Advertisment

ରାସ୍ତାକଡ ଚପଲ ଦୋକାନକୁ ପ୍ରମୋଶନ କଲେ ସୋନୁ

କରୋନା ଭାଇରସ କାଳରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଥିବା ବଲିଉଡ ଅଭିନେତା ସୋନୁ ସୁଦ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ। ସୋନୁ ସୁଦ ପୁଣିଥରେ ତାଙ୍କର ମହାନ କାର୍ଯ୍ୟ ପାଇଁ ଶୀର୍ଷକ ସ୍ଥାନରେ ରହିଛନ୍ତି। ସୋନୁ ବର୍ତ୍ତମାନ ସମୟରେ ଶ୍ରୀନଗରରେ ଅଛନ୍ତି। ଜାମ୍ମୁ କାଶ୍ମୀର ପ୍ରଶାସନର ସଂଶୋଧିତ ଚଳଚ୍ଚିତ୍ର ନୀତି ପାଇଁ ସେ ଶ୍ରୀନଗରରେ ପହଞ୍ଚିଛନ୍ତି। କିନ୍ତୁ, ସେ ସେଠାରେ ଏପରି କିଛି କରିଛନ୍ତି ଯାହାକୁ ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରିବେ ନାହିଁ। ଏଠାରେ ଅଭିନେତା ସୋନୁ ସୁଦ୍ ରାସ୍ତା କଡ଼ରେ ଜଣେ ଜୋତା ବିକ୍ରେତାଙ୍କୁ ପ୍ରୋତ୍ସାହିତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ରାସ୍ତାକଡ ଚପଲ ଦୋକାନକୁ ପ୍ରମୋଶନ କଲେ ସୋନୁ

Sonu Sood

Advertisment

ମୁମ୍ବାଇ: କରୋନା ଭାଇରସ କାଳରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଥିବା ବଲିଉଡ ଅଭିନେତା ସୋନୁ ସୁଦ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ। ସୋନୁ ସୁଦ ପୁଣିଥରେ ତାଙ୍କର ମହାନ କାର୍ଯ୍ୟ ପାଇଁ ଶୀର୍ଷକ ସ୍ଥାନରେ ରହିଛନ୍ତି। ସୋନୁ ବର୍ତ୍ତମାନ ସମୟରେ ଶ୍ରୀନଗରରେ ଅଛନ୍ତି। ଜାମ୍ମୁ କାଶ୍ମୀର ପ୍ରଶାସନର ସଂଶୋଧିତ ଚଳଚ୍ଚିତ୍ର ନୀତି ପାଇଁ ସେ ଶ୍ରୀନଗରରେ ପହଞ୍ଚିଛନ୍ତି। କିନ୍ତୁ, ସେ ସେଠାରେ ଏପରି କିଛି କରିଛନ୍ତି ଯାହାକୁ ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରିବେ ନାହିଁ। ଏଠାରେ ଅଭିନେତା ସୋନୁ ସୁଦ୍ ରାସ୍ତା କଡ଼ରେ ଜଣେ ଜୋତା ବିକ୍ରେତାଙ୍କୁ ପ୍ରୋତ୍ସାହିତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଶ୍ରୀନଗରରେ ଏକ ରାସ୍ତା କଡ଼ରେ ଜୋତା ବିକ୍ରି କରୁଥିବା ଏକ ଷ୍ଟଲ୍‌ରେ ସୋନୁ ସୁଦ୍ ପହଞ୍ଚି ତାଙ୍କ ସାମଗ୍ରୀକୁ ପ୍ରୋତ୍ସାହିତ କରି ବିକ୍ରେତାଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସୋନୁ ସହରର ବଟମାଲୁର ଏକ ବଜାର ରାସ୍ତାରେ ଯାଇ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଜୋତା ଏବଂ ଚପଲ ବିକ୍ରି କରୁଥିବା ଶାମିମ ଖାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିବାରୁ ସବୁ ଦିଗରୁ ପ୍ରଶଂସା ପାଇଥିବା ୪୮ ବର୍ଷୀୟ ଅଭିନେତା ସୋନୁ ଚପଲର ମୂଲ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ପରେ ଶ୍ୟାମିମ୍ ଖାନଙ୍କୁ କିଛି ରିହାତି ଦେବାକୁ କହିଥିଲେ।

Advertisment

ଏହା ପରେ ସୋନୁ ସୁଦ ତାଙ୍କ ପ୍ରଶଂସକମାନଙ୍କୁ ଶାମିମ୍‌ ଖାନ୍‌ଙ୍କ ଷ୍ଟଲ୍‌କୁ ଯିବା ନେଇ ଅନୁରୋଧ କରିଥିଲେ। ଅଭିନେତା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଯିଏ ବି ଜୋତା କିଣିବାକୁ ଚାହୁଁଛ ତେବେ ଶ୍ୟାମିମ୍ ଭାଇଙ୍କ ଷ୍ଟଲ୍‌କୁ ଆସ ଏବଂ ଯଦି ତୁମେ ତାଙ୍କୁ ମୋ ନାମ କହିବ ତେଏ ସେ ତୁମକୁ ରିହାତି ଦେବ। ଏହା ପରେ ଅଭିନେତା ଷ୍ଟଲ୍ ମାଲିକଙ୍କୁ ପଚାରନ୍ତି- 'ଆପଣ କେତେ ରିହାତି ଦେବେ।' ଅଭିନେତାଙ୍କ ପ୍ରଶ୍ନର ଉତ୍ତରରେ ଶାମିମ୍ ଖାନ୍ '୨୦୦ ପ୍ରତିଶତ ' ବୋଲି କହିଛନ୍ତି।

ସୋନୁ ସୁଦ୍‌ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି। ଏହାର ପ୍ରତିକ୍ରିୟାରେ ଅନେକ ଉପଭୋକ୍ତା ସୋନୁଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି। ମହାମାରୀ ସମୟରେ ସୋନୁ ସୁଦ ଯେଉଁଭଳି ଭାବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ, ତାହା ଧିରେ ଧିରେ ଲୋକଙ୍କ ମନରୁ ଉଭାନ ହେବାରେ ଲାଗିଛି। କିନ୍ତୁ, ଏହା ପରେ ମଧ୍ୟ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଯେ ଅଭିନେତା କିଭଳି କ୍ରମାଗତ ଭାବରେ ବିଭିନ୍ନ ଉପାୟରେ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି।

Advertisment
Sonu Sood Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ