Advertisment

ଚର୍ଚ୍ଚାରେ ଶ୍ରଦ୍ଧା କପୁରଙ୍କ ବିବାହ; ଜାଣନ୍ତୁ କିଏ ସେ ଭାଗ୍ୟବାନ ଯୁବକ

ବଲିଉଡ ଅଭିନେତା ତଥା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି। କିଛି ମାସ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଶ୍ରଦ୍ଧା ଖୁବ ଶୀଘ୍ର ତାଙ୍କ ସେଲିବ୍ରିଟି ଫଟୋଗ୍ରାଫର୍ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ବଲିଉଡ ଦୁନିଆରେ ମଧ୍ୟ ଉଭୟଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଅନୁମାନ କରାଯାଉଛି ଯେ ଏହି ଯୋଡି ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।

Shraddha Kapoor

Shraddha Kapoor

Advertisment

ମୁମ୍ବାଇ : ବଲିଉଡ ଅଭିନେତା ତଥା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି। କିଛି ମାସ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଶ୍ରଦ୍ଧା ଖୁବ ଶୀଘ୍ର ତାଙ୍କ ସେଲିବ୍ରିଟି ଫଟୋଗ୍ରାଫର୍ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ବଲିଉଡ ଦୁନିଆରେ ମଧ୍ୟ ଉଭୟଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଅନୁମାନ କରାଯାଉଛି ଯେ ଏହି ଯୋଡି ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। କିନ୍ତୁ ସେତେବେଳେ ଏହାକୁ ଗୁଜବ କହି ଶ୍ରଦ୍ଧା କପୁର ଏଡେଇ ଦେଇଥିଲେ। ବର୍ତ୍ତମାନ ପୁଣି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ପ୍ରକାଶଥାଉ ଯେ ୨୦୧୯ରେ ଶ୍ରଦ୍ଧା କପୁର ଏକ ପତ୍ରିକା ପାଇଁ ଫଟୋସୁଟ୍ କରିଥିଲେ, ଯେଉଁଥିରେ ସେ ରୋହନଙ୍କ ସହିତ କାମ କରିଥିଲେ। ସେତେବେଳେ ଏହି ଦୁଇ ଯୋଡିଙ୍କୁ ଶ୍ରଦ୍ଧାଙ୍କ ଭାଇ ସିଦ୍ଧାନ୍ତ କପୁର ଓ ସହକଳାକାର ବରୁଣ ଧାୱନ ବହୁତ ଚିଡେଇ ଥିଲେ। ସେବେଠାରୁ ସେମାନଙ୍କ ସଂପର୍କ ଚର୍ଚ୍ଚାକୁ ଆସିଥିଲା। ବର୍ତ୍ତମାନ ଶ୍ରଦ୍ଧାଙ୍କ ସଂପର୍କୀୟ ଭଉଣି ପ୍ରିୟଙ୍କା ଶର୍ମା ଓ ତାଙ୍କ ମାଉସୀ ପଦ୍ମିନୀ କୋଲ୍ହାପୁରୀ ଶ୍ରଦ୍ଧା ଓ ରୋହନଙ୍କ ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ପ୍ରିୟଙ୍କା ଇଣ୍ଡିଆ ଡଟ୍ କମ୍‌ ସହ ଆଲୋଚନା ବେଳେ ଶ୍ରଦ୍ଧା ଓ ରୋହନଙ୍କ ବିବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପ୍ରିୟଙ୍କା ତାଙ୍କ ଭଉଣୀର ବିବାହର ପ୍ରଶ୍ନରେ କହିଛନ୍ତି ଯେ “ମୁଁ ନୋ କମେଣ୍ଟ କହିବାକୁ ଯାଉଛି। ମୁଁ ବା ଏନେଇ ଆଉ କ’ଣ କହିବି! କିନ୍ତୁ ଯଦି ସତ ହେଇଥାଏ ତେବେ ଠିକ୍ ଅଛି। ବିବାହକୁ ଅପେକ୍ଷା କରିବା ଭଲ ହୋଇଥାଏ।”

ସେହିପରି ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋଲ୍ହାପୁରୀ ମଧ୍ୟ କହିଛନ୍ତି ଯେ “ଏ କ’ଣ। ଏ ତ ଏକ ଅଦ୍ଭୁତ ପ୍ରଶ୍ନ। ଯଦି ଏମିତି ହୁଏ ତେବେ ଆପଣମାନଙ୍କୁ ତ ଖୁବ ଶୀଘ୍ର ଏହାର ଖବର ମିଳିଯିବ।” ଏହା ପୂର୍ବରୁ ଏକ ସାକ୍ଷାତକାରରେ ରୋହନ ଶ୍ରେଷ୍ଠଙ୍କ ପିତା ରାକେଶ ଶ୍ରେଷ୍ଠ କହିଥିଲେ ଯେ “ରୋହନ ଓ ରାକେଶ କଲେଜ ବେଳରୁ ସାଙ୍ଗ। ଏହା ଛଡା ଜୁହୁରେ ବି ତାଙ୍କର ଅନେକ ସାଙ୍ଗ ଅଛନ୍ତି। ଏହି ଦୁଇ ଜଣ ସେମାନଙ୍କ ପ୍ରଫେସନାଲ୍ ଲାଇଫ୍‌ରେ ବହୁତ ଭଲ କାମ କରୁଛନ୍ତି। ଏନେଇ ସେମାନେ ତାଙ୍କ ବିବାହକୁ ନେଇ ମଧ୍ୟ ନିଜେ ନିଜେ ନିଷ୍ପତ୍ତି ନେବେ। ସେମାନେ ଯାହା ଠିକ କରିବେ ପରିବାର ତାଙ୍କୁ ସହଯୋଗ କରିବ। କାରଣ ସେମାନେ ଯାହା ବି ନିଷ୍ପତ୍ତି ନେବେ ଠିକ ହିଁ ନେବେ।”

Advertisment
Bollywood Shraddha Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ