Advertisment

ଶିଳ୍ପାଙ୍କ ଦୁଃଖ ସମୟରେ ସାଥ ଦେଲେ ଭଉଣୀ ଶମିତା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ଖବର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହଙ୍ଗାମା-୨' ମୁକ୍ତିଲାଭ କରିଥିଲା। ତେବେ ଭଉଣୀର ସମର୍ଥନରେ ଶିଳ୍ପାଙ୍କ ଭଉଣୀ ଶମିତା ଶେଟ୍ଟୀ ଆଗକୁ ଆସିଛନ୍ତି।

ଶିଳ୍ପାଙ୍କ ଦୁଃଖ ସମୟରେ ସାଥ ଦେଲେ ଭଉଣୀ ଶମିତା

Shilpa and Shamita

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ଖବର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହଙ୍ଗାମା-୨' ମୁକ୍ତିଲାଭ କରିଥିଲା। ତେବେ ଭଉଣୀର ସମର୍ଥନରେ ଶିଳ୍ପାଙ୍କ ଭଉଣୀ ଶମିତା ଶେଟ୍ଟୀ ଆଗକୁ ଆସିଛନ୍ତି। ଫିଲ୍ମ ଦେଖିବା ପାଇଁ ଶମିତା ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ଏବଂ ତାଙ୍କ ଭଉଣୀକୁ ଉତ୍ସାହିତ କରିଛନ୍ତି। ସେ କହିଛନ୍ତି ଯେ ଏହି କଷ୍ଟଦାୟକ ସମୟ ମଧ୍ୟ ଅତିବାହିତ ହେବ।

Advertisment

ଇନ୍‌ଷ୍ଟାଗ୍ରାମ୍‌ରେ 'ହଙ୍ଗାମା-୨' ଚଳଚ୍ଚିତ୍ରର ପୋଷ୍ଟର ସେୟାର କରି ଶମିତା ଶେଟ୍ଟୀ ଲେଖିଛନ୍ତି – “୪ ବର୍ଷ ପରେ ତୁମର ଚଳଚ୍ଚିତ୍ର 'ହଙ୍ଗାମା' ପାଇଁ ଅଭିନନ୍ଦନ ମୁଙ୍କି। ମୁଁ ଜାଣେ ଯେ ତୁମେ ଏବଂ ସମଗ୍ର ଟିମ୍‌ ଏଥିପାଇଁ ବହୁତ ପରିଶ୍ରମ କରିଛ... ଲଭ୍‌ ୟୁ। ମୁଁ ସବୁବେଳେ ତୁମ ସହିତ ଅଛି । ତୁମେ ବର୍ତ୍ତମାନ ତୁମ ଜୀବନର ଉତ୍ଥାନ-ପତନ ଦେଇ ଗତିକରୁଛ ଏବଂ ମୁଁ ଜାଣେ ତୁମେ ଆହୁରି ଅଧିକ ଶକ୍ତିଶାଳୀ ହୋଇ ଆଗକୁ ଆସିବ। ଏହି ସମୟ ମଧ୍ୟ ଅତିକ୍ରମ କରିଯିବ। ହଙ୍ଗାମା-୨ ର ସମଗ୍ର ଟିମ୍‌କୁ ମୋର ଶୁଭକାମନା। ମୁଁ ଆଶା କରୁଛି ଯୋଗ ତୁମକୁ ବହୁତ ସାହାଯ୍ୟ କରିବ। ଏହି ଚଳଚ୍ଚିତ୍ରକୁ ଭଲ କରିବା ପାଇଁ ହଙ୍ଗାମା-୨ ର ପୁରା ଟିମ୍ ବହୁତ କଠିନ ପରିଶ୍ରମ କରିଛନ୍ତି, ତେଣୁ ଏହି ଚଳଚ୍ଚିତ୍ର ଉପରେ କୌଣସି ପ୍ରକାର ପ୍ରଭାବ ପଡିବା ଉଚିତ ନୁହେଁ। ମୁଁ ଆପଣମାନଙ୍କ ସମସ୍ତଙ୍କୁ ପ୍ରାର୍ଥନା କରୁଛି ଯେ ନିଜ ପରିବାର ସହିତ ହଙ୍ଗାମା-୨ ଦେଖିବେ ଏବଂ ମୁହଁରେ ହସ ଆଣିବେ। ଏହି ଚଳଚ୍ଚିତ୍ରରେ ଜଡିତ ସମସ୍ତଙ୍କୁ ଧନ୍ୟବାଦ।”

ଶମିତା ଶେଟ୍ଟୀଙ୍କ ଏହି ପୋଷ୍ଟରେ ଇଣ୍ଡଷ୍ଟ୍ରି ସହିତ ଜଡିତ କିଛି ଲୋକ ଅଭିନନ୍ଦନ ଜଣାଇଛନ୍ତି, ତା’ପରେ ପ୍ରଶଂସକଙ୍କ ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଅନେକ ପ୍ରଶଂସକ ଶମିତାଙ୍କୁ ରାଜ କୁନ୍ଦ୍ରାଙ୍କ ବିଷୟରେ ଅନେକ ପ୍ରଶ୍ନ ପଚାରିଛନ୍ତି। ତେବେ 'ହଙ୍ଗାମା-୨'ରେ ଶିଳ୍ପା ଶେଟ୍ଟୀଙ୍କ ବ୍ୟତୀତ ପରେଶ ରାୱଲ, ମୀଜାନ ଜାଫ୍ରି ଏବଂ ପ୍ରଣିତା ସୁଭାଷ ମଧ୍ୟ ଅଛନ୍ତି।

Advertisment

ଅଶ୍ଳୀଳ ଭିଡିଓ ତିଆରି କରିବା ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ରିଲିଜ୍ କରିବା ଅଭିଯୋଗରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ ଗିରଫ କରିଛି। ପ୍ରକାଶ ଯେ, ଶିଳ୍ପା ଶେଟ୍ଟୀ ରାଜ କୁନ୍ଦ୍ରାଙ୍କ କମ୍ପାନୀ ଭିଆନ୍ ଇଣ୍ଡଷ୍ଟ୍ରିଜରୁ ଇସ୍ତଫା ଦେଇଛନ୍ତି।

Bollywood Shilpa Shetty Entertainment Shamita Shetty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ