Advertisment

ରାଜ କୁନ୍ଦ୍ରାଙ୍କୁ ଛାଡି ପିଲାମାନଙ୍କ ସହ ଅଲଗା ରହିବେ ଶିଳ୍ପା!

ବଲିଉଡ ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଆଜିକାଲି ଜେଲର ଚାରିକାନ୍ଥ ଭିତରେ ଜୀବନ କାଟୁଛନ୍ତି। ଅଶ୍ଳୀଳତା ମାମଲାରେ ଜୁଲାଇ ୧୯ରୁ ସେ ଜେଲ୍‌ରେ ଅଛନ୍ତି। ତେବେ ଅଶ୍ଳୀଳତା ମାମଲାରେ ରାଜ କୁନ୍ଦ୍ରାଙ୍କ ନାମ ଆସିବା ଦିନରୁ ଶିଳ୍ପା ଶେଟ୍ଟୀ ଏହି ଘଟଣାକୁ ନେଇ ଲଗାତର ଆଲୋଚିତ ହେଉଛନ୍ତି। ଏହି କାରଣରୁ ଶିଳ୍ପା ‘ସୁପର ଡ୍ୟାନ୍ସର’ରୁ ପାଖାପାଖି ୨ ମାସ ଦୂରେଇ ରହିବା ପରେ ସେ ପୁଣି ଥରେ ସୁଟିଂ ଆରମ୍ଭ କରିଛନ୍ତି।

Shilpa-Raj

Shilpa-Raj

Advertisment

ମୁମ୍ବାଇ : ବଲିଉଡ ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଆଜିକାଲି ଜେଲର ଚାରିକାନ୍ଥ ଭିତରେ ଜୀବନ କାଟୁଛନ୍ତି। ଅଶ୍ଳୀଳତା ମାମଲାରେ ଜୁଲାଇ ୧୯ରୁ ସେ ଜେଲ୍‌ରେ ଅଛନ୍ତି। ତେବେ ଅଶ୍ଳୀଳତା ମାମଲାରେ ରାଜ କୁନ୍ଦ୍ରାଙ୍କ ନାମ ଆସିବା ଦିନରୁ ଶିଳ୍ପା ଶେଟ୍ଟୀ ଏହି ଘଟଣାକୁ ନେଇ ଲଗାତର ଆଲୋଚିତ ହେଉଛନ୍ତି। ଏହି କାରଣରୁ ଶିଳ୍ପା ‘ସୁପର ଡ୍ୟାନ୍ସର’ରୁ ପାଖାପାଖି ୨ ମାସ ଦୂରେଇ ରହିବା ପରେ ସେ ପୁଣି ଥରେ ସୁଟିଂ ଆରମ୍ଭ କରିଛନ୍ତି। ଏହା ପରେ ମଧ୍ୟ ଘଟଣାକୁ ନେଇ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନରେ ବହୁତ ପ୍ରଭାବ ପଡିଥିବା ଦେଖାଯାଏ। ଏବେ ଖବର ଆସୁଛି ଯେ ଶିଳ୍ପା ତାଙ୍କ ପତି ରାଜ କୁନ୍ଦ୍ରାଙ୍କ ଠାରୁ ଅଲଗା ହୋଇ ଜୀଇଁବା ପାଇଁ ଯୋଜନା କରୁଥିବା ଜଣାଯାଉଛି।

Advertisment
Shilpa Shettyଶିଳ୍ପା ଶେଟ୍ଟୀ

ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ଘର ଛାଡି ନିଜେ ଆଉ ତାଙ୍କ ପିଲାମାନଙ୍କ ଜୀବନକୁ ନେଇ ଚିନ୍ତା କରିଛନ୍ତି। ବଲିଉଡ ହଙ୍ଗାମାର ଏକ ରିପୋର୍ଟ ଅନୁସାରେ, ଅଭିନେତ୍ରୀଙ୍କ ଜଣେ ନିକଟତର ସାଙ୍ଗ କହିଛନ୍ତି ଯେ ଶିଳ୍ପା ରାଜ କୁନ୍ଦ୍ରାଙ୍କ ଠାରୁ ଅଲଗା ହୋଇ ରହିବାକୁ ଚାହାନ୍ତି। ପ୍ରକାଶଥାଉ ଯେ ଶିଳ୍ପା ଓ ରାଜ ୨୦୦୯ରେ ବିବାହ କରିଥିଲେ। ସେମାନଙ୍କ ଦୁ‍ଇଟି ପିଲା ଥିବା ବେଳେ ପୁଅର ନାମ ଭିୟାନ ଓ ଝିଅର ନାମ ସମୀଶା।

Advertisment

ଶିଳ୍ପାଙ୍କ ସାଙ୍ଗ କହିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ସମସ୍ୟା ସମାଧାନ ହେବାର ନା ଧରୁନି। ଏହା ବଦଳରେ ଏହା ସବୁ ସପ୍ତାହରେ ବଢି ବଢି ଚାଲିଛି। ଅଶ୍ଳୀଳ କଣ୍ଟେଣ୍ଟ୍‌ ସହିତ ରାଜ କୁନ୍ଦ୍ରାଙ୍କ ବିଭିନ୍ନ ଲିଙ୍କ୍‌ ଖୁଲାସା ଯୋଗୁଁ ଶିଳ୍ପାଙ୍କୁ ସେତିକି ଝଟକା ଲାଗିଛି ଯେତିକି ଆମମାନଙ୍କୁ ଲାଗିଛି। ସେ ଆହୁରି କହିଛନ୍ତି ଯେ ପ୍ରକୃତରେ ଶିଳ୍ପାଙ୍କୁ ଜଣା ନ ଥିଲା ଯେ ତାଙ୍କ ପାଇଁ ଡାଇମଣ୍ଡ ଆଉ ଡୁପ୍ଲେକ୍ସ ସବୁ ଅନ୍ୟାୟ ଉପାୟରେ କିଣାଯାଇଛି।

ଅଭିନେତ୍ରୀଙ୍କ ସାଙ୍ଗଙ୍କ କହିବା କଥା, ଶିଳ୍ପା ରାଜ କୁନ୍ଦ୍ରାଙ୍କ ଟଙ୍କାକୁ ବି ଛୁଇଁବାକୁ ଚାହୁଁ ନାହାନ୍ତି। ଏହି ସୂଚନା ଅନୁସାରେ ତାଙ୍କ ସାଙ୍ଗ କହିଛନ୍ତି ଯେ ଶିଳ୍ପା ଶେଟ୍ଟୀ କାମ କରୁଛନ୍ତି ଏବଂ ସେ ନିଜ ପିଲାମାନଙ୍କର ରକ୍ଷଣାବେକ୍ଷଣା ଠିକସେ କରିପାରିବେ।

Advertisment

ସୂଚନା ମୁତାବକ ‘ସୁପର ଡ୍ୟାନ୍ସର’କୁ ଶିଳ୍ପା ଶେଟ୍ଟୀ ଫେରିବା ପରେ ଅନୁରାଗ ବସୁ ଓ ପ୍ରିୟଦର୍ଶନ ସେମାନଙ୍କ ଫିଲ୍ମରେ ତାଙ୍କୁ ନେବାକୁ ଅଫର ମଧ୍ୟ ଦେଇଛନ୍ତି। ପ୍ରକାଶଥାଉ ଯେ ପୂର୍ବରୁ ପ୍ରିୟଦର୍ଶନଙ୍କ ସିନେମା ‘ହଙ୍ଗାମା ୨’ରେ ଶିଳ୍ପା ଶେଟ୍ଟୀ କାମ କରିଥିବା ବେଳେ ଅନୁରାଗ ବସୁଙ୍କ ସିନେମା ‘ଲାଇଫ ଇନ୍‌ ଅ ମେଟ୍ରୋ’ରେ ମଧ୍ୟ କାମ କରିଛନ୍ତି। ଏହା ସହିତ ଲଗାତର ‘ସୁପର ଡ୍ୟାନ୍ସର୍’ ଶୋରେ ଜଜ୍‌ ମଧ୍ୟ କରୁଛନ୍ତି।

Bollywood Shilpa Shetty Kundra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ