Advertisment

ସଲମାନଙ୍କ ଘର ଆଗରେ ଫାଙ୍କା ଗୁଳି ଚାଳନା; ଚମ୍ପଟ ମାରିଲେ ୨ଅଭିଯୁକ୍ତ

ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାରଙ୍କ ହତ୍ୟା ଧମକ ସାମ୍ନାକୁ ଆସିବା ପରେ ସଲମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।ତାଙ୍କୁ ବ୍ୟକ୍ତିଗତ ବନ୍ଧୁକ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି ।ଗତବର୍ଷ ମାର୍ଚ୍ଚରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା।

Shots fired outside Salman Khan's Mumbai home

Shots fired outside Salman Khan's Mumbai home

Advertisment

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ଆଗରେ ଫାୟାରିଂ। ଆଜି ସକାଳୁ ବାନ୍ଦ୍ରା ଅଞ୍ଚଳରେ ୨ଜଣ ଅଜଣା ବ୍ୟକ୍ତି ଭାଇଜାନ ସଲମାନଙ୍କ ଘର ଆଗରେ ଗୁଳି ଚଳାଇ ଚମ୍ପଟ ମାରିଛନ୍ତି। ଆଜି ଭୋର ପ୍ରାୟ ୪ଟା ୫୧ସମୟରେ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପ୍ରଥମେ ତିନି ରାଉଣ୍ଡ ଓ ପରେ ୪ରାଉଣ୍ଡ ଗୁଳି ଚଲାଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି।

Advertisment

ଏହି ଘଟଣା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।ଏହି ଖବର ମିଳିବା ପରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ, ସ୍ଥାନୀୟ ପୋଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର୍ ଅନେକ ଥର ସଲମାନଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ସୂଚନା ଅନୁସାରେ, ଲରେନ୍ସ ବିଷ୍ଣୋଇ ଓ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର୍ ତାଙ୍କୁ ହତ୍ୟା କରିବା ପାଇଁ ସୁଟର ପଠାଇଥିଲେ।

୨୦୧୮ରେ, ଲରେନ୍ସ ବିଷ୍ଣୋଇର ସହାୟକ ସମ୍ପତ ନେହେରା ସଲମାନ ଖାନଙ୍କ ଘରକୁ ଟାର୍ଗେଟ୍ କରିଥିଲା। ତେବେ ଏହି ଆକ୍ରମଣ କରିବା ପୂର୍ବରୁ ହରିୟାଣା ପୋଲିସ ସମ୍ପତଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ସଲମାନ ଖାନଙ୍କୁ ଆକ୍ରମଣ କରିବାର ପୁରା ଯୋଜନା ବିଷୟରେ କହିଥିଲା।ଲରେନ୍ସ ବିଷ୍ଣୋଇଏବଂ ଗୋଲ୍ଡି ବରାର୍ ଗ୍ୟାଙ୍ଗରୁ ଆସିଥିବା ଏକାଧିକ ଧମକକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ଘର ବାହାରେ ତିନିଟି ସିଫ୍ଟରେ କାର୍ଯ୍ୟ କରୁଥିବା ପୋଲିସ ଟିମ୍ ନିୟୋଜିତ କରିଛି।

Advertisment

ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାରଙ୍କ ହତ୍ୟା ଧମକ ସାମ୍ନାକୁ ଆସିବା ପରେ ସଲମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।ତାଙ୍କୁ ବ୍ୟକ୍ତିଗତ ବନ୍ଧୁକ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି ।ଗତବର୍ଷ ମାର୍ଚ୍ଚରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ମୁମ୍ବାଇ ପୋଲିସ ସତର୍କ ହୋଇଯାଇଥିଲା।

ନଭେମ୍ବରରେ, ଲରେନ୍ସ ବିଷ୍ଣୋଇ ନାଁରେ ଏକ ଆକାଉଣ୍ଟରେ ଫେସବୁକରେ ତାଙ୍କୁ ପରୋକ୍ଷ ଧମକ ଦିଆଯିବା ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲା। ସେହି ଫେସବୁକ୍ ଆକାଉଣ୍ଟରେ ଗ୍ୟାଙ୍ଗଷ୍ଟରଙ୍କ ଫଟୋ ରହିଥିଲା। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଦ୍ୱାରା ଅନୁସନ୍ଧାନ କରାଯାଇଥିବା ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଜେଲରେ ଅଛି।

Advertisment
Attack Gun Fire Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ