ଗୁଳିମାଡ଼ ଘଟଣାରେ ସଲମାନ ଖାନଙ୍କ ବୟାନ୍ ରେକର୍ଡ, କହିଲେ...

ଗତ କିଛିଦିନ ତଳେ ସଲମାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍‌ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।

Salman Khan

ଗତ କିଛିଦିନ ତଳେ ସଲମାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍‌ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ବାନ୍ଦ୍ରା ଅଞ୍ଚଳରେ ୨ଜଣ ଅଜଣା ବ୍ୟକ୍ତି ଭାଇଜାନ ସଲମାନଙ୍କ ଘର ଆଗରେ ଗୁଳି ଚଳାଇ ଚମ୍ପଟ ମାରିଥିଲେ । ଗୁଳିମାଡ଼ ଘଟଣାର ଦିନକ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ, ଏପ୍ରିଲ ୧୪ତାରିଖ ଭୋର ପ୍ରାୟ ୪ଟା ୫୧ସମୟରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପ୍ରଥମେ ତିନି ରାଉଣ୍ଡ ଓ ପରେ ୪ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଥିଲେ । ଆମେରିକାରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍ ବିଷ୍ଣୋଇ ଫାଇରିଂ ପାଇଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲା । ଏଥିପାଇଁ ସାର୍ପ ସୁଟର୍ ରୋହିତ ଗୋଦରାକୁ ଦାୟିତ୍ୱ ଦିଆଯାଇଥିଲା ।

ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାରଙ୍କ ହତ୍ୟା ଧମକ ସାମ୍ନାକୁ ଆସିବା ପରେ ସଲମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି । ତାଙ୍କୁ ବ୍ୟକ୍ତିଗତ ବନ୍ଧୁକ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି । ତେବେ ଏନେଇ ଗତ ଜୁନ ୪ ତାରିଖରେ ପୋଲିସ ସଲମାନଙ୍କ ଘରକୁ ଯାଇ ବିବୃତ୍ତି ନେଇଥିଲା । ସଲମାନ ଖାନ କହିଥିଲେ ଯେ, ସେ ରାତିରେ ଶୋଇଥିଲେ ।

ଅଧିକ ପଢ଼ନ୍ତୁ: ସଲମାନଙ୍କ ଘର ବାହାରେ ଗୁଳି ବିନିମୟ ପରେ ଭାଇଜାନଙ୍କୁ ଉପଦେଶ ଦେଲେ ରାଖୀ, କହିଲେ…

ଗୁଳିମାଡ଼ ଶୁଣିବା ପରେ ହିଁ ତାଙ୍କର ନିଦ ଭାଙ୍ଗିଥିଲା । ଲରେନ୍ସ  ଗ୍ୟାଙ୍ଗ ଦ୍ୱାରା ନିଯୁକ୍ତ ସୁଟରମାନେ ୫୮ ବର୍ଷିୟ ଚଳଚ୍ଚିତ୍ର ତାରକାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ ବୋଲି ପୋଲିସ ଦାବି କରିଛି । ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀଙ୍କ ସମେତ ଏକ ଚାରିଜଣିଆ ଟିମ୍ ଜୁନ୍ ୪ ରେ ସଲମାନ ଖାନଙ୍କ ଘରକୁ ଯାଇ ତାଙ୍କ ବିବୃତ୍ତି ତଥା ତାଙ୍କ ଭାଇ ଅରବାଜ ଖାନଙ୍କ ବିବୃତ୍ତି ରେକର୍ଡ କରିଥିଲେ ।

ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡ଼ିଛି । ସଲମାଲ କହିଥିଲେ ଯେ, ଘଟଣାର ପୂର୍ବ ରାତିରେ ଏକ ପାର୍ଟୀ ପରେ ସେ ବିଳମ୍ବରେ ଶୋଇଥିଲେ । ପରେ ଗୁଳି ଚଲାଯିବାର ଶବ୍ଦ ଶୁଣିଥିଲେ କିନ୍ତୁ ବାହାରେ କାହାକୁ ଦେଖିବାକୁ ପାଇନଥିଲେ ବୋଲି ସେ କହିଛନ୍ତି । ସଲମାନ ଖାନଙ୍କ ବିବୃତ୍ତି ତିନି ଘଣ୍ଟା ପାଇଁ ରେକର୍ଡ ହୋଇଥିବା ବେଳେ ତାଙ୍କ ଭାଇଙ୍କୁ ଦୁଇ ଘଣ୍ଟା ପଚରାଉଚରା କରାଯାଇଥିଲା ।

ପ୍ରାୟ ୧୫୦ରୁ ଅଧିକ ପ୍ରଶ୍ନ ଉଭୟ ଭାଇଙ୍କୁ ପଚରା ଯାଇଛି ବୋଲି ପୋଲିସ କହିଛି । ତେବେ ଗୁଳିମାଡ଼ ସମୟରେ ସଲମାନଙ୍କ ପିତା ମଧ୍ୟ ଆପାର୍ଟମେଣ୍ଟରେ ଥିଲେ । ବୟସ ଅଧିକ ହେତୁ ତାଙ୍କର ବିବୃତ୍ତି ରେକର୍ଡ କରାଯାଇନାହିଁ । ତେବେ ଆବଶ୍ୟକସ୍ଥଳରେ ତାଙ୍କର ମଧ୍ୟ ବିବୃତ୍ତି ରେକର୍ଡ କରାଯାଇପାରେ ବୋଲି ପୋଲିସ କହିଛି । ସୂଚନାଯୋଗ୍ୟ, ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ଜଣଙ୍କୁ ଗିରଫ କରାଯାଇଛି ।