Advertisment

ରାଜ କୁନ୍ଦ୍ରାଙ୍କ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା!

ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ନାମ ସାମ୍ନାକୁ ଆସିଛି। ପୋଲିସ ତାଙ୍କୁ ଜୁଲାଇ ୨୩ନ୍ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ତେବେ ରାଜଙ୍କ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା ଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
ରାଜ କୁନ୍ଦ୍ରାଙ୍କ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା!

Shilpa-Raj

Advertisment

ମୁମ୍ବାଇ : ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ନାମ ସାମ୍ନାକୁ ଆସିଛି। ପୋଲିସ ତାଙ୍କୁ ଜୁଲାଇ ୨୩ନ୍ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଫେବୃଆରୀ ୨୦୨୧ରେ ଏହି ମାମଲା ସାମ୍ନାକୁ ଆସିଥିଲା। ଅନେକ ମାସ ଅପେକ୍ଷା କରି ପର୍ଯ୍ୟାପ୍ତ ପ୍ରମାଣ ସଂଗ୍ରହ କରିବା ପରେ ରାଜ କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରିଥିଲା। ମଙ୍ଗଳବାର ଦିନ ଏହି ମାମଲାରେ ଅଭିଯୁକ୍ତ ରାଜ କୁନ୍ଦ୍ରା ମୁମ୍ବାଇର ସେସନ୍ କୋର୍ଟରେ ହାଜର ହୋଇଥିଲେ ଯେଉଁଠାରେ କୋର୍ଟ କ୍ରାଇମ୍‌ ବ୍ରାଞ୍ଚ୍‌ର ଦାବିକୁ ଗ୍ରହଣ କରି ଅଭିଯୁକ୍ତ ରାଜ କୁନ୍ଦ୍ରାଙ୍କୁ ପୋଲିସ ରିମାଣ୍ଡରେ ପଠାଇଥିଲେ।

Advertisment

ଫେବୃଆରୀ ୨୦୨୧ରୁ ଜୁଲାଇ ମଧ୍ୟରେ ଏହି ସମସ୍ୟାର ସମା

ଧାନ ପାଇଁ ପୋଲିସ ଅନେକ ହୋମ୍‌ୱାର୍କ କରିଥିଲା, ଯାହା ପରେ ପୋଲିସ ରାଜ କୁନ୍ଦ୍ରାଙ୍କ ନିକଟରେ ପହଞ୍ଚିଥିଲା। ୬ ମାସ ଧରି ଏହି ମାମଲାର ଗଭୀର ଅନୁସନ୍ଧାନ କରାଯାଇଥିଲା। ପର୍ଯ୍ୟାପ୍ତ ପ୍ରମାଣ ସଂଗ୍ରହ କରିବା ପରେ ରାଜ କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରିଥିଲା। ମଙ୍ଗଳବାର ମୁମ୍ବାଇ ପୋଲିସ୍‌ର ଯୁଗ୍ମ କମିଶନର ମିଲିନ୍ଦ ଭରମ୍ବେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ଏହି ବିଷୟରେ ଜଣାଇଛନ୍ତି। ଜଏଣ୍ଟ ସିପି କହିଛି ଯେ ଏହି ଲୋକ ଏଭଳି ବ୍ୟବସାୟରେ କିପରି କାମ କରୁଥିଲେ ଏବଂ ଏହି ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ଭୂମିକା ଥିବା ସ୍ପଷ୍ଟ ମଧ୍ୟ କରିଥିଲେ।

Advertisment

ସେ ଆହୁରି କହିଛନ୍ତି ଯେ “ଏ ପର୍ଯ୍ୟନ୍ତ ଆମେ ଶିଳ୍ପା ଶେଟ୍ଟୀଙ୍କ ସକ୍ରିୟ ଭୂମିକା ଗ୍ରହଣ କରିବାର କୌଣସି ପ୍ରମାଣ ପାଇ ନାହୁଁ। ଆମେ ଏହାର ଅନୁସନ୍ଧାନ କରୁଛୁ। ଆମେ ପୀଡିତାଙ୍କୁ ଅନୁରୋଧ କରୁଛୁ କ୍ରାଇମ୍‌ବ୍ରାଞ୍ଚ୍‌ ସହିତ ଯୋଗାଯୋଗ କରନ୍ତୁ। ଆମେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଜଏଣ୍ଟ୍ ସିପି କହିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ଇଣ୍ଡିଆ ଅପରେସନକୁ ଦେଖାଶୁଣା କରୁଥିବା ଉମେଶ କାମତଙ୍କ ପରି ନିର୍ମାତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଭିଆନ୍ କମ୍ପାନୀ ମାଧ୍ୟମରେ ହଟ୍‌ସଟ୍‌ ଆପ୍‌ର କାମ ଦେଖାଯାଉଥିଲା। ଏହି ଚଢଉ ସମୟରେ ଆମକୁ ପ୍ରମାଣ ମିଳିଛି, ଯାହା ଆଧାରରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି।

Advertisment

ପ୍ରକାଶଥାଉ ଯେ ମଙ୍ଗଳବାର ମୁମ୍ବାଇ ନିକଟସ୍ଥ ନେରଲରୁ ରାୟନ ଥାର୍ପଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜୁଲାଇ ୨୩ ପର୍ଯ୍ୟନ୍ତ କୋର୍ଟ ରାଜ ଏବଂ ରାୟନଙ୍କୁ ରିମାଣ୍ଡରେ ପଠାଇଛନ୍ତି।

Shilpa Shetty Entertainment Raj Kundra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ