Advertisment

ସୋନମ କପୁରଙ୍କ ଡ୍ରେସ୍‌କୁ ନେଇ ପ୍ରତିକ୍ରିୟା ଦେଖେଇଲେ ଲୋକେ

ବଲିଉଡ୍ ଅଭିନେତ୍ରୀ ସୋନମ କପୁର ବହୁତ ଫେସନ ପ୍ରିୟ। ସେ ସବୁବେଳେ ନିଜର ଫେସନ ସେନ୍ସ ଓ ଷ୍ଟାଇଲିସ୍ ଲୁକ୍ ନେଇ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ଫେସନ ଚଏସ୍‌କୁ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି। ନିକଟରେ ସୋନମ କପୁର ଏକ ଫଟୋସୁଟ୍ କରିଥିଲେ। ଏହାର ଫଟୋକୁ ମଧ୍ୟ ସେ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ। ଏହି ଫଟୋ ସୋସିଆଲ୍ ମିଡିଆରେ ପଡୁ ପଡୁ ଭାଇରାଲ ହୋଇଥିଲା।

Sonam Kapoor photos viral on social media

Sonam Kapoor photos viral on social media

Advertisment

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ସୋନମ କପୁର ବହୁତ ଫେସନ ପ୍ରିୟ। ସେ ସବୁବେଳେ ନିଜର ଫେସନ ସେନ୍ସ ଓ ଷ୍ଟାଇଲିସ୍ ଲୁକ୍ ନେଇ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ଫେସନ ଚଏସ୍‌କୁ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି। ନିକଟରେ ସୋନମ କପୁର ଏକ ଫଟୋସୁଟ୍ କରିଥିଲେ। ଏହାର ଫଟୋକୁ ମଧ୍ୟ ସେ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ। ଏହି ଫଟୋ ସୋସିଆଲ୍ ମିଡିଆରେ ପଡୁ ପଡୁ ଭାଇରାଲ ହୋଇଥିଲା। ଏହାର ବିଶେଷ କାରଣ ହେଲା ସୋନମ କପୁର ଏହି ଫଟୋରେ ଯେଉଁ ଆଉଟ୍‌ଫିଟ୍ ପିନ୍ଧିଛନ୍ତି ତାହା ଲିଙ୍ଗଗତ ସମାନତାର ଭାବନା ସୃଷ୍ଟି କରୁଛି।

Advertisment
Sonam Kapoor photos viral on social mediaସୋନମ କପୁରଙ୍କ ଡ୍ରେସ୍କୁ ନେଇ ପ୍ରତିକ୍ରିୟା ଦେଖେଇଲେ ଲୋକେ

ସୋନମ କପୁର ଏହି ଫଟୋରେ ରୋକସଣ୍ଡା ଇଲିନ୍‌ସିକ୍‌ ଡ୍ରେସ୍ ପିନ୍ଧିଛନ୍ତି। ଏଥିରେ ସେ ବହୁତ ସୁନ୍ଦର ମଧ୍ୟ ଲାଗୁଛନ୍ତି। ଏହି ଡ୍ରେସରେ ଏକ ମହିଳା ଶରୀରର ଚିତ୍ର ଅଙ୍କା ଯାଇଛି। ସୋନମ କପୁର ଏହି ମହିଳା ଚିତ୍ରଟିକୁ ଦେଖେଇଛନ୍ତି। ତେବେ ଏହା ଲିଙ୍ଗଗତ ସମାନତାକୁ ସମର୍ଥନ କରୁଥିବା ଦୃଷ୍ଟିରେ ଦେଖାଯାଉଛି।

Sonam Kapoor photos viral on social mediaସୋନମ କପୁରଙ୍କ ଡ୍ରେସ୍କୁ ନେଇ ପ୍ରତିକ୍ରିୟା ଦେଖେଇଲେ ଲୋକେ
Advertisment

ଏହି ଫଟୋରେ ଦେଖାଯାଉଛି ଯେ ସୋନମ କପୁର ବହୁତ ସୁନ୍ଦର ପୋଜ୍ ମଧ୍ୟ ଦେଇଛନ୍ତି। ସେ ଖୁବ୍ ହାଲ୍‌କା ମେକ୍ ଅପ୍‌ ନେଇଛନ୍ତି ଏବଂ ଚୁଟିକୁ ଖୋସା କରି ବାନ୍ଧିଛନ୍ତି। ସେ କାନରେ ବଡ ବଡ ଝୁମୁକା ମଧ୍ୟ ପିନ୍ଧିଛନ୍ତି। ସୋନମ କପୁର ସୋସିଆଲ୍ ମିଡିଆରେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ “ମୋର ସାଙ୍ଗ ଆୟେଶା ଭାରତ ପାସ୍ରିକା ଓ ସରନ ପାସ୍ରିକା ଗତ ପାଞ୍ଚ ବର୍ଷ ହେବ ଗୋଟେ ପ୍ରୋଜେକ୍ଟରେ କାମ କରୁଛନ୍ତି, ଯାହାକୁ ମେସନ୍ ଏଷ୍ଟେଲ୍ କୁହାଯାଉଛି। ସେ ତାଙ୍କ ପରିଶ୍ରମର ଫଳ ପାଇବା ପରେ ମତେ ଡିନର ପାଇଁ ଡାକିଥିଲେ।”

Sonam Kapoor photos viral on social mediaସୋନମ କପୁରଙ୍କ ଡ୍ରେସ୍କୁ ନେଇ ପ୍ରତିକ୍ରିୟା ଦେଖେଇଲେ ଲୋକେ

ସୋନମଙ୍କର ଏହି ଡ୍ରେସ୍ ଚିତ୍ର ଆଧାରିତ ହୋଇଥିବା ବେଳେ କିଛି ଏହାକୁ ପସନ୍ଦ କରୁଛନ୍ତି ତ ଆଉ କିଛି ଏହାକୁ ନେଇ ଆଲୋଚନା ମଧ୍ୟ କରୁଛନ୍ତି। ଅନେକ ଏହାର ତୁଳନାକୁ ରଣବୀର ସିଂହଙ୍କ ସହ ମଧ୍ୟ କରୁଛନ୍ତି। ତେବେ ସୋନମ ସବୁବେଳେ ତାଙ୍କ ଆଉଟଫିଟକୁ ନେଇ ଏକ୍ସପେରିମେଣ୍ଟ୍ କରିଥାନ୍ତି। ଏହି କାରଣରୁ ତାଙ୍କୁ ଲୋକେ ଟ୍ରେଣ୍ଡ୍ ସେଟର ବୋଲି କହିଥାନ୍ତି। ସୋନମ ଆଜିକାଲି ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଲଣ୍ଡନରେ ରହୁଛନ୍ତି ଓ ନିଜର ଦାମ୍ପତ୍ୟ ଜୀବନର ସୁଖ ନେଉଛନ୍ତି। ଏହି ଫଟୋ ମଧ୍ୟ ସେ ଲଣ୍ଡନରୁ ହିଁ ଶେୟାର କରିଛନ୍ତି।

Advertisment
Bollywood Sonam Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ