Advertisment

ପତଞ୍ଜଳିର ରାଜାଙ୍କ ସହିତ ‘ଅଞ୍ଜଳି’ : ଶିଳ୍ପା ସେଟ୍ଟୀ

ଟିଭିର ସବୁଠାରୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟୀ ଶୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୋ’ର ସେମିଫାଇନାଲ୍‌ ଏପିସୋଡ୍‌ ‘ଦେଶ କୀ ଫର୍‌ମାଇସ୍’ରେ ଯୋଗଗୁରୁ ବାବା ରାମଦେବ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ତେବେ ଏହି ଶୋ’ରେ ରାମଦେବ ପ୍ରତିଯୋଗୀମାନଙ୍କର ନାଚ ଖୁବ ଉପଭୋଗ କରିଥିଲେ। ଏହାର ପ୍ରୋମୋ ମଧ୍ୟ ନିର୍ମାତା ଏହାର ଅଫିସିଆଲ୍ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି।

Shilpa Shetty strikes yoga pose with Baba Ramdev

Shilpa Shetty strikes yoga pose with Baba Ramdev

Advertisment

ମୁମ୍ବାଇ : ଟିଭିର ସବୁଠାରୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟୀ ଶୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୋ’ର ସେମିଫାଇନାଲ୍‌ ଏପିସୋଡ୍‌ ‘ଦେଶ କୀ ଫର୍‌ମାଇସ୍’ରେ ଯୋଗଗୁରୁ ବାବା ରାମଦେବ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ତେବେ ଏହି ଶୋ’ରେ ରାମଦେବ ପ୍ରତିଯୋଗୀମାନଙ୍କର ନାଚ ଖୁବ ଉପଭୋଗ କରିଥିଲେ। ଏହାର ପ୍ରୋମୋ ମଧ୍ୟ ନିର୍ମାତା ଏହାର ଅଫିସିଆଲ୍ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି।

Advertisment
 Baba Ramdev enjoying in Super Dancerସୁପର ଡ୍ୟାନ୍ସରକୁ ଉପଭୋଗ କଲେ ରାମଦେବ

ଏହି ଅବସରରେ ଏହି ଶୋ’ରେ ଜଜ୍‌ ଭୂମିକାରେ ଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ରାମଦେବଙ୍କ ସହ ବୁମେରାଂ ଭିଡିଓ କରି ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ରାମଦେବ ଓ ଶିଳ୍ପା ଉଭୟ ବହୁତ ଖୁସି ଥିବା ନଜର ଆସିଛନ୍ତି।

ଭିଡିଓରେ ଶିଳ୍ପା ସେଟ୍ଟୀ ବାବା ରାମଦେବଙ୍କ ସହ ଯୋଗାସନ କରୁଥିବା ସମୟରେ ତାଙ୍କ ମୁହଁରେ ସ୍ମିତ ହସ ଥିବା ଦେଖାଯାଏ। ସୋସିଆଲ୍ ମିଡିଆରେ ଏହି ଭିଡିଓ ଶେୟାର କରି ଶିଳ୍ପା ଲେଖିଛନ୍ତି ଯେ ଫ୍ରେମ୍‌ରେ ପତଞ୍ଜଳିର ରାଜାଙ୍କ ସହିତ ‘ଅଞ୍ଜଳି’। ସ୍ୱାମୀଜୀ ଆପଣ ଉପସ୍ଥିତ ରହି ଆମକୁ ଆଶୀର୍ବାଦ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯୋଗରେ ହିଁ ହେବ! ଆତ୍ମାନମସ୍ତେ!

Advertisment

ଏହା ସହିତ ଶିଳ୍ପା ହ୍ୟାଶଟ୍ୟାଗ୍ ଦେଇ ସୁପର ଡ୍ୟାନ୍ସର ଚାପ୍ଟର ୪, ନଚ୍‌ପନ୍‌ କା ତ୍ୟୌହାର୍, କୃତଜ୍ଞତା, ଧନ୍ୟ, ସଟର୍ଡେ ଭାଇବ୍ସ ଓ ଯୋଗ୍‌ ସେ ହିଁ ହୋଗା ଲେଖିଛନ୍ତି।

Advertisment

ସେହିପରି ଯେଉଁ ପ୍ରୋମା ନିର୍ମାତାଙ୍କ ଦ୍ୱାରା ଶେୟାର କରାଯାଇଛି ସେଥିରେ ରାମଦେବ ଏକ ନିଆରା କଥା କହିଛନ୍ତି। ସେ ନିଜର ତୁଳନା ଶୋ’ର ଏକ ପ୍ରତିଯୋଗୀ ନୀରଜା ତିୱାରୀଙ୍କ ସହ କରିଛନ୍ତି। ରାମଦେବ ଯେତେବେଳେ ନୀରଜାଙ୍କ ସହିତ ଷ୍ଟେଜ୍‌ରେ ଠିଆ ହୁଅନ୍ତି ସେତେବେଳେ ଶୋ’ର ହୋଷ୍ଟ୍‌ ରାମଦେବଙ୍କୁ କହିଛନ୍ତି ଯେ ନୀରଜାଙ୍କ ସୁପରମୁଭ୍ସରେ ଯୋଗ ହିଁ ଯୋଗ। ଏହା ପରେ ରାମଦେବ କୁହନ୍ତି ଯେ ନୀରଜା ତାଙ୍କଠାରୁ ବି ଆହୁରି ଫୁର୍ତ୍ତି। ଏହା ପରେ ରାମଦେବ ଓ ନୀରଜା ସାଙ୍ଗହୋଇ ଯୋଗ କରୁଥିବା ଦେଖାଯାଏ। ନୀରଜାଙ୍କ ଯୋଗାସନ ଦେଖି ବାବା ରାମଦେବ ବି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ଏହି ଏପିସୋଡ୍‌ରେ ବଲିଉଡ୍‌ ଅଭିନେତ୍ରୀ ତବ୍‌ବୁ ମଧ୍ୟ ସ୍ୱତନ୍ତ୍ର ଅତିଥିଭାବେ ନଜର ଆସିବେ। ଶିଳ୍ପା ଓ ତବ୍‌ବୁ ଫିଲ୍ମ ‘ବିଜୟପଥ’ର ଲୋକପ୍ରିୟ ଗୀତ ‘ରୁକ୍ ରୁକ୍ ରୁକ୍’ରେ ଡ୍ୟାନ୍ସ କରୁଥିବା ନଜର ଆସିବେ। ଶିଳ୍ପା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜ ପ୍ରଦର୍ଶନର ଏକ ଝଲକ ଦେଖେଇଛନ୍ତି। ସେ ତବ୍‌ବୁଙ୍କ ସହିତ ବି ଏକ ବୁମେରାଂ ଭିଡିଓ କରି ସୋସିଆଲ୍ ମିଡିଆରେ ଶେୟାର କରି ଲେଖିଛନ୍ତି ଯେ ରୁକ୍ ରୁକ୍ ରୁକ୍… କୁକ୍ କୁକ୍ କୁକ୍ ଭଳି ଲାଗୁଛି। ମୁଁ ବହୁତ ଖୁସି ଯେ ଆପଣ ମୋ ଜୀବନରେ ଓ ଏହି ଶୋ’କୁ ଆସିଲେ।

Baba Ramdev Shilpa Shetty Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ