Advertisment

“ମୁଁ ଫିଲ୍ମକୁ ନେଇ ଖୁସି ଅଛି, ପୁରସ୍କାର ବିଷୟରେ ଚିନ୍ତାକରୁନି”

ବର୍ତ୍ତମାନ ନିକଟରେ ରିଲିଜ୍ ହୋଇଥିବା ‘ଶେର୍‌ଶାହ’ ଫିଲ୍ମର ସଫଳତା ନେଇ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ଖୁସିର ସୀମା ପାର ହୋଇଛି। ଫିଲ୍ମରେ ସିଦ୍ଧାର୍ଥ କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ଭୂମିକା ନିଭେଇ ସମସ୍ତଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି। କିୟାରା ଆଡଭାନୀଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳେ। ତେବେ ସିଦ୍ଧାର୍ଥ ଏହି ଫିଲ୍ମର ସଫଳତା ମଧ୍ୟରେ ସିଦ୍ଧାର୍ଥ ତାଙ୍କର ନୂଆ ସିନେମା ‘ମିସନ ମଞ୍ଜୁ’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ତାଙ୍କ ପ୍ରଶଂସକମାନକୁ ଏହି ଖବର ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ କରି ଜଣେଇଛନ୍ତି।

ଅଦ୍ୟତନ ହୋଇଛି
Siddharth Malhotra

Siddharth Malhotra

Advertisment

ନୂଆଦିଲ୍ଲୀ : ବର୍ତ୍ତମାନ ନିକଟରେ ରିଲିଜ୍ ହୋଇଥିବା ‘ଶେର୍‌ଶାହ’ ଫିଲ୍ମର ସଫଳତା ନେଇ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ଖୁସିର ସୀମା ପାର ହୋଇଛି। ଫିଲ୍ମରେ ସିଦ୍ଧାର୍ଥ କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ଭୂମିକା ନିଭେଇ ସମସ୍ତଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି। କିୟାରା ଆଡଭାନୀଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳେ। ତେବେ ସିଦ୍ଧାର୍ଥ ଏହି ଫିଲ୍ମର ସଫଳତା ମଧ୍ୟରେ ସିଦ୍ଧାର୍ଥ ତାଙ୍କର ନୂଆ ସିନେମା ‘ମିସନ ମଞ୍ଜୁ’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ତାଙ୍କ ପ୍ରଶଂସକମାନକୁ ଏହି ଖବର ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ କରି ଜଣେଇଛନ୍ତି।

Advertisment
Siddhath Malhotraସିଦ୍ଧାର୍ଥ ମଲ୍‌ହୋତ୍ରା

ବର୍ତ୍ତମାନ ଏହି ଅଭିନେତା ‘ମିଶନ ମଞ୍ଜୁ’ର ପରବର୍ତ୍ତୀ ସେଡୁଲ୍‌ର ସୁଟିଂ ପାଇଁ ବ୍ୟସ୍ତ ଥିବା ଦେଖାଯାଏ। ସିଦ୍ଧାର୍ଥ ସୁଟିଂ ସେଟ୍‌ରୁ ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଏହି ମନୋକ୍ରୋମ ଫଟୋରେ ସିଦ୍ଧାର୍ଥ ସୁଟିଂ ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଏ। ଏହି ଫଟୋକୁ ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି ଯେ “ମିଶନ ମଞ୍ଜୁର ସୁଟିଂ ପୁନର୍ବାର ଆରମ୍ଭ ହୋଇଯାଇଛି। ଥିଏଟରରେ ଆମେ ଭେଟିବା।” ପାଖାପାଖି ୪ ଘଣ୍ଟା ପୂର୍ବେ ସେୟାର ହୋଇଥିବା ଏହି ଫଟୋରେ ୭ ଲକ୍ଷରୁ ଅଧିକ ଲାଇକ୍ ଆସିସାରିଛି।

Advertisment

ଦର୍ଶକେ ଏହି ଫିଲ୍ମରେ ସିଦ୍ଧାର୍ଥଙ୍କ ବିପକ୍ଷରେ ଜଣେ ନବାଗତଙ୍କୁ ଦେଖିବାର ସୁଯୋଗ ପାଇବେ। ଏହି ଫିଲ୍ମ ମାଧ୍ୟମରେ ରଶ୍ମିକା ମନ୍ଦାନା ତାଙ୍କ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ସୂଚନା ମୁତାବକ ଏହି ଯୋଡି ପୂର୍ବରୁ ଲକ୍ଷ୍ନୌରେ ଏକ ଫିଲ୍ମର ସୁଟିଂ କରିଥିଲେ। ତେବେ ସିଦ୍ଧାର୍ଥଙ୍କ ବିଷୟରେ କହିବାକୁ ଯାଇ ରଶ୍ମିକା କୁହନ୍ତି ଯେ “ ସେ ହେଉଛନ୍ତି ମୋର ସିନିୟର ଏବଂ ଖୁବ ଅଦ୍ଭୁତ ମଣିଷ। ତାଙ୍କ ଭିତରେ ଏକ ତାରକାପଣ ଅଛି, ତା’ ପରେ ମଧ୍ୟ ସେ ସବୁବେଳେ ନତ ମସ୍ତକ ଥାଆନ୍ତି ଆଉ ଖୁବ ସହଯୋଗ ମନବୃତ୍ତି ନେଇ ଚଳନ୍ତି। ସେ ଅନେକ ସମୟରେ ଫିଲ୍ମକୁ ନେଇ ମୋର ତୃଟି ବାହାର କରିବା ସହ ମତେ ଗାଇଡ୍ କରିଛନ୍ତି ଏବଂ ମୋର ଅଭିନୟରେ ସୁଧାର ଆଣିବା ନେଇ ବହୁତ ସହଯୋଗ ମଧ୍ୟ କରିଛନ୍ତି।

Mission Manjuମିଶନ ମଞ୍ଜୁ

ପ୍ରକାଶଥାଉ ଯେ ସିଦ୍ଧାର୍ଥ ମଲହୋତ୍ରା ଆଜିକାଲି ତାଙ୍କ ଗର୍ଲଫ୍ରେଣ୍ଡ କିୟାରା ଆଡଭାନୀଙ୍କ ସହ ‘ଶେରଶାହ’ର ସଫଳତାକୁ ନେଇ ମସ୍ତି କରୁଛନ୍ତି। ଯେତେବେଳେ ଏକ ସାକ୍ଷାତକାରରେ ସିଦ୍ଧାର୍ଥଙ୍କୁ ପଚରାଗଲା ଯେ ସେ ତାଙ୍କ ଅଭିନୟ ପାଇଁ ଜାତୀୟ ପୁରସ୍କାର ପାଇବା ନେଇ ଆଶାବାଦୀ କି ନାହିଁ, ଏହାର ଉତ୍ତରରେ ସେ କହିଛନ୍ତି ଯେ “ମୁ ବହୁତ ଖୁସି ଯେ ଆପଣମାନେ ମୋ ପାଇଁ ଏଭଳି ଭାବି ପାରିଛନ୍ତି। କିନ୍ତୁ ମୁ ଏବେ କେବଳ ଏହାକୁ ଏଇ ଆନନ୍ଦ ନଉଛି ଯେ ଲୋକମାନେ ମୋର କାମ ଓ ମୋର ଅଭିନୟକୁ ଉପଭୋଗ କରୁଛନ୍ତି। ମତେ ଲାଗୁଛି ସତେ ଯେପରି ଏହା ମୋ ପାଇଁ ସବୁଠାରୁ ବଡ ପୁରସ୍କାର। ମୁ ବର୍ତ୍ତମାନ କୌଣସି ପୁରସ୍କାର ବିଷୟରେ ଚିନ୍ତା କରୁନି, କିନ୍ତୁ ଫିଲ୍ମକୁ ମିଳୁଥିବା ପ୍ରଶଂସାରେ ମୁ ଖୁସି ଅଛି।”

Advertisment
Bollywood Actor Bollywood Siddharth Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ