Advertisment

ସାହାଯ୍ୟ ପାଇଁ ଦିନକୁ ୩୦ରୁ ୪୦ ହଜାର ଅନୁରୋଧ ପାଆନ୍ତି ସୋନୁ ସୁଦ

ସହଯୋଗ ଆଶାରେ ହଜାର ହଜାର ଲୋକ ତାଙ୍କ ପାଖକୁ ଚାଲି ଆସନ୍ତି। ଆଶା ଥାଏ ନିଶ୍ଚିତ କିଛି ନା କିଛି ମିଳିଯିବ। ଲୋକେ ତାଙ୍କୁ ଭଗବାନ ମାନନ୍ତି ଆଉ ପୂଜା ବି କରନ୍ତି। ମଣିଷ ରୂପି ଏହି ଭଗବାନ ହେଲେ ସୋନୁ ସୁଦ୍। ତେବେ ଯେତେ ଲୋକ ଆସନ୍ତୁ ସେ କ’ଣ ସମସ୍ତଙ୍କୁ ସହଯୋଗ କରନ୍ତି?

Sonu Sood received 40 k request online daily for help on weekend

Sonu Sood received 40 k request online daily for help on weekend

Advertisment

ସୋନୁ ସୁଦ ଦେଶର ସବୁଠାରୁ ଲୋକପ୍ରିୟ ଅଭିନେତା ହୋଇଯାଇଛନ୍ତି। କରୋନା ମହାମାରୀ ସମୟରେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଲୋକମାନେ ତାଙ୍କୁ ଭଗବାନ ବୋଲି ମାନିନେଇଛନ୍ତି। ହଜାର ହଜାର ଲୋକ ତାଙ୍କୁ ପୂଜା ମଧ୍ୟ କରୁଛନ୍ତି। ସେ ପ୍ରବାସୀ ଶ୍ରମିକ, ମଜୁରିଆ ଏବଂ ଲୋକଙ୍କୁ ଅନେକ ପ୍ରକାସ ସାହାଯ୍ୟ କରିଛନ୍ତି। ସେମାନଙ୍କୁ ଖାଦ୍ୟ ଠାରୁ ଆରମ୍ଭ କରି ଆଶ୍ରୟ ଦେବା ଓ ହଜାର ହଜାର ଲୋକଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ପର୍ଯ୍ୟନ୍ତ ସବୁକିଛି କରିଛନ୍ତି।

Advertisment

ଆଜି ବି ଶହ ଶହ ଲୋକ ସାହାଯ୍ୟ ପାଇଁ ମୁମ୍ବାଇସ୍ଥ ସୋନୁ ସୁଦଙ୍କ ଘରକୁ ଆସୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କ ଘର ବାହାରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ସୋନୁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି।

ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି ଯେ ସପ୍ତାହରେ ଅତି କମରେ ୧୫୦ ରୁ ୨୦୦ ଲୋକ ତାଙ୍କ ଘରକୁ ଆସୁଥିବା ବେଳେ ଶନିବାର ଏବଂ ରବିବାର ଦିନ ଏହି ସଂଖ୍ୟା ୫୦୦ ରୁ ୭୦୦ ହୋଇଯାଏ। ଦେଶର ବିଭିନ୍ନ ସ୍ଥାନରୁ ଲୋକ ତାଙ୍କ ପାଖକୁ ଆସିଥାନ୍ତି। ସୋନୁ ଏହା ମଧ୍ୟ କହିଛନ୍ତି ଯେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଦିନ ସାହାଯ୍ୟ ପାଇଁ ସେ ପ୍ରାୟ ୩୦ ହଜାରରୁ ୪୦ ହଜାର ଅନୁରୋଧ ପାଇଥାନ୍ତି।

Advertisment

ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଏଭଳି ପରିସ୍ଥିତି ତାଙ୍କ ଆଖପାଖ ଅଞ୍ଚଳ କିମ୍ବା ନିକଟରେ ସୁରକ୍ଷା ସମସ୍ୟା ସୃଷ୍ଟି କରେ ନା ନାହିଁ? ଏହାର ଉତ୍ତରରେ ସୋନୁ ସୁଦ ଅସହମତ ହୋଇ କହିଛନ୍ତି ଯେ ତାଙ୍କ ପଡ଼ୋଶୀମାନେ ମଧ୍ୟ ତାଙ୍କୁ ବହୁତ ସହଯୋଗ କରନ୍ତି। ସେ କହିଛନ୍ତି, “ବିଲ୍‌ଡିଂର ଲୋକମାନେ ମଧ୍ୟ ଏଥିରେ ଅଭ୍ୟସ୍ତ। ସେମାନେ ମଧ୍ୟ ବହୁତ ସହଯୋଗ କରନ୍ତି। ସେମାନେ ଜାଣନ୍ତି ଯେ ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଅସହାୟ ଲୋକଙ୍କ ଜୀବନ ବଦଳିପାରେ। ସେମାନେ ସମର୍ଥନ କରନ୍ତି।"

ଯେତେବେଳେ ପଚରାଯାଇଥିଲା ଯେ ସାରା ଦେଶର ଲୋକମାନଙ୍କ ଠାରୁ ଆସୁଥିବା ଦୁଃଖଦ ଓ ଯନ୍ତ୍ରଣାଦାୟକ ବାର୍ତ୍ତା ପଢିବା ପରେ ଏହା ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି କି? ଏହାର ଉତ୍ତରରେ ସୋନୁ କହିଛନ୍ତି ଯେ ଏହା ତାଙ୍କ ଉପରେ ଏକ ଦାୟିତ୍ୱର ଭାବନା ତିଆରି କରେ।

Advertisment

ସେ କହିଛନ୍ତି, “ଏହା ମୋ କାନ୍ଧରେ ଏକ ଅତିରିକ୍ତ ଦାୟିତ୍ୱ ଦେଇଥାଏ ଯେ ସେମାନେ ବହୁତ ଆଶା ନେଇ ଆସୁଛନ୍ତି। ତେଣୁ ମୋତେ ଏହା ନିଶ୍ଚିତ କରିବାକୁ ପଡେ ଯେ ଏହା ଠିକ୍ ଏବଂ ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ।”

Sonu Sood Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ