ଶାହରୁଖ, ଆମୀରଙ୍କ ଠାରୁ ଶିଲ୍ପା ସେଟ୍ଟୀ ଓ ପ୍ରୀତି ଜିଣ୍ଟା, ସରୋଗେସି ଆପଣାଇଛନ୍ତି ବହୁ ବଲିଉଡ୍ ସେଲିବ୍ରିଟି

ପ୍ରୀତି ଜିଣ୍ଟା, ଶିଲ୍ପା ସେଟ୍ଟୀ, ଏକତା କପୁରଙ୍କଠୁ ନେଇ ଏକତା କପୁରଙ୍କ ଯାଏଁ, ଶାହରୁଖ ଖାନ୍, ଅମିର ଖାନଙ୍କ ଠାରୁ ଆରମ୍ଭ କରି କରଣ ଜୋହର୍ ଓ ତୁଷାର କପୁରଙ୍କ ଯାଏଁ,ଏମାନେ ସରୋଗେସି ଜରିଆରେ ବାପା ମାଆ ବନିଛନ୍ତି

ବଲିଉଡ୍ ପାଇଁ କିଛି ନୂଆ ନୁହେଁ ସରୋଗେସି

ବଲିଉଡ୍ ପାଇଁ କିଛି ନୂଆ ନୁହେଁ ସରୋଗେସି । ଏହି ପ୍ରକ୍ରିୟାରେ ବଂଶ ଆଗକୁ ବଢ଼ାଇବାରେ ପ୍ରଥମ ନୁହଁନ୍ତି ପ୍ରିୟଙ୍କା ଚୋପ୍ରା । ଗର୍ଭଧାରଣ ପାଇଁ ଅନୁପଯୁକ୍ତ ବୟସ ହେଉ କାର୍ଯ୍ୟ ଚାପ ହେଉ ଅବା ସୌନ୍ଦର୍ଯ୍ୟ ହାନୀର ଭୟ । ଏହା ପୂର୍ବରୁ ସରୋଗେସି ଜରିଆରେ ସନ୍ତାନ ଲାଭ କରିସାରିଛନ୍ତି ବହୁ ବଲିଉଡ୍ ସେଲିବ୍ରିଟି, ଷ୍ଟାର୍, ସୁପରଷ୍ଟାର୍ ।

ବଲିଉଡରେ ସରୋଗେସିକୁ ନେଇ ପୂର୍ବରୁ କେବଳ ଏକାଧିକ ଫିଲ୍ମ ନିର୍ମାଣ ହୋଇନି, ବରଂ ବହୁ ସେଲିବ୍ରିଟି ସତସତିକା ସରୋଗେସି ପ୍ରକ୍ରିୟାରେ ବାପାମାଆ ବି ହୋଇଛନ୍ତି । ତେବେ କୌଣସି ସ୍ୱାସ୍ଥ୍ୟଗତ ଜଟିଳତା ନଥାଇ କେବଳ ପ୍ରଚୁର ଟଙ୍କା ଅଛି ବୋଲି ଅନେକେ ଗର୍ଭଧାରଣ ଓ ପ୍ରସବ ବେଦନାରୁ ମୁକ୍ତି ପାଇବାକୁ ଏହି ପ୍ରକ୍ରିୟା ଆପଣାଇବା ଚର୍ଚ୍ଚା ହେବା ପରେ ତାହାକୁ ସହଜରେ ହଜମ କରିପାରୁନାହାନ୍ତି ଅନେକେ ।

ପ୍ରୀତି ଜିଣ୍ଟା, ଶିଲ୍ପା ସେଟ୍ଟୀ, ଏକତା କପୁରଙ୍କଠୁ ନେଇ ଏକତା କପୁରଙ୍କ ଯାଏଁ, ଶାହରୁଖ ଖାନ୍, ଅମିର ଖାନଙ୍କ ଠାରୁ ଆରମ୍ଭ କରି କରଣ ଜୋହର୍ ଓ ତୁଷାର କପୁରଙ୍କ ଯାଏଁ,ଏମାନେ ସରୋଗେସି ଜରିଆରେ ବାପା ମାଆ ବନିଛନ୍ତି । ବଲିଉଡ୍ ଅଭିନେତ୍ରୀ ଶିଲ୍ପା ସେଟ୍ଟି ୨୦୨୦ରେ ନିଜର ଦ୍ୱିତୀୟ ସନ୍ତାନ ସମିଶାର ଜନ୍ମ କଥା ଘୋଷଣା କରିଥିଲେ । ନଭେମ୍ବର ୨୦୨୧ରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ପ୍ରକାଶ କରିଥିଲେ ଯେ ଜୟ୍ ଓ ଜିଆଙ୍କୁ ସେ ସରୋଗେସି ଜରିଆରେ ଲାଭ କରିଛନ୍ତି ।

ଫିଲ୍ମ ଓ ଟେଲିଭିଜନ୍ ପ୍ରଡ୍ୟୁସର୍ ଏକତା କପୁରଙ୍କର ୨୦୧୯ ଜାନୁଆରୀରେ ଏହି ପ୍ରକ୍ରିୟାରେ ପୁଅ ହୋଇଥିଲା । ସେ ୨୭ ବର୍ଷରେ ସିଙ୍ଗିଲ୍ ମଦର୍ ହୋଇଥିଲେ । ଏହା ପୂର୍ବରୁ ୨୦୧୬ରେ ତାଙ୍କ ଭାଇ ତୁଷାର କପୁର ମଧ୍ୟ ସରୋଗେସି ଜରିଆରେ ପୁତ୍ର ସନ୍ତାନ ଲକ୍ଷ୍ୟର ବାପା ବନିଥିଲେ । ୨୦୧୭ ମାର୍ଚ୍ଚରେ ଫିଲ୍ମ ନିର୍ମାତା କରନ୍ ଜୋହର୍ ଯାଆଁଳା ଶିଶୁର ବାପା ବନିଥିଲେ ଏହି ସରୋଗେସି ପ୍ରକ୍ରିୟାରେ ।

ତେବେ ସରୋଗେସି ସେତେବେଳେ ସବୁଠୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଥିଲା, ଯେତେବେଳେ ୨୦୧୩ରେ ଶାହରୁଖ ଖାନଙ୍କ ପୁଅ ଅବ୍ରାମ୍ ୨୦୧୧ରେ ଅମୀର ଖାନ ଓ କିରଣ ରାଓଙ୍କ ପୁଅ ‌ଆଜାଦ୍ ରାଓ ଖାନ୍ ଏହି ପ୍ରକ୍ରିୟାରେ ଜନ୍ମଲାଭ କରିଥିଲେ । ୨୦୧୮ରେ ସନ୍ନି ଲିଓନି ଓ ସେହି ବର୍ଷ ମେ ମାସରେ ଶ୍ରେୟସ୍ ତଲପଡ଼େ ମଧ୍ୟ ସନ୍ତାନ ପ୍ରାପ୍ତି ପାଇଁ ସରୋଗେସିକୁ ଆପଣାଇଥିଲେ । ବଲିଉଡରେ ସରୋଗେସିକୁ ନେଇ ଏକାଧିକ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି ।