Advertisment

ଆସୁଛି ଅନେକ ଫିଲ୍ମ: ଏହି ଦିନ ରିଲିଜ୍ ହେବ ‘ପୁଷ୍ପା-୨’, ‘ସିଙ୍ଗମ୍ ଏଗେନ୍’ ସହ ଲଢିବ

୨୦୨୪ ମସିହାରେ କେଉଁ ଫିଲ୍ମ, କେବେ ହେବ ରିଲିଜ୍ ଘୋଷାଣ ହୋଇଛି। ଅନେକ ବଡ ବଡ ଫିଲ୍ମର ରିଲିଜ୍ ଡେଟ୍ ପ୍ରକାଶା ପାଇଛି। ‘ପୁଷ୍ପା-୨’ ଏହିଦିନ ରିଲିଜ୍ ହେବ ବୋଲି କୁହାଯାଇଛି।

ଅଦ୍ୟତନ ହୋଇଛି
Singham again to pushpa-2 2024 movies release

Singham again to pushpa-2 2024 movies release

Advertisment

ଚଳିତ ବର୍ଷ ବଲିଉଡ୍‌ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ୨୦୨୪ ମସିହାରେ ଅନେକ ବଡ ବଜେଟ୍‌ର ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଗୁଡ଼ିକରୁ ଲୋକମାନେ ବହୁତ କିଛି ଆଶା କରୁଛନ୍ତି। ଏହା ବକ୍ସ ଅଫିସରେ କୋଟି କୋଟି ଟଙ୍କାର ବ୍ୟବସାୟ କରିପାରିବ ବୋଲି କୁହାଯାଉଛି। ଖାଲି ଏତିକି ନୁହେଁ ଏସବୁକୁ ନେଇ ଅନେକ ଆଲୋଚନା ମଧ୍ୟ ହେଉଛି।

Advertisment

ଏହି କାରଣରୁ, ଲୋକଙ୍କ ମଧ୍ୟରେ ଦିନକୁ ଦିନ କ୍ରେଜ୍ ବଢିବାରେ ଲାଗିଛି। ତେବେ ଆସନ୍ତୁ ୨୦୨୪ରେ କେଉଁ ସବୁ ବଡ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି ସେ ବିଷୟରେ ଜାଣିବା। ଏହିସବୁ ଫିଲ୍ମ କେବେ ରିଲିଜ୍ ହେବ ତାହା ମଧ୍ୟ ସାମ୍ନାକୁ ଆସିଛି।

ସିଙ୍ଗମ୍ ଏଗେନ୍:

ପ୍ରଶଂସକମାନେ ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସ ଚଳଚ୍ଚିତ୍ରକୁ ଅପେକ୍ଷା କରି ରହିଛନ୍ତି। ‘ସିଙ୍ଗମ୍ ଏଗେନ୍’ ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଚଳଚ୍ଚିତ୍ର ହେବାକୁ ଯାଉଛି। ଫିଲ୍ମର ଷ୍ଟାର୍ କାଷ୍ଟ୍ ମଧ୍ୟ ବହୁତ ବଡ। ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ଦୀପିକା ପାଦୁକୋନ, କରୀନା କପୁର, ଅକ୍ଷୟ କୁମାର ଏବଂ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟରେ ମୁକ୍ତିଲାଭ କରିବ।

Advertisment

ପୁଷ୍ପା ୨:

ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ‘ପୁଷ୍ପା’ ଲୋକଙ୍କୁ ପାଗଳ କରିଦେଇଥିଲା। ପ୍ରଥମ ଭାଗ ଏତେ ହିଟ୍ ହୋଇଥିଲା ଯେ ସେବେଠାରୁ ଲୋକମାନେ ଏହାର ଦ୍ୱିତୀୟ ଭାଗ ଦାବି କରିବାକୁ ଲାଗିଲେ। ବର୍ତ୍ତମାନ ‘ପୁଷ୍ପା ୨’ର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ। ଏହା ୧୫ ଅଗଷ୍ଟରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

ଏମର୍‌ଜେନ୍‌ସୀ:

କଙ୍ଗନା ରାଣାୱତଙ୍କ ନିର୍ଦ୍ଦେଶିତ ଏମର୍‌ଜେନ୍‌ସୀ ଜୁନ୍ ୧୪ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ୍ ଅଛି।

Advertisment

ଚନ୍ଦୁ ଚାମ୍ପିଅନ୍:

କାର୍ତ୍ତିକ ଆର୍ଯ୍ୟନ୍ ଏବଂ କଙ୍ଗନାଙ୍କ ଫିଲ୍ମର ଲଢେଇ ହେବାକୁ ଯାଉଛି। କାର୍ତ୍ତିକଙ୍କ ‘ଚନ୍ଦୁ ଚାମ୍ପିଅନ୍’ ମଧ୍ୟ ଜୁନ୍ ୧୪ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରୁ କାର୍ତ୍ତିକଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି।

ସିତାରେ ଜମୀନ ପର୍:

ଆମୀର ଖାନ ଅଭିନୟ ଦୁନିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ‘ଲାଲ୍‌ ସିଂହ ଚଡ୍‌ଢା’ ଫ୍ଲପ’ ପରେ ଆମୀର ଏକ ବିରତି ନେଇଥିଲେ। ବର୍ତ୍ତମାନ ବିରତିରୁ ଫେରିବା ପରେ ଆମୀର ‘ସିତାରେ ଜମୀନ ପର୍’ ନେଇ ଆସୁଛନ୍ତି। ଏହି ଫିଲ୍ମ ଖ୍ରୀଷ୍ଟମାସ ୨୦୨୪ରେ ମୁକ୍ତିଲାଭ କରିବ।

Allu Arjun Ajay Devgn Bollywood Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ