Shoaib Malik cheats on Sania Mirza for this model
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ(Shoaib Malik)ଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏସବୁ ପଛର କାରଣ କ’ଣ ସେନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ପୂର୍ବରୁ ଉଭୟ ଅଲଗା ରହୁଥିବା ନେଇ ଚର୍ଚ୍ଚା ହେଉଥିଲା, ହେଲେ ଏବେ ଅଫିସିଆଲି ସେମାନଙ୍କର ଛାଡ଼ପତ୍ର ହୋଇଥିବା ପାକିସ୍ତାନର କିଛି ଗଣମାଧ୍ୟମ ସଂସ୍ଥା ଦାବି କରୁଛନ୍ତି। ଚର୍ଚ୍ଚା ହେଉଛି ଯେ, ସୋଏବ କୁଆଡ଼େ ସାନିଆଙ୍କୁ ଧୋକା ଦେଇଛନ୍ତି। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଫଳରେ ସାନିଆ, ସୋଏବଙ୍କଠୁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏନେଇ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏସବୁ ଭିତରେ ପାକ୍ ଅଭିନେତ୍ରୀ ଆୟେସା ଓମାରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ, ଆୟେସା ହିଁ ସୋଏବ-ସାନିଆଙ୍କ ଛାଡ଼ପତ୍ର ପଛର କାରଣ।
ପାକିସ୍ତାନର ହାଇଏଷ୍ଟ୍ ପେଡ୍ ଆକ୍ଟ୍ରିସ୍ ଆୟେସା ଓମାର ସୋଏବ ମଲ୍ଲିକଙ୍କ ଘନିଷ୍ଠ ବନ୍ଧୁ ବୋଲି କୁହାଯାଉଛି। ଆୟେସା ହିଁ ସୋଏବ-ସାନିଆଙ୍କ ଛାଡ଼ପତ୍ର ପଛର କାରଣ। ଆଉ ଆୟେସାଙ୍କ ପାଇଁ ହିଁ ତୁଟିବାକୁ ଯାଉଛି ସାନିଆ ଓ ସୋଏବଙ୍କ ୧୨ ବର୍ଷର ସମ୍ପର୍କ। ପ୍ରାୟ ବର୍ଷକ ତଳେ ଅର୍ଥାତ୍ ୨୦୨୧ ମସିହାରେ ସୋଏବ ଓ ଆୟେସା ଏକ ବୋଲ୍ଡ ଫୋଟ ଶୁଟ୍ରେ ନଜର ଆସିଥିଲେ। ପରେ ଏକ ସାକ୍ଷାତକାରରେ ସୋଏବ କୁଆଡ଼େ ଆୟେସାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଏହି ଫଟୋ ଶୁଟ୍ ପରେ ସୋଏବ ଓ ଆୟେସାଙ୍କ ମଧ୍ୟରେ ଧୀରେ ଧୀରେ ଘନିଷ୍ଠତା ବଢିଥିଲା ଏବଂ ସୋଏବ-ସାନିଆଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ପରକୀୟା ପ୍ରୀତି ଥିବା ଚର୍ଚ୍ଚା ହେଉଛି।
ସାନିଆ ଓ ସୋଏବଙ୍କ ଜଣେ ଘନିଷ୍ଠ ବନ୍ଧୁ ଦାବି କରିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଡିଭୋର୍ସ ହୋଇସାରିଲାଣି। କେବଳ ଘୋଷଣାକୁ ଅପେକ୍ଷା ରହିଛି। ପାକିସ୍ତାନ ମିଡିଆରେ ମଧ୍ୟ ଉଭୟଙ୍କ ଛାଡପତ୍ରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ସାନିଆଙ୍କ ଲାଟେଷ୍ଟ ଇନଷ୍ଟାଗ୍ରାମ ପୋଷ୍ଟ। ସାନିଆ ଏବେ ଦୁବାଇରେ ଥିବାବେଳେ ପୁଅ ଇଝାନଙ୍କ ସହ ଏକ ଫଟୋ ସେୟାର କରିଥିଲେ। କ୍ୟାପସନ୍ରେ ସେ ଲେଖିଥିଲେ, ଏହି ମୁହୂର୍ତ୍ତ ତାଙ୍କୁ ଜୀବନର ସବୁଠୁ କଠିନ ସମୟ ଭିତରକୁ ଠେଲି ଦେଉଛି। ଏଥିରୁ ଅନୁମାନ କରାଯାଉଛି ଯେ, ବିପଦରେ ଅଛି ସୋଏବ-ସାନିଆଙ୍କ ବୈବାହିକ ସମ୍ପର୍କ। ତେବେ ଏନେଇ ଉଭୟଙ୍କ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇନି। ଏସବୁ ଚର୍ଚ୍ଚାକୁ ନେଇ ଉଭୟ ସୋଏବ ଏବଂ ସାନିଆ ଚୁପ୍ ରହିଛନ୍ତି।
କିଏ ଆୟେସା ଓମାର ?
ଆୟେସା ଓମାର ପ୍ରଥମେ ମଡେଲିଂ କରୁଥିଲେ। ପରେ ତାଙ୍କୁ ସିରିଏଲରେ ଅଭିନୟର ସୁଯୋଗ ମିଳିଥିଲା। ଆକର୍ଷଣୀୟ ଲୁକ୍ସ ସାଙ୍ଗକୁ ଦମଦାର ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ତାପରେ ଅଫର ହିଁ ଅଫର ତାଙ୍କ ପାଖକୁ ଆସିଥଇଲା। ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍ କରି ଲାଇମଲାଇଟକୁ ଆସି ଯାଇଥିଲେ ପାକିସ୍ତାନର ଏହି ମୋଷ୍ଟ ଫ୍ୟାଶନେବଲ୍ ଆକ୍ଟ୍ରିସ୍। ଆଉ ପାଲଟି ଯାଇଥିଲେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଚେହେରା। ଅଭିନୟ ସହ ଆୟେସା ଜଣେ ପପୁଲାର ୟୁଟ୍ୟୁବର ମଧ୍ୟ। ସୋସିଆଲ ମିଡିଆରେ ସେ ବେଶ୍ ଆକ୍ଟିଭ୍। ଆୟେସାଙ୍କ କ୍ରେଜ୍ ପୁରା ପାକିସ୍ତାନରେ ରହିଛି।ହେଲେ ଏବେ ତାଙ୍କ ନାଁ ଯୋଡ଼ି ହୋଇଯାଇଛି ଖେଳ ଦୁନିଆର ବେଶ୍ ଚର୍ଚ୍ଚିତ କପଲଙ୍କ ବିବାହ ବିଚ୍ଛେଦ ସହ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1668229057.jpg)