Advertisment

Singham Again Trailer Out: ଆସିଲା ‘ସିଙ୍ଘମ୍ ଏଗେନ୍’ର ଟ୍ରେଲର୍; ଆକ୍ସନ୍, ଆକ୍ସନ୍ କେବଳ ଆକ୍ସନ୍

ନିର୍ମାତା ବହୁ ପ୍ରତୀକ୍ଷିତ ମଲ୍ଟି ଷ୍ଟାରର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ର ବିସ୍ଫୋରକ ଟ୍ରେଲର ରିଲିଜ୍ କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକମାନେ ଏହି ଫିଲ୍ମକୁ ବ୍ଲକବଷ୍ଟର ହେବ ବୋଲି କହିବା ଆରମ୍ଭ କରି ଦେଇଛନ୍ତି। ଆପଣ ବି ଦେଖିଲେ ଠିକ୍ ଏହା ହିଁ କହିବେ।

ଅଦ୍ୟତନ ହୋଇଛି
Singham Again Trailer Out

Singham Again Trailer Out

Advertisment

ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସ ପୁଣି ଥରେ ହଙ୍ଗାମା କରିବାକୁ ପ୍ରସ୍ତୁତ ଏବଂ ଏଥର ଏହି ଦିପାବଳୀରେ ହେବ ଫୁଲ୍ ମନୋରଞ୍ଜନ। ଅଜୟ ଦେବଗନ୍, କରୀନା କପୁର, ଅକ୍ଷୟ କୁମାର, ରଣଭୀବୀର ସିଂହ, ଦୀପିକା ପାଦୁକୋନ୍, ଟାଇଗର ଶ୍ରଫ୍, ଅର୍ଜୁନ କପୁର, ଏବଂ ଜ୍ୟାକି ଶ୍ରଫ୍‌ଙ୍କ ଭଳି ଷ୍ଟାରମାନେ ଏକାଠି ହୋଇ ରୂପେଲି ପରଦାରେ ପ୍ରଶଂସକଙ୍କ ମନୋରଞ୍ଜନ କରିବେ।

Advertisment

ନିର୍ମାତା ବହୁ ପ୍ରତୀକ୍ଷିତ ମଲ୍ଟି ଷ୍ଟାରର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ର ବିସ୍ଫୋରକ ଟ୍ରେଲର ରିଲିଜ୍ କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକମାନେ ଏହି ଫିଲ୍ମକୁ ବ୍ଲକବଷ୍ଟର ହେବ ବୋଲି କହିବା ଆରମ୍ଭ କରି ଦେଇଛନ୍ତି। ଆପଣ ବି ଦେଖିଲେ ଠିକ୍ ଏହା ହିଁ କହିବେ।

Advertisment

କିଛି ସମୟ ପୂର୍ବରୁ ରିଲିଜ୍ ହୋଇଥିବା ଏହି ଟ୍ରେଲରରେ ଆକ୍ସନ୍, ଆକ୍ସନ୍ ଏବଂ କେବଳ ଆକ୍ସନ୍ ହିଁ ଦେଖିବାକୁ ମିଳିଛି। ଏଥିରେ ଅର୍ଜୁନ କପୁର ଭିଲେନ ଭୂମିକାରେ ଏକ ଭିନ୍ନ ଷ୍ଟାଇଲ୍‌ରେ ନଜର ଆସିଛନ୍ତି। ସେହିପରି ଦୀପିକା ପାଦୁକୋନ୍‌ଙ୍କ ଲୁକ୍ ଖୁବ୍ ଚମତ୍କାର ହୋଇଛି।

Advertisment

ଟ୍ରେଲର୍‌ ଆରମ୍ଭରେ ‘ରାମାୟଣ’ର କିଛି ଝଲକ ଦେଖିବାକୁ ମିଳେ। ଆରମ୍ଭରେ, ସିଙ୍ଘମ୍‌ଙ୍କ ପୁଅ ତାଙ୍କ ବାପାଙ୍କୁ ପଚାରୁଥିବାର ଦେଖାଯାଏ ଯେ ଯଦି ରାବଣ ପରି କେହି ତାଙ୍କ ମା’ଙ୍କୁ ଅପହରଣ କରନ୍ତି, ତେବେ ସେ କ’ଣ ତାଙ୍କୁ ରାମଙ୍କ ପରି ବଞ୍ଚାଇବାକୁ ଯିବେ? ଏହାର ଉତ୍ତରରେ ସିଙ୍ଘମ କୁହନ୍ତି ଯେ ଗୁଗୁଲରେ ବାଜିରାଓ ସିଙ୍ଘମ୍ ଟାଇପ୍ କରିଦିଅ ତୁମକୁ ତୁମର ବାପାଙ୍କ ବିଷୟରେ ଜଣାପଡିଯିବ ତୁମର ବାପା କ’ଣ?

ଏହାପୂର୍ବରୁ ଟ୍ରେଡ୍ ଏକ୍ସପର୍ଟ୍ ଗିରିଶ ଜୋହର ‘ସିଙ୍ଘମ୍‌ ଏଗେନ୍‌’ର ଟ୍ରେଲରକୁ ନେଇ ସୂଚନା ଦେଇଥିଲେ ଯେ ଫିଲ୍ମର ଟ୍ରେଲର ୪ ମିନିଟ୍‌ ୪୫ ସେକେଣ୍ଡର ହେବ। ସେ ଏକ୍ସରେ ଲେଖିଥିଲେ ଯେ “ଅନେକ କେମିଓ ସହିତ ‘ସିଙ୍ଘମ୍‌ ଏଗେନ୍‌’ର ଟ୍ରେଲର ହିନ୍ଦି ଫିଲ୍ମର ସବୁଠାର ଲମ୍ବା ଟ୍ରେଲର୍ ହେବ। ରୋହିତ ଶେଟ୍ଟୀ କମର୍ସିଆଲ୍ ମାସ୍ ମାସଲା ଆସୁଛି।” ଏହି ଟ୍ୱିଟ୍‌ରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମରେ ସଲମାନ ଖାନଙ୍କ କେମିଓ ମଧ୍ୟ ଦେଖିବାକୁ ମିଳିବ, ଯାହାର ଖବର ନିକଟରେ ଏକ ଗୁଜବ ବୋଲି କୁହାଯାଉଥିଲା।

‘ସିଙ୍ଘମ୍‌ ଏଗେନ୍‌’ ଫିଲ୍ମର ଟ୍ରେଲର ଆଜି ଅକ୍ଟୋବର ୭ ସୋମବାର ଦିନ ମୁମ୍ବାଇରେ ଏକ ବିଶାଳ କାର୍ଯ୍ୟକ୍ରମରେ ଲଞ୍ଚ୍‌ କରାଯାଇଛି। ରଣବୀର ସିଂହ ମଧ୍ୟ ଏଥିରେ ସାମିଲ୍ ଥିଲେ।, ତାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ରଣବୀର ଇଭେଣ୍ଟରେ ପହଞ୍ଚିବା ମାତ୍ରେ ଦୀପିକାଙ୍କୁ ଯୋଦ୍ଧା ରୂପରେ ଦେଖି ଖୁସି ହୋଇଯାଇଥିଲେ। ସେ ଅଭିନେତ୍ରୀଙ୍କ ପୋଷ୍ଟରରେ ପ୍ରେମ ବର୍ଷା କରିଥିଲେ।

‘ସିଙ୍ଘମ୍‌ ଏଗେନ୍‌’ ହେଉଛି ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସର ଏକ ଫ୍ରାଞ୍ଚାଇଜ୍, ଯାହା ପୋଲିସ୍ କର୍ମଚାରୀଙ୍କ କାହାଣୀ ଉପରେ ଆଧାରିତ। ଏହାର ପ୍ରଥମ ରିଲିଜ୍ ୨୦୧୧ରେ ‘ସିଙ୍ଘମ୍‌’ ଭାବେ ଆସିଥିଲା, ତା’ପରେ ୨୦୧୪ରେ ‘ସିଙ୍ଘମ୍‌ ରିଟର୍ନ’, ୨୦୧୮ରେ ‘ସିମ୍ବା’, ୨୦୨୧ରେ ‘ସୂର୍ଯ୍ୟବଂଶୀ’ ଏବଂ ବର୍ତ୍ତମାନ ‘ସିଙ୍ଘମ୍‌ ଏଗେନ୍‌’ ଦିପାବଳୀରେ ଆସିବାକୁ ଯାଉଛି।

Deepika Padukone Ajay Devgn Bollywood Rohit Shetty Ranveer Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ