Advertisment

ଆଡଲ୍ଟ ଫଟୋ ଠାରୁ ଲିପ୍‌ଲକ୍‌ ପର୍ଯ୍ୟନ୍ତ ଶ୍ରୁତି ହାସନଙ୍କ ବଦନାମୀ

ବିଭିନ୍ନ କାରଣକୁ ନେଇ ପଦ୍ମ ଭୂଷଣଙ୍କ ଝିଅ ଶ୍ରୁତି ହାସନ ବଦନାମର ଶିକାର ହୋଇଛନ୍ତି। ଥରେ କି ଦୁ‍ଇ ଥର ନୁହେଁ, ସେ ତାଙ୍କ ଜୀବନରେ ୬ ଥର ବଦନାମ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ବଦନାମୀର କାରଣ।

ଅଦ୍ୟତନ ହୋଇଛି
Shruti Haasan’s 6 controversies

Shruti Haasan’s 6 controversies

Advertisment

ମୁମ୍ବାଇ: ପଦ୍ମ ପୁରସ୍କାର ପ୍ରାପ୍ତ ଅଭିନେତାଙ୍କ ଝିଅ ଶ୍ରୁତି ହାସନ ଆଜି ୩୬ ବର୍ଷରେ ପାଦ ଦେଇଛନ୍ତି। ଗ୍ଲାମର ଦୁନିଆର ଏହି ତରୁଣୀ ଆଡଲ୍ଟ ଫଟୋସୁଟ୍‌ ଠାରୁ ନେଇ ତମନ୍ନା ଭାଟିଆଙ୍କ ସହ ଲିପଲକ୍ ପର୍ଯ୍ୟନ୍ତ ଅନେକ ବଦନାମର ଶିକାର ହୋଇଛନ୍ତି।

Advertisment

ସେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତ୍ରୀ, ଯିଏକି ବଲିଉଡ୍‌ରୁ ତାମିଲ ଓ ତେଲୁଗୁ ସିନେମା ପର୍ଯ୍ୟନ୍ତ ସବୁଥିରେ ନିଜର ପ୍ରତିଭା ଦେଖେଇଛନ୍ତି। ତେବେ ଶ୍ରୁତିଙ୍କ ଜୀବନ ସହିତ ଜଡିତ ରହିଛି ୬ଟି ତଥ୍ୟ। ଏହାକୁ ନେଇ ସେ ବଦନାମ ହୋଇଥିବା ବେଳେ ସମସ୍ତଙ୍କ ପ୍ରଶ୍ନ ବାଣର ଶିକାର ମଧ୍ୟ ହୋଇଥିଲେ। ତେବେ ଆସନ୍ତ ଜାଣିବା ତାଙ୍କର ଏହି ବଦନାମୀ।

ଶ୍ରୁତି ହାସନ ତାମିଲ 'ରଙ୍ଗ ଦେ ବାସନ୍ତୀ' ଫେମ୍ ଅଭିନେତା ସିଦ୍ଧାର୍ଥଙ୍କ ସହ ସମ୍ପର୍କକୁ ନେଇ ଦିନେ ଚର୍ଚ୍ଚାରେ ଥିଲେ। ଉଭୟଙ୍କ ସମ୍ପର୍କ ସେତେବେଳେ ବିବାଦ ଭିତରକୁ ଆସିଥିଲା ​​ଯେତେବେଳେ ଏହି ଯୋଡି ଲିଭ-ଇନ୍ ସଂପର୍କରେ ଥିବା ଗୁଜବ ଖେଳିଗଲା। ସାଇନା ନେହୱାଲଙ୍କୁ ନେଇ ଲେଖାଯାଇଥିବା ବିବାଦୀୟ ଟ୍ୱିଟ୍‌ ଯୋଗୁଁ ନିକଟରେ ସିଦ୍ଧାର୍ଥ ଅପମାନିତ ମଧ୍ୟ ହୋଇଥିଲେ। ପରେ ଶ୍ରୁତି ଓ ସିଦ୍ଧାର୍ଥଙ୍କର ବ୍ରେକ୍‌ଅପ୍ ହୋଇଥିଲା ଏବଂ ବର୍ତ୍ତମାନ ଶ୍ରୁତି ଶାନ୍ତନୁ ହଜାରିକାଙ୍କ ସହ ସମ୍ପର୍କରେ ଅଛନ୍ତି।

Advertisment

ରଜନୀକାନ୍ତଙ୍କ ଜ୍ୱାଇଁ ଧନୁଷ ୨୦୧୧ ର ଏକ ଫିଲ୍ମର ସେଟ୍‌ରେ ଶ୍ରୁତିଙ୍କୁ ଭେଟିଥିଲେ। ଶ୍ରୁତିଙ୍କ କାରଣରୁ ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ହୋଇଥିବାର ଗୁଜବ ମଧ୍ୟ ଉଡିଥିଲା। କିନ୍ତୁ ପରେ ଦୁହେଁ ଏହି ଖବରକୁ ଖଣ୍ଡନ କରିଥିଲେ।

ଅଭିନେତା କମଲ ହାସନଙ୍କ ଝିଅ ଶ୍ରୁତିଙ୍କ ଜୀବନର ସବୁଠାରୁ ବଡ ବିବାଦ ହେଉଛି ଯେତେବେଳେ ତାଙ୍କ ତେଲୁଗୁ ଚଳଚ୍ଚିତ୍ର 'ୟେଭାଡୁ'ର ସେଟ୍‌ରୁ କିଛି ସମ୍ବେଦନଶୀଳ ଫଟୋ ଲିକ୍ ହୋଇଥିଲା। ଏହି ଫିଲ୍ମର ଏକ ଗୀତର ଫଟୋ ସୋସିଆଲ୍ ନେଟ୍‌ୱାର୍କିଂ ସାଇଟ୍‌ରେ ସେୟାର କରାଯାଇଥିଲା, ଯେଉଁଥିରେ ଶ୍ରୁତି ବହୁତ ବୋଲ୍ଡ ଦେଖାଯାଉଥିଲେ।

Advertisment

ଶ୍ରୁତି ହାସନଙ୍କ ନାମ ସେତେବେଳେ ମଧ୍ୟ ବିବାଦ ଭିତରକୁ ଆସିଥିଲା ଯେତେବେଳେ ଅର୍ଜୁନ ନିଖିଲ ଆଡଭାନୀଙ୍କ 'ଡି-ଡେ'ର ତାମିଲ ରିମେକ୍‌ରେ ରାମପାଲଙ୍କ ସହ ତାଙ୍କର ଅଶ୍ଳୀଳ ପୋଷ୍ଟର ରିଲିଜ୍‌ ହୋଇଥିଲା। ଏହି ପୋଷ୍ଟର୍‌ ଯୋଗୁଁ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା।

ତାଙ୍କୁ ନେଇ ବିବାଦ ଏଇଠି ଅଟକି ଯାଇ ନଥିଲା। ଶ୍ରୁତି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ କିଛି ଲିପ୍‌ଲକ୍ ଫଟୋ ଇଣ୍ଟରନେଟରେ ସାମ୍ନାନକୁ ଆସିଥିଲା। ଚେନ୍ନାଇର ଏକ ପାର୍ଟୀରେ ଉଭୟ ସୁନ୍ଦର ଅଭିନେତ୍ରୀଙ୍କ ଏହି ଫଟୋକୁ ଉଠାଯାଇଥିଲା।

ଖାଲି ଏତିକି ନୁହେଁ ଶ୍ରୁତି ହାସନ ମଧ୍ୟ ଏକ ଆଡଲ୍ଟ ପତ୍ରିକାର ଫଟୋସୁଟ୍‌କୁ ନେଇ ବିବାଦରେ ଫସି ଥିଲେ। ୨୦୧୩ ରେ, ଅଭିନେତ୍ରୀଙ୍କ ଏହି ଫଟୋ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିଦେଇଥିଲା। ତେବେ ଅଭିନେତ୍ରୀ ବର୍ତ୍ତମାନ ସମସ୍ତ ବିବାଦରୁ ଉପରକୁ ଯାଇ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ