Advertisment

ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଚର୍ଚ୍ଚା : ଜାଣନ୍ତୁ କାହାକୁ ବାହାହେବେ

ସୋନାକ୍ଷୀ ସିହ୍ନା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ତାଙ୍କ ବାହାଘରକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ଅଦ୍ୟତନ ହୋଇଛି
Sonakshi Sinha reacted on her marriage

Sonakshi Sinha reacted on her marriage

Advertisment

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଶଟଗନ୍‌ ନାମରେ ପରିଚିତ ଶତ୍ରୁଘ୍ନ ସିହ୍ନାଙ୍କ ଲଳନା ତଥା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ। ଅନୁମାନ କରାଯାଉଛି ଯେ ଖୁବ ଶୀଘ୍ର ଶତ୍ରୁଘ୍ନଙ୍କ ଘରେ ଯୋଡି ମହୁରୀ ବାଜିବ। କୁହାଯାଉଛି ଯେ ଚଳିତ ବର୍ଷ ସୋନାକ୍ଷୀ ଅଭିନେତା ଜହୀର ଇକବାଲଙ୍କୁ ବିବାହ କରିବେ। ଏହାକୁ ନେଇ ସୋସିଆଲ ମିଡିଆରେ ସୋନାକ୍ଷୀ ଏକ ଭିଡିଓ ଶେୟାର କରି ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

ସୋନାକ୍ଷୀ ସିହ୍ନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି ଯେ ମି ଟୁ ମିଡିଆ : ତୁମେ କାହିଁକି ହାତ ଧୋଇ ମୋତେ ବିବାହ କରିବାକୁ ଚାହୁଁଛ? ଏହି ପ୍ରଶ୍ନର ଉତ୍ତରରେ ସୋନାକ୍ଷୀ ସିହ୍ନା ଶାହାରୁଖ ଖାନଙ୍କ ଏକ ସଂଳାପକୁ ଲିପ୍-ସିଙ୍କ୍ କରି କୁହନ୍ତି, “ମୋତେ ଭଲ ଲାଗୁଛି, ମୁଁ ଏହାକୁ ବହୁତ ଉପଭୋଗ କରୁଛି।”

ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ଶେୟାର କରିବାବେଳେ ଅଭିନେତ୍ରୀ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, "ପ୍ରସ୍ତାବ, ରୋକା, ମେହେନ୍ଦୀ, ସଂଗୀତ ସବୁ ଫିକ୍ସ କରିଦେଇଛ ଯଦି ତେବେ ଦୟାକରି ମୋତେ କୁହନ୍ତୁ।” ସୋନାକ୍ଷୀ ସିହ୍ନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ପ୍ରଶଂସକମାନେ ତାଙ୍କ ଭିଡିଓକୁ ଖୁବ୍ ପସନ୍ଦ କରୁଥିବା ବେଳେ ପ୍ରତିକ୍ରିୟା ମଧ୍ୟ କରୁଛନ୍ତି।

Advertisment

କୌତୁହଳର ବିଷୟ ହେଉଛି ଯେ ତାଙ୍କ ପ୍ରେମିକା ଜହିର ଇକବାଲ ମଧ୍ୟ ଅଭିନେତ୍ରୀଙ୍କ ଏହି ଭିଡିଓ ପୋଷ୍ଟ୍‌ରେ ହସୁଥିବା ଇମୋଜୀ ସହିତ କମେଣ୍ଟ୍‌ ଦେଇଛନ୍ତି।

ପ୍ରକାଶଥାଉ ଯେ ଜୁନ୍ ୫ରେ ସୋନାକ୍ଷୀ ସିହ୍ନାଙ୍କ ଜନ୍ମଦିନରେ ଜହିର ଇକ୍‌ବାଲ୍‌ ଏକ ଭିଡିଓ ଶେୟାର କରି ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଭିଡିଓ ଶେୟାର କରି ସେ ଲେଖିଥିଲେ ଯେ "ଜନ୍ମଦିନର ଅନେକ ଶୁଭେଚ୍ଛା ... ମୋତେ ମାରି ନ ଥିବାରୁ ଧନ୍ୟବାଦ। ମୁଁ ତୁମକୁ ଭଲ ପାଏ ଏବଂ ଏଠାରେ ବହୁତ ଖାଦ୍ୟ, ପ୍ରେମ ଏବଂ ହସ ଅଛି।” ଏହି ପୋଷ୍ଟରେ ଜହିରଙ୍କୁ ଧନ୍ୟବାଦ ଜଣାଇ ସୋନାକ୍ଷୀ ଲେଖିଥିଲେ, “ଧନ୍ୟବାଦ, ତୁମକୁ ବହୁତ ଭଲ ପାଇବା ଏବଂ ମୁଁ ତୁମକୁ ମାରିବାକୁ ଆସୁଛି।”

Advertisment

ଉଭୟଙ୍କ ଏହି ପୋଷ୍ଟ୍‌କୁ ନେଇ ସୋସିଆଲ ମିଡିଆରେ ସେମାନଙ୍କ ବିବାହକୁ କଳ୍ପନାଜଳ୍ପନା କରାଯାଇଥିଲା। ଏନେଇ ସୋନାକ୍ଷୀ ଏବେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କ ନୂଆ ଭିଡିଓ ଶେୟାର କରିଛନ୍ତି।

Bollywood Sonakshi Sinha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ