Advertisment

ହୋସ୍ ଉଡେଇଲା 'ଅଙ୍ଗୁରୀ ଭାବି'ଙ୍କ ଜବରଦସ୍ତ ଚେହେରା

'ଅଙ୍ଗୁରୀ ଭାବି' ବା ଶୁଭାଙ୍ଗୀ ଅତ୍ରେ ନିଜ ବାସ୍ତବ ଜୀବନକୁ ଖୁବ ଜବରଦସ୍ତ୍ ଜୀଉଁଛନ୍ତି। ଶୁଭାଙ୍ଗୀ ଆଜିକାଲି ମାଲଦ୍ୱୀପରେ ଛୁଟିଦିନ ପାଳନ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ସିଜ୍‌ଲିଂ ଅବତାର ଦେଖାଇ ଇଣ୍ଟର୍‌ନେଟ୍ ତାପମାତ୍ରାକୁ ଉଚ୍ଚରେ ରଖିଛନ୍ତି।

Shubhangi Atre share sizzling pics from maldives

Shubhangi Atre share sizzling pics from maldives

Advertisment

ଆପଣ 'ଭାବି ଜୀ ଘର୍ ପର ହୈ' ଦେଖିଥିବେ ଆଉ 'ଅଙ୍ଗୁରୀ ଭାବି'ଙ୍କୁ ଜାଣି ନଥିବେ ଏହା ହୋଇ ନପାରେ। ଏହି ଶୋ’ରେ 'ଅଙ୍ଗୁରୀ ଭାବି' ଭୂମିଆରେ ଥିବା ଶୁଭାଙ୍ଗି ଅତ୍ରେ, ଯିଏ ସବୁବେଳେ ଶାଢୀ ପିନ୍ଧନ୍ତି, ମୁଣ୍ଡରେ ହେଡ୍‌ବ୍ୟାଣ୍ଡ୍‌ ଲଗାନ୍ତି, ସ୍ୱାମୀ ଓ ଶାଶୁଙ୍କ କଥା ଶୁଣନ୍ତି। ସେ କିନ୍ତୁ ନିଜ ବାସ୍ତବ ଜୀବନକୁ ଜବରଦସ୍ତ ଉପଭୋଗ କରୁଛନ୍ତି। ଶୁଭାଙ୍ଗି ଆଜିକାଲି ମାଲଦ୍ୱୀପରେ ଛୁଟିଦିନ କାଟୁଛନ୍ତି ଏବଂ ନିଜର ଆକର୍ଷଣୀର ଚେହେରାରେ ସୋସିଆଲ ମିଡିଆରେ ହଇଚଇ ଖେଳଉଛନ୍ତି।

Advertisment

ଏମିତି ସୋସିଆଲ ମିଡିଆରେ ଶୁଭାଙ୍ଗି ବହୁତ ସକ୍ରିୟ ଥାଆନ୍ତି। ସେ ଯେତେବେଳେ ମାଲଦ୍ୱୀପରେ ପହଞ୍ଚିଲେ, ନିଜ ହଟ୍‌ ଅବତାରର ଫଟୋ ଶେୟାର କରିବାକୁ ଲାଗିଲେ। ତାଙ୍କର ଏଭଳି ଜବରଦସ୍ତ ରୂପ ଦେଖେଇ ସେ ପ୍ରଶଂସକଙ୍କୁ ପାଗଳ କରିବାରେ ମାହିର।

ଏକ ଧଳା ବିକିନିରେ ସାଗର ସ୍ନାନ କରି ଅଙ୍ଗୁରୀ ଭାବି ଯେଉଁ ଫଟୋ ଶେୟାର କରିଛନ୍ତି, ସେଥିରେ ତାଙ୍କ ଲୁକ୍ ଦେଖିଲା ଭଳି ହୋଇଛି। ଅନ୍ୟ ଏକ ଫଟୋରେ ସେ ଏକ ପୁଲ୍‌ରେ ନଜର ଆସିଛନ୍ତି। ଏହା ହେଉଛି ତାଙ୍କର ସାଇଡ୍ ଫେସ୍ ଫଟୋ। ଏଥିରେ ଅଭିନେତ୍ରୀଙ୍କ ହାତରେ ରହିଛି ଏକ ସାମ୍ପେନ୍ ଗ୍ଲାସ୍। ଏହି ଫଟୋ ଶେୟାର କରି ଶୁଭାଙ୍ଗୀ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ 'ତୁମ ମନକୁ ସେଭଳି ଶାନ୍ତ ରଖ ଯେପରି ସମୁଦ୍ର ରଖେ।'

Advertisment

ଏହି ଅଭିନେତ୍ରୀ ମଧ୍ୟ ନିଜର ପାଶ୍ଚାତ୍ୟ ପୋଷାକରେ ସଜେଇ କେତେକ ଫଟୋ ଶେୟାର କରିଛନ୍ତି। ଏହି ସବୁ ଫଟୋରେ ସେ ତାଙ୍କ ଫିଗରକୁ ଦେଖଉଥିବା ନଜର ଆସିଛନ୍ତି।

'ଅଙ୍ଗୁରୀ ଭାବି'ଙ୍କ ଏହି ଅବତାର ପ୍ରଶଂସକଙ୍କ ହୋସ୍ ଉଡେଇବାରେ ଲାଗିଛି। ସୋସିଆଲ ମିଡିଆରେ ଉପଭୋକ୍ତାମାନେ ଏହି ଫଟୋଗୁଡ଼ିକ ଉପରେ ତୀବ୍ର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଅନେକ ନିଜ ନିଜ ଢଙ୍ଗରେ ହାଏ-ବାଏ କହୁଥିବା ବେଳେ କେତେକ ଇମୋଜୀ ମାଧ୍ୟମରେ ପ୍ରତିକ୍ରିୟା କରୁଛନ୍ତି।

Advertisment

ପ୍ରକାଶଥାଉ ଯେ ଶିଳ୍ପା ସିନ୍ଦେଙ୍କ ପରେ ଶୁଭାଙ୍ଗୀ ଅତ୍ରେ 'ଅଙ୍ଗୁରୀ ଭାବି' ଭୂମିକାରେ ଅଭିନୟ କରୁଛନ୍ତି। ଏହି ଭୂମିକାରେ ସେ ଏତେ ଫିଟ୍ ହୋଇଗଲେ ଯେ ଲୋକମାନେ ତାଙ୍କୁ ଅତି ସହଜରେ ଗ୍ରହଣ କରିନେଲେ। ଏହି ଭୂମିକାରେ ଅଭିନୟ କରିବା ପରେ ଶୁଭାଙ୍ଗୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

Bhabi Ji Ghar Par Hai Angoori Bhabhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ