସୋନୁ ସୁଦ୍‌ ମହାରାଷ୍ଟ୍ରରେ କଂଗ୍ରେସ ତରଫରୁ ଇଲେକ୍‌ସନ୍‌ ଲଢିବା ନେଇ ଏକ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍‌ କରାଯାଇଥିଲା। ଏଥିରେ ଲେଖାଥିଲା ଯେ “ମହାରାଷ୍ଟ୍ର ମେୟର ୨୦୨୨ ନିର୍ବାଚନ ପାଇଁ କଂଗ୍ରେସ୍ ସୋନୁ ସୁଦ୍‌ଙ୍କୁ ନିଜର ପ୍ରାର୍ଥୀ କରିବା ନେଇ ବିଚାର କରୁଛି।” ସୋନୁ ଏହି ଟ୍ୱିଟ୍‌କୁ ନିଜ ଆକାଉଣ୍ଟରେ ସେୟାର କରି ଏହାର ଜାବାବରେ ଲେଖିଛନ୍ତି ଯେ “ଏହା ସତ ନୁହେଁ। ମୁ ସାଧାରଣ ଲୋକ ହୋଇ ବଞ୍ଚିବାରେ ଆନନ୍ଦ ପାଏ।”

Advertisment

ତେବେ ଯେତେବେଳେ ବି ସୋନୁ ସୁଦ୍‌ଙ୍କୁ ରାଜନୀତିକୁ ଆସିବା ନେଇ ପ୍ରଶ୍ନ କରାଯାଏ ସେ ସବୁବେଳେ ଏହାର ଉତ୍ତରରେ ନା କହି ଚାଲିଯାଆନ୍ତି। ଆଜିବି ଲୋକେ ସୋନୁ ସୁଦ୍‌କୁ ଘରକୁ ଯାଇ କିମ୍ବା ଟ୍ୱିଟର ମାଧ୍ୟମରେ ସହଯୋଗର କାମନା କରୁଛନ୍ତି। ସୋନୁ ସୁଦ ମଧ୍ୟ ଏଭଳି ଗରିବ ଓ ଅସହାୟଙ୍କୁ ସହଯୋଗ କରି ବହୁତ ଖୁସି ହୁଅନ୍ତି ବୋଲି ସେ କୁହନ୍ତି।

ପ୍ରକାଶଥାଉ ଯେ କରୋନା କାରଣଜନିତ ଲକଡାଉନ ବେଳେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚେଇବା ନେଇ ସୋନୁ ସହଯୋଗର ହାତ ବଢେଇ ଥିଲେ। ଏନେଇ ଲୋକେ ତାଙ୍କୁ ବାସ୍ତବରେ ହୀରୋ ବୋଲି ଭାବନ୍ତି। ସୋନୁ ସୁଦ୍‌ଙ୍କ କାମର କଥା ଯଦି ଆଲୋଚନା କରାଯାଏ ତେବେ ସେ ଅନେକ ହୀନ୍ଦି ସିନେମାରେ ନିଜର ଅଭିନୟର କଳା ଦେଖେଇଛନ୍ତି। କେବଳ ଯେ ହୀନ୍ଦି ସିନେମା ତାହା ନୁହେଁ ସେ ଅନେକ ସାଉଥ୍ ଇଣ୍ଡିଆନ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସୋନୁଙ୍କ ଆଗାମୀ ପ୍ରୋଜେକ୍ଟରେ ଅକ୍ଷର କୁମାରଙ୍କ ପୃଥ୍ୱୀରାଜ ସାମିଲ ଅଛି। ଏହା ପୂର୍ବରୁ ସେ ହିନ୍ଦୀ ସିନେମା ‘ସିମ୍ବା’ରେ ନଜର ଆସିଥିଲେ। ପୂର୍ବରୁ ସୋନୁସୁଦଙ୍କ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ରିଲିଜ୍ ହୋଇଥିଲା ଯାହାକୁ ଟୋନୀ କକ୍କଡ ଗାଇଥିଲେ।

Advertisment
Bollywood Actor Sonu Sood Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ