Advertisment

ଆଜିକାଲି ଆମେ ପୁଅମାନଙ୍କ ଉପରେ ବିଶ୍ୱାସ ହରାଇଛୁ : ଶହନାଜ ଗିଲ୍

ଶାହୀଦ କପୁର ଓ ଶହନାଜ ଗିଲ୍‌ଙ୍କ ଏକ କଥାବାର୍ତ୍ତାରେ ଶହନାଜ ପୁଅମାନଙ୍କ ଉପରେ ବିଶ୍ୱାସ ହରେଇଥିବା କଥା କହିଛନ୍ତି। ଏହା ସହ ସେ ଶାହୀଦଙ୍କୁ ମିଛୁଆ ବୋଲି ମଧ୍ୟ କହିଛନ୍ତି। ଏହାର ପ୍ରତିକ୍ରିୟାରେ ଶାହୀଦ କୁହନ୍ତି…

Shehnaaz gill tells why girls do not trust boys

Shehnaaz gill tells why girls do not trust boys

Advertisment

ଯେତେବେଳେ ଶାହୀଦ କପୁର 'କବୀର ସିଂହ' ଷ୍ଟାଇଲ୍‌ରେ ଶହନାଜ ଗିଲ୍‌ଙ୍କ ଶୋ’କୁ ଆସିଥିଲେ, ସେତେବେଳେ ଅଭିନେତ୍ରୀ ତାଙ୍କୁ କହିଥିଲେ ଯେ ଆପଣ ୨୦୧୫ରେ ମୀରା ରାଜପୁତଙ୍କୁ ବିବାହ କରି ଅନେକ ଝିଅଙ୍କ ହୃଦୟ ଭାଙ୍ଗିଛନ୍ତି। ଯେତେବେଳେ ଶହନାଜ ଗିଲ୍‌ ଶାହୀଦ କପୁରଙ୍କୁ ତାଙ୍କ ଦାମ୍ପତ୍ୟ ଜୀବନର ସଚ୍ଚୋଟତାକୁ ନେଇ ପଚାରିଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଏବଂ ପୁଅ-ଝିଅମାନଙ୍କ ଚିନ୍ତାଧାରା ଓ ମନୋଭାବ ଉପରେ ଏକ ଦମଦାର ବାର୍ତ୍ତାଳାପ ଆରମ୍ଭ ହୋଇଯାଇଥିଲା।

Advertisment

ଶାହୀଦ ତାଙ୍କ କଥାକୁ ଏପରି ଢଙ୍ଗରେ ରଖିଥିଲେ ଯେ ଶହନାଜ ଅନୁଭବ କରିବାକୁ ଲାଗିଲେ ଯେ ଅଭିନେତାଙ୍କ ଉପରେ 'କବୀର ସିଂହ'ର ଚରିତ୍ର ଚଢିଯାଇଛି। ମୀରା ରାଜପୁତଙ୍କୁ ବିବାହ କରିବା ପରେ ଯେଉଁମାନଙ୍କର ହୃଦୟ ଭାଙ୍ଗି ଯାଇଥିଲା ଅଭିନେତା ସେହି ଝିଅମାନଙ୍କୁ କ୍ଷମା ମାଗିଥିଲେ।

ଶାହୀଦଙ୍କ କ୍ଷମା ମାଗିବାର ଷ୍ଟାଇଲ୍ ଏପରି ଥିଲା ଯେ ଶହନାଜଙ୍କୁ କହିବାକୁ ପଡିଲା, “ଏହା ଏକ ଅଜବ ପ୍ରତିକ୍ରିୟା ଥିଲା, ମତେ ଡର ଲାଗିଲା।” ଏହା ପରେ ଶାହୀଦ କପୁର କୁହନ୍ତି ଯେ “ମୁଁ ହୃଦୟରୁ ଭୁଲ୍ ମାଗିଲି, କାହାର ହୃଦୟ ଭାଙ୍ଗିଲେ ଭୁଲ୍ ମାଗିବା ଉଚିତ, କିନ୍ତୁ ମୁଁ ଆଉ ପୂର୍ବକୁ ଯାଇ ଏହାକୁ ସୁଧାରି ପାରିବି ନାହିଁ। ବର୍ତ୍ତମାନ ବହୁତ ବିଳମ୍ବ ହୋଇଯାଇଛି।”

Advertisment

ଏହାପରେ ଶହନାଜ କୁହନ୍ତି ଯେ “ବହୁତ ବିଳମ୍ବ ହୋଇଯାଇଛି, ଏହାର ମାନେ କ’ଣ? ଆପଣ ଅବିଶ୍ୱସ୍ତ କି?” ଏହା ପରେ ଶାହୀଦ ତାଙ୍କ ସ୍ପଷ୍ଟୀକରଣରେ କୁହନ୍ତି, 'ଏଠାରେ ମୋର ମାନେ ପ୍ରଶ୍ନର ଉତ୍ତର ଥିଲା। ତୁମେ ମୋତେ ସନ୍ଦେହ କରୁଛ କି? ତୁମର ବିଶ୍ୱାସ ନାହିଁ କି? ଝିଅମାନେ ଏପରି ପ୍ରଶ୍ନ ପଚାରନ୍ତି, କେବେ ବି ସିଧାସଳଖ ପ୍ରଶ୍ନ କରନ୍ତି ନାହିଁ।”

ଶାହୀଦ ଏଭଳି ଜବାବର ପ୍ରତିକ୍ରିୟାରେ ଶହନାଜ ମଧ୍ୟ ପୁଅମାନଙ୍କ ବିଷୟରେ ନିଜର ଭାବନାକୁ ଖୋଲାଖୋଲି ଭାବରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି "ଆଜିକାଲି ଆମେ ପୁଅମାନଙ୍କ ଉପରେ ବିଶ୍ୱାସ ହରାଇଛୁ।” ଏଠାରେ ଶାହିଦ ପୁଅମାନଙ୍କ ସପକ୍ଷରେ କୁହନ୍ତି,"ଆମେ ପୁଅମାନେ ଝିଅମାନଙ୍କୁ ବି କାହିଁକି ବିଶ୍ୱାସ କରିବୁ?"

Advertisment

ଏହା ଉପରେ ଶହନାଜ ଝିଅମାନଙ୍କୁ ନେଇ କୁହନ୍ତି ଯେ “ଝିଅମାନେ ଭଲ ହୋଇଥାନ୍ତି, ସେମାନେ ସକରାତ୍ମକ।” ଏହାପାରେ ଶାହୀଦ ପଚାରନ୍ତି, “ପୁଅମାନେ କ’ଣ ଖରାପ କି?” ଶହନାଜ କୁହନ୍ତି ଯେ “ପୁଅମାନେ ଏମିତି କାମ କରନ୍ତି ଯେ ଯାହାକୁ ନେଇ ଝିଅମାନେ ସନ୍ଦେହ କରିବା ଆରମ୍ଭ କରନ୍ତି।”

ଏହା ପରେ ଶାହୀଦ କହିଛନ୍ତି, “ତେବେ ଗୋଟିଏ ଝିଅ ଖୋଜିଦିଅ ଯିଏ ପୁଅମାନଙ୍କ ପଛରେ ପଡି ନଥିବେ, କେବଳ ଝିଅମାନଙ୍କ ସହିତ ବନ୍ଧୁତା କରିଥିବେ। ତୁମେମାନେ ପୁଅମାନଙ୍କ ପ୍ରତି କାହିଁକି ରୁଚି ରଖୁଛ?” ଏହା ଉପରେ ଶହନାଜ କୁହନ୍ତି, “ମୋର କୌଣସି ବିକଳ୍ପ ନାହିଁ”।

୩୦ ବର୍ଷର ଶହନାଜ ପୁଣି ଥରେ ଶାହୀଦଙ୍କୁ ପଚାରିଛନ୍ତି ଯେ ସେ 'ଫେକ୍'ର ମାନେ ଜାଣିଛନ୍ତି, ଯାହାକୁ ଅଭିନେତା ନିଜକୁ 'ଫେକ୍'ବୋଲି କହିଛନ୍ତି। ସେ କୁହନ୍ତି ଯେ “ମୁଁ ସମ୍ପୂର୍ଣ୍ଣ ମିଛୁଆ, ମୋ ଭିତରେ କୌଣସି ଅସଲି ଜିନିଷ ନାହିଁ।” ଏହା ପରେ ମୀତା ତାଙ୍କୁ ଫସେଇବାକୁ ଚେଷ୍ଟା କରି କହିଛନ୍ତି ଯେ ଏହାର ଅର୍ଥ ହେଉଛି ଯେ ସେ ଯାହା କରିବାକୁ ଚାହୁଁଛନ୍ତି ତାହା କରିବା ପାଇଁ ତାଙ୍କୁ ମୀରାଙ୍କର ଅନୁମତି ଦରକାର ନାହିଁ।

ସେ କୁହନ୍ତି, 'ଆପଣ ସେଠାରେ ବି ମିଛ କୁହନ୍ତି?' ୪୧ ବର୍ଷର ଶାହୀଦ ବୁଝିଗଲେ ଯେ ସେ ନିଜକୁ ଅସୁବିଧାରେ ପକାଉଛନ୍ତି। ପ୍ରାଇମ୍‌ ଭିଡିଓରେ ସିରିଜ୍ 'ଫର୍ଜି' ଷ୍ଟ୍ରିମିଂ ହେଉଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଏବଂ ଡି.କେ। ଏଥିରେ ଶାହୀଦ କପୁରଙ୍କ ସହ କେ.କେ ମେନନ୍ ଏବଂ ବିଜୟ ସେତୁପତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

Bollywood Shehnaaz Gill Shahid Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ