Advertisment

ମୁହଁରେ ସେଭିଂ କ୍ରିମ୍ ମାରି, ରେଜର୍‌ରେ ଦାଢି କାଟୁଛନ୍ତି ସୋନମ କପୁର

ସୋନମ କପୁରଙ୍କ ପାରମ୍ପରିକ୍ ଲୁକ୍ ହେଉ କି ପାଶ୍ଚାତ୍ୟ ଲୁକ୍, ତାଙ୍କ ଷ୍ଟାଇଲ୍ ମିଟର ସର୍ବଦା ଉଚ୍ଚରେ ଥାଏ। ସୋନମ ସୋସିଆଲ ମିଡିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏହାର ରହସ୍ୟକୁ ଖୋଲି ଦେଇଛନ୍ତି। ସେ ରେଜର୍ ଧରି ଦାଢି କାଟୁଛନ୍ତି।

Sonam kapoor shaving photo viral on internet

Sonam kapoor shaving photo viral on internet

Advertisment

ହିନ୍ଦୀ ସିନେମାର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ସୋନମ କପୁର ଜଣେ। ସେ ପାରମ୍ପରିକ୍ ଲୁକ୍ ହେଉ କି ପାଶ୍ଚାତ୍ୟ ଲୁକ୍, ତାଙ୍କ ଷ୍ଟାଇଲ୍ ମିଟର ସର୍ବଦା ଉଚ୍ଚରେ ଥାଏ। କେବଳ ପୋଷାକ ନୁହେଁ ମେକ୍‌ଅପ୍‌ ମଧ୍ୟ ସର୍ବଦା ଏପରି ହୋଇଥାଏ ଯେ ତାଙ୍କ ଚେହେରା ସଂପୂର୍ଣ୍ଣ ବଦଳିଯାଏ।

Advertisment

ଆମେ ଜାଣିଛେ ତାଙ୍କ ହେୟାର ଷ୍ଟାଇଲ୍, ମେକ୍‌ଅପ୍‌ ଏବଂ ଡ୍ରେସ୍‌ ସବୁ ଚମତ୍କାର। କିନ୍ତୁ ଏମିତି ଏକ ରହସ୍ୟ ମଧ୍ୟ ଅଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ସୋନମ କପୁର ସୋସିଆଲ ମିଡିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏହି ରହସ୍ୟକୁ ଖୋଲି ଦେଇଛନ୍ତି।

ଆପଣ ନିଶ୍ଚୟ ଚିନ୍ତାରେ ପଡିଯିବେଣି ଯେ ଏହି ରହସ୍ୟ କ’ଣ? ପ୍ରକୃତରେ ସୋନମ କପୁର ଫେସବୁକରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସୋନମଙ୍କୁ ରେଜରରେ ସେଭ୍ ହେଉଥିବା ଦେଖିବାକୁ ମିଳେ। ଏହି ଫଟୋ ଦେଖି ଇଣ୍ଟରନେଟ୍ ବ୍ୟବହାରକାରୀମାନେ କହିବା ଆରମ୍ଭ କଲେଣି ଯେ ସୋନମ କପୁର ବୋଧହୁଏ ସୁନ୍ଦର ଦେଖାଯିବା ପାଇଁ ସେଭ୍ କରନ୍ତି। ଏହାକୁ ନେଇ ଅନେକ ଥଟ୍ଟା-ମଜ୍ଜା ବି ଚାଲିଛି।

Advertisment

ସୋନମ ଗୋଟିଏ କି ଦୁଇଟି ନୁହେଁ ପୂରା ଛଅଟି ଫଟୋ ଶେୟାର କରିଛନ୍ତି ଏବଂ ରେଜର ସହିତ ବିଭିନ୍ନ ପୋଜ୍‌ରେ ଫଟୋ ଉଠେଛନ୍ତି। ତେବେ ଏଥିରୁ ବୁଝାପଡୁ ନାହିଁ ଯେ ସୋନମ କୌଣସି ବ୍ରାଣ୍ଡକୁ ପ୍ରମୋଟ୍ କରୁଛନ୍ତି ନା ଏହା କେବଳ ଫଟୋସୁଟ ପାଇଁ? ସେ ଯାହା ହେଉନା କାହିଁଲି ସୋସିଆଲ୍ ମିଡିଆରେ ଥିବା ଲୋକମାନେ କିନ୍ତୁ ଏହାକୁ ନେଇ ଖୁବ ମନୋରଞ୍ଜନ କରୁଛନ୍ତି।

ଜଣେ ଲେଖିଛନ୍ତି - ସୋନମ କପୁରଙ୍କ ସୌନ୍ଦର୍ଯ୍ୟର ରହସ୍ୟ କ’ଣ? ଏବେ ମତେ ଜଣାପଡିଲା। ଅନ୍ୟ ଜଣେ କହିଛନ୍ତି – ଏହା କ’ଣ ଆପଣଙ୍କ କୋମଳ ଚର୍ମର ରହସ୍ୟ? ଆଉ ଜଣେ ଲେଖିଛନ୍ତି – ଆପଣଙ୍କ ପାରିବାରିକ ଜି୍‌ନକୁ ବିଚାର କଲେ, ଏହା କରିବାରେ କିଛି ଭୁଲ୍ ନାହିଁ। ସେହିପରି ଆଉ ଜଣେ ଲେଖିଛନ୍ତି – ଲାଚୁଛି ସୋନମ କପୁରଙ୍କୁ ସୋନୁ କପୁରଙ୍କ ଭୂମିକା ଦିଆଯାଇଛି। ଆଉ ଜଣେ ଲେଖିଛନ୍ତି – ଟାଇଗର ଶ୍ରଫ୍, କିଛିର ଶିଖ।

Advertisment
Bollywood Sonam Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ