Advertisment

କରୋନା ହିରୋ ସାଜି ଅଡୁଆରେ ସୋନୁ ! ବଲିଉଡ୍‌ରେ ମିଳୁନି ଭିଲିଆନ୍‌ ରୋଲ୍‌..

ଫିଲ୍ମ ଦୁନିଆରେ ଏକ ସଫଳ ନେଗେଟିଭ୍‌ ଅଭିନେତା ଭାବେ ପରିଚିତ ସୋନୁ ସୁଦ୍‌ଙ୍କୁ ମିଳୁନି ନେଗେଟିଭ୍‌ ରୋଲ୍‌ । କୋଭିଡ୍‌ ବେଳେ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ ସୋନୁ ସୁଦ୍‌ ।

ଅଦ୍ୟତନ ହୋଇଛି
sonu sood

sonu sood

Advertisment

କୋଭିଡ ମହାମାରୀ ବେଳେ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବା ପଡିଲା କି ଅଭିନେତା ସୋନୁ ସୁଦ୍‌ଙ୍କୁ ମହଙ୍ଗା ? କୋଭିଡ୍‌ ବେଳେ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ ସୋନୁ ସୁଦ୍‌ । ପ୍ରାୟତଃ ସିନେମାର ବଡ଼ ପରଦାରେ ଅଭିନେତା ସୋନୁ ସୁଦ୍‌ ନେଗେଟିଭ୍‌ ଭୂମିକାରେ ଦେଖିବାକୁ ମିଳିଥାନ୍ତି । ନିକଟରେ ଏକ ସାକ୍ଷାତକାରରେ ସୋନୁ ସୁଦ୍‌ କହିଛନ୍ତି ଯେ, ଲୋକଙ୍କ ପାଇଁ ‘ମସିହା’ ସାଜିବା ପରେ ଫିଲ୍ମ ଜଗତରେ ତାଙ୍କୁ ନେଗେଟିଭ୍‌ ଭୂମିକାରେ ଅଭିନୟ କରିବା ପାଇଁ ଅଫର୍‌ ଆସିବା ଏକପ୍ରକାର ବନ୍ଦ ହୋଇଯାଇଛି।

Advertisment

ଫିଲ୍ମ ଦୁନିଆରେ ଏକ ସଫଳ ନେଗେଟିଭ୍‌ ଅଭିନେତା ଭାବେ ପରିଚିତ ସୋନୁ ସୁଦ୍‌ଙ୍କୁ ମିଳୁନି ନେଗେଟିଭ୍‌ ରୋଲ୍‌ । ଏନେଇ ଇଣ୍ତିଆନ୍‌ ଏକ୍ସପ୍ରେସର ଏକ ସାକ୍ଷାତକାରରେ ସୋନୁ କହିଛନ୍ତି ଯେ, ‘ରିୟଲ ଲାଇଫ୍‌ ହିରୋକୁ କିଏବା ଭିଲିଆନ୍‌ ରୂପରେ ଦେଖିବାକୁ ପସନ୍ଦ କରିବ? କୋଭିଡ୍‌ ପୂର୍ବରୁ ମୋତେ ଲୋକ ଯେତିକି ବି ଭିଲିଆନ୍‌ ରୂପରେ ପସନ୍ଦ କରୁଥିଲେ, ବର୍ତ୍ତମାନ କିନ୍ତୁ ତାହା ଓଲଟା ହୋଇଯାଇଛି । ଲୋକଙ୍କ ପାଇଁ ହିରୋ ସାଜିବା ପରେ ଏବେ ଫିଲ୍ମରେ ମଧ୍ୟ ତାଙ୍କର ଭୂମିକା ନେଇ ସ୍କ୍ରିପ୍ଟ ବଦଳାଇ ଦିଆଯାଉଛି। ଯାହା ମୋ ପାଇଁ ସମ୍ପୂର୍ଣ୍ଣ ଭିନ୍ନ’ ।

କରୋନା ଲକ୍‌ଡାଉନ୍‌ ବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସୋନୁ ପ୍ରଶଂସାର ପାତ୍ର ହୋଇଥିଲେ। ଏପରିକି କରୋନା ଭଳି ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତା ମଧ୍ୟ ସେ କରିଥିଲେ। ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଲୋକଙ୍କୁ ଚାକିରି ଦେବା, ପିଲାଙ୍କୁ ମାଗଣାରେ ଶିକ୍ଷା ଏବଂ ଚିକିତ୍ସା ଯୋଗାଇବାରେ ସୋନୁ ସୁଦ ସବୁବେଳେ ସହଯୋଗର ହାତ ବଢ଼ାଇଥିଲେ ।

Advertisment

ସେତିକି ନୁହେଁ, ୪୭ ବର୍ଷ ବୟସ୍କ ସୋନୁ ମୁମ୍ବାଇରେ ମେଡିକାଲ କର୍ମଚାରୀଙ୍କ ରହିବା ପାଇଁ ଏକ ହୋଟେଲ ମଧ୍ୟ ଯୋଗାଇ ଦେଇଥିଲେ। ସେହିପରି ଜୁଲାଇରେ ମହାରାଷ୍ଟ୍ର ଉପକୂଳରେ ବାତ୍ୟା ନିସର୍ଗ ପ୍ରଭାବରେ ବାସହରା ହୋଇଥିବା ଅନେକ ଲୋକଙ୍କୁ ସେ ବାସଗୃହ ଯୋଗାଇ ଦେଇଥିଲେ।

Sonu Sood Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ