Advertisment

ମାଟର୍‌ନିଟୀ ଫଟୋସୁଟ୍‌କୁ ନେଇ ଟ୍ରୋଲ୍ ହେଇଥିଲେ ସୋନମ୍‌, ଏବେ ଜବାବ ଦେଲେ

ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଥିବା ସୋନମ କପୁର ତାଙ୍କ ପ୍ୟାରେଣ୍ଟିଂ ଡ୍ୟୁଟି ଏବଂ ପିଲାର ସ୍କୁଲ୍ ଶିକ୍ଷାକୁ ନେଇ ଯୋଜନା କରୁଥିବା କହିଛନ୍ତି। ଏହାରି ଭିତରେ ସେ ତାଙ୍କ ମାଟର୍‌ନିଟୀ ଫଟୋସୁଟ୍‌କୁ ନେଇ ହେଉଥିବା ଟ୍ରୋଲ୍‌ର ଜବାବ ଦେଇଛନ୍ତି।

Sonam kapoor opened up about being trolled for her pregnancy photoshoot

Sonam kapoor opened up about being trolled for her pregnancy photoshoot

Advertisment

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଅଗଷ୍ଟ ୨୦ ଅର୍ଥାତ୍ ଶନିବାର ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ। ସେମାନେ ଏକ ପୁଅର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଭଳି ପରିସ୍ଥିତିରେ କପୁର ପରିବାରଠାରୁ ଆରମ୍ଭ କରି ଆହୁଜା ପରିବାର ପର୍ଯ୍ୟନ୍ତ ଖୁସିର ବାତାବରଣ ଖେଳିଯାଇଛି। ସମସ୍ତେ ସୋନମ-ଆନନ୍ଦଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପିଲାକୁ ଶୁଭେଚ୍ଛା ଜଣାଉଛନ୍ତି। ଏହାରି ଭିତରେ ସୋନମ ପ୍ୟାରେଣ୍ଟ୍‌ହୁଡ୍‌କୁ ନେଇ ପ୍ରକାଶ କରିଛନ୍ତି।

Advertisment

ସେ ପ୍ୟାରେଣ୍ଟିଂ ଡ୍ୟୁଟି ଏବଂ ପିଲାର ସ୍କୁଲ୍ ଶିକ୍ଷାକୁ ନେଇ ତାଙ୍କ ଯୋଜନା ବିଷୟରେ କିଛି ବିଶେଷ ସୂଚନା ଶେୟାର କରିଛନ୍ତି। ତେବେ ସବୁଠାରୁ ମଜାଳିଆ କଥା ହେଉଛି ସୋନମ ତାଙ୍କର ଏକ ସାକ୍ଷାତକାରରେ ସେହି ଲୋକମାନଙ୍କୁ ଉଚିତ ଜବାବ ଦେଇଛନ୍ତି ଯେଉଁମାନେ ତାଙ୍କ ମାଟର୍‌ନିଟୀ ଫଟୋସୁଟ୍‌କୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ୍‌ କରୁଥିଲେ।

ସୋନମ୍ ଲୋକପ୍ରିୟ ଭୋଗ୍(Vogue) ମାଗାଜିନ ପାଇଁ ଏକ ମାଟର୍‌ନିଟୀ ଫଟୋସୁଟ୍‌ କରିଥିଲେ। ଏହି ଫଟୋରେ ସେ ଏକ ଲମ୍ବା ସାର୍ଟ ପିନ୍ଧି ବ୍ରାଲେସ୍ ହେଇ ନିଜ ବେବି ବମ୍ପ୍‌କୁ ଦେଖିଛନ୍ତି। ଫଟୋରେ ତାଙ୍କ ସାର୍ଟ ବଟନ୍ ଖୋଲା ଅଛି, ଫଳରେ ତାଙ୍କ ବେବି ବମ୍ପ୍ ସ୍ପଷ୍ଟ ଦେଖାଯାଉଛି। ଏହି ଫଟୋସୁଟ୍ ଶେୟାର୍ କରି ମାଗାଜିନ ସୋନମଙ୍କୁ ଜଣେ ମା’ ହେବାର ଅଭିନନ୍ଦନ ଜଣାଇଛି। ସୋନମଙ୍କ ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ସୋନମ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

ନିକଟରେ ଏକ ସାକ୍ଷାତକାରରେ ସୋନମ କହିଛନ୍ତି ଯେ ସେ ବର୍ତ୍ତମାନ ଏଭଳି ଘଟଣାକୁ ନେଇ ପ୍ରତିକ୍ରିୟା ଦେବା ବନ୍ଦ କରି ଦେଇଛନ୍ତି। ସୋନମ କହିଛନ୍ତି, “ମତେ ଲାଗୁଛି ଯେ ମୁଁ ଯେଉଁ ଜିନିଷ ସହିତ ବଢିଛି, ସେମାନେ ସେହି ଜିନିଷଗୁଡ଼ିକ ଉପରେ ପ୍ରତିକ୍ରିୟା କରୁଛନ୍ତି ଯାହା ଉପରେ ମୋର ପ୍ରତିକ୍ରିୟା କରିବାର ଆବଶ୍ୟକତା ନାହିଁ। ଖୁସିର କଥା ଯେ ବୟସ ଏବଂ ଅଭିଜ୍ଞତା ସହିତ, ମୋ ଭିତରେ ଏହାକୁ ନେଇ ଆହୁରି ବୁଝିବା ଶକ୍ତି ବଢିଛି।

ଏହାର କାରଣ ମଧ୍ୟ ମୁଁ ଜାଣେ ଯେ ମୁଁ ଏକ ଚମତ୍କାର ଜୀବନ ଜୀଇଥାଏ। ସେଥିପାଇଁ ଏମିତି ମୋ ସହିତ ହୁଏ। ବର୍ତ୍ତମାନ ମୋର ଅଭିଯୋଗ କରିବାର କୌଣସି କାରଣ ମଧ୍ୟ ନାହିଁ। ତେଣୁ ଯଦି ମୋ ପଛରେ କେହି ମୋ ବିଷୟରେ କିଛି ନକାରାତ୍ମକ କଥା କହୁଛନ୍ତି, ତେବେ ସତ କଥା ହେଉଛି ଏଥିରେ ମୋର କିଛି ଯାଏ ଆସେ ନାହିଁ।

Advertisment

ସେ ଆହୁରି କହିଛନ୍ତି ଯେ, "ଯଦି ମୁଁ ଆଜି ମୋର ଶରୀର ଏବଂ ମୋ ନାରୀତ୍ୱକୁ ଉପଭୋଗ କରିବା ପାଇଁ କିଛି କହୁଛି, ତେବେ ଏହା ଆଶ୍ଚର୍ଯ୍ୟଜନକ ନୁହେଁ। ମୁଁ ସବୁବେଳେ ଡାର୍କ ସର୍କଲ୍, ପିସିଓଏସ୍, ଓଜନ ବୃଦ୍ଧି ଏବଂ ଷ୍ଟ୍ରେଚ୍ ମାର୍କ ଭଳି ପ୍ରସଙ୍ଗକୁ ନେଇ ଆଲୋଚନା କରୁଛି।”

Bollywood Sonam Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ