Advertisment

ଘର ଚଳେଇବା ବହୁ କଷ୍ଟକର ଥିଲା : ଡିନୋ ମୋରିୟା

ବହୁଦିନର ବ୍ୟବଧାନ ପରେ ବଲିଉଡ ଅଭିନେତା ଡିନୋ ମୋରିୟା ଏବେ ତାଙ୍କ ନୂଆ ୱେବ୍ ସିରିଜ୍ ‘ଏମ୍ପାୟର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ୱେବ୍ ଶୋ’ରେ ତାଙ୍କ କାମକୁ ନେଇ ଲୋକେ ବେଶ ପ୍ରସଂଶା କରୁଛନ୍ତି। ୨୦୧୦ ପରେ ଏହି ଅଭିନେତା ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ। ଏବେ ସେ ତାଙ୍କର ଏକ ଇଣ୍ଟରଭ୍ୟୁରେ ସେ ଏହା ଉପରେ କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ତାଙ୍କ ପାଖକୁ ଆସୁଥିବା ଅଫର୍ସକୁ ସେ କାହିଁକି ମନା କରିଥିଲେ ଏବଂ କିପରି ଇଣ୍ଡଷ୍ଟ୍ରୀ ସହିତ ଜଡିତ ରହିବା ନେଇ ଛୋଟ ମୋଟ କାମ କରୁଥିଲେ।

Dino Morea

Dino Morea

Advertisment

ନୂଆଦିଲ୍ଲୀ : ବହୁଦିନର ବ୍ୟବଧାନ ପରେ ବଲିଉଡ ଅଭିନେତା ଡିନୋ ମୋରିୟା ଏବେ ତାଙ୍କ ନୂଆ ୱେବ୍ ସିରିଜ୍ ‘ଏମ୍ପାୟର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ୱେବ୍ ଶୋ’ରେ ତାଙ୍କ କାମକୁ ନେଇ ଲୋକେ ବେଶ ପ୍ରସଂଶା କରୁଛନ୍ତି। ୨୦୧୦ ପରେ ଏହି ଅଭିନେତା ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ। ଏବେ ସେ ତାଙ୍କର ଏକ ଇଣ୍ଟରଭ୍ୟୁରେ ସେ ଏହା ଉପରେ କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ତାଙ୍କ ପାଖକୁ ଆସୁଥିବା ଅଫର୍ସକୁ ସେ କାହିଁକି ମନା କରିଥିଲେ ଏବଂ କିପରି ଇଣ୍ଡଷ୍ଟ୍ରୀ ସହିତ ଜଡିତ ରହିବା ନେଇ ଛୋଟ ମୋଟ କାମ କରୁଥିଲେ।

Advertisment
Dino Moriaଡିନୋ ମୋରିୟା

୨୦୧୦ରେ ଡିନୋ ମୋରିୟା ‘ପ୍ୟାର୍‌ ଇମ୍ପସିବଲ’ରେ କାମ କରିଥିଲେ। ଏହି ଫିଲ୍ମର ସାତ ବର୍ଷ ପରେ ସେ ମଲୟାଲମ ଫିଲ୍ମ ‘ସୋଲୋ’ରେ ଏକ ବଡ ଭୂମିକା ନିଭେଇ ଥିଲେ। ଏବେ ବିଗତ ବର୍ଷରୁ ଆଜିଯାଏ ତାଙ୍କୁ କିଛି ଡିଜିଟାଲ ପ୍ରୋଜେକ୍ଟରେ ଦେଖିବାକୁ ମିଳୁଛି। ଏଥିରେ ରହିଛି ମେଣ୍ଟାଲହୁଡ୍, ହୋଷ୍ଟେଜଜ୍ ଓ ତାଣ୍ଡବ। ନିକଟରେ ତାଙ୍କୁ ଦ ଏମ୍ପାୟର ସିରିଜରେ ଦେଖିବାକୁ ମିଳିଛି, ଯେଉଁଥିରେ ତାଙ୍କୁଅ କାମକୁ ନେଇ ବେଶ ପ୍ରଶଂସା ମଧ୍ୟ କରାଯାଉଛି।

ତେବେ ସେ ଫିଲ୍ମ ଦୁନିଆରୁ ଦୂରେଇ ରହିବାର କାରଣକୁ ନେଇ କହିଛନ୍ତି ଯେ ତାଙ୍କୁ ଯେଉଁ ଅଫର୍ସ ମିଳୁଥିଲା ତାହା ବହୁତ ଖରାପ ଥିଲା। ସେ କହିଛନ୍ତି ଯେ “ଯଦି ବି ମୁ ରୋଲ୍ କିମ୍ବା ଫିଲ୍ମ କରିଦେଇଥାନ୍ତି ତେବେ ମତେ ଜଣା ଥିଲା ଯେ ମୁଁ ମୋ କେରିଅରକୁ ଖରାପ କରିଥାନ୍ତି। ଶେଷରେ ଇଣ୍ଡଷ୍ଟ୍ରୀ ମତେ ଦେଖିଥାନ୍ତା ଆଉ କହିଥାନ୍ତା ଯେ ଏଅ କ’ଣ ମୁର୍ଖାମୀ କରୁଛି। ଦର୍ଶକ ଏହାକୁ ଦେଖିଥାନ୍ତେ ଆଉ କହିଥାନ୍ତେ, ଏ କ’ଣ କରୁଛି, ଫ୍ଲପ୍ ଅଭିନେତା।”

Advertisment

ସେ ପୁଣି କହିଛନ୍ତି ଯେ “ସେ ସମୟ ବହୁତ କଷ୍ଟକର ଥିଲା କାରଣ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିବାକୁ ପଡୁଥିଲା। ଲୋକେ କହୁଥିଲେ ନଜରରୁ ହଟିଗଲାଣି ତ ଇଣ୍ଡଷ୍ଟ୍ରୀରୁ ବି ଦୂର ହୋଇଯିବ। ନିଜକୁ ବହୁତ ଅସୁରକ୍ଷିତ ମନେହେଉଥିଲା। କିନ୍ତୁ ନିଜକୁ ସକାରାତ୍ମକ ରହିବାକୁ ହେଉଥିଲା। ନିଜକୁ ନିଜ ଉପରେ ହିଁ କାମ କରିବାକୁ ପଡୁଥିଲା ଓ ଅପେକ୍ଷା କରିବାକୁ ହେଉଥିଲା ଯେ କେତେବେଳେ ଏକ ଅଫର ମିଳିଯିବ ଓ ନିଜର ଭଲ ପ୍ରଦର୍ଶନ ଦେବାକୁ ହେବ।”

Advertisment

ତାଙ୍କ ଜୀବନରେ ଏମିତି ବି ସମୟ ଆସିଥିଲା କେବେଳ ଅର୍ଥ କମେଇବା ପାଇଁ ଅଫର ନେବାକୁ ହେଉଥିଲା। ସେ କହିଛନ୍ତି ଯେ “ଘର ଚଳେବାରେ ଅଛି, ବିଲ୍ ଭରିବାରେ ଅଛି, ବଞ୍ଚିବା ପାଇଁ ଅର୍ଥ କମେଇବାରେ ଅଛି। ତିଷ୍ଠି ରହିବା ସହଜ କଥା ନୁହେଁ। ମୋ ପାଖରେ ଦରମା ବାଲା ଚାକିରି ନ ଥିଲା।”

Bollywood Dino Morea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ