Advertisment

୮୬ ବର୍ଷରେ ଚାଲିଗଲେ ‘ତିତଲୀ ଉଡୀ’ ଗାୟିକା ଶାରଦା ରାଜନ

ସ୍ୱର ତାରକା ଶାରଦା ରାଜନଙ୍କର ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ସୁପରହିଟ୍ ଗୀତରେ ନିଜ କଣ୍ଠଦାନ କରିଛନ୍ତି।

Sharda rajan died at age of 86

Sharda rajan died at age of 86

Advertisment

ବଲିଉଡ୍‌ର ସୁପରହିଟ୍ ଫିଲ୍ମ 'ଏକ ଇଭିନିଙ୍ଗ୍ ଇନ୍ ପ୍ୟାରିସ୍'ର ଲୋକପ୍ରିୟ ଗୀତ ‘ଲେଜା ଲେଜା ମେରା ଦିଲ୍’ ଗାଇଥିବା ଗାୟିକା ଶାରଦା ରାଜନଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଘର୍ଷ କଥିଲେ। ୮୬ ବର୍ଷ ବୟସରେ ଶାରଦା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବଲିଉଡର ଅନେକ ସୁପରହିଟ୍ ଗୀତରେ ଶାରଦା ତାଙ୍କ ସ୍ୱର ଦେଇଛନ୍ତି। ସେ ‘ସୁରଜ’ ଫିଲ୍ମରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ।

Advertisment

ଏହା ପରେ ସଂଗୀତର ଏହି ଯାତ୍ରା ଆରମ୍ଭ ହୋଇ ତାଙ୍କ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଚାଲିଥିଲା। ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିବା ଶାରଦାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଶାରଦା ରାଜନ ଆୟାଙ୍ଗର୍‌। ରାଜ କପୁର ଶାରଦାଙ୍କୁ ତାଙ୍କ ଚଳଚ୍ଚିତ୍ର ‘ସୁରଜ୍‌’ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ।

ଏହା ପରେ ଶାରଦାଙ୍କ କ୍ୟାରିୟର ଗାଡି ମାଡିଚାଲିଥିଲା। ତାଙ୍କର ସୁମଧୁର ଏବଂ ଝଲସି ଉଠୁଥିବା ସ୍ୱର ସହିତ ଶାରଦା ପ୍ରାୟ ୪ ଦଶନ୍ଧି ଧରି ବଲିଉଡ ଚଳଚ୍ଚିତ୍ରରେ ରାଜ କରିଥିଲେ। ଶାରଦାଙ୍କ ମୃତ୍ୟୁରେ ବଲିଉଡ୍‌ ତାରକାମାନେ ମଧ୍ୟ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Advertisment

୭୦ ଦଶକରେ ଶାରଦା ରାଜନ ମଧ୍ୟ ନିଜର ପପ୍ ଆଲବମ୍ ମୁକ୍ତିଲାଭ କରିଥିଲେ। ଭେଟେରାନ୍ ଗାୟକ ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ସହ ଶାରଦା ଅନେକ ଗୀତରେ ତାଙ୍କ କଣ୍ଠଦାନ କରିଛନ୍ତି।

ଶାରଦାଙ୍କର ସବୁଠାରୁ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ତିତଲୀ ଉଡୀ, ଜାନେ ଚମନ, ସୁନ୍‌ ରେ ବଲମ, ଲେଜା ଲେଜା ମେରା ଦିଲ୍ ରହିଛି। ଶାରଦା ତାଙ୍କ ଗୀତ ‘ତିତଲୀ ଉଡୀ’ ଦ୍ୱାରା ସର୍ବାଧିକ ଲୋକପ୍ରିୟ ହୋଇଥିଲେ। ଏହା ପରେ, ଶାରଦା ଅନେକ ଦମଦାର ଗୀତରେ ତାଙ୍କ କଣ୍ଠସ୍ୱର ସହିତ ଲୋକଙ୍କ ହୃଦୟ ଜିତିଥିଲେ। ଆଜି ସ୍ୱର ତାରକା ସବୁଦିନ ପାଇଁ ଚୁପ୍ ହେଇଗଲେ।

Advertisment

କ୍ୟାରିୟର ଆରମ୍ଭରେ ଶାରଦା ଅନେକ ହିରୋଇନଙ୍କ ସ୍ୱର ହୋଇ ଗୀତ ଗାଇଥିଲେ। ଶାରଦା ତାଙ୍କ କ୍ୟାରିୟରର ଶିଖରରେ ବୈଜନ୍ତୀମାଲା, ମୁମତାଜ, ରେଖା, ଶର୍ମିଲା ଟାଗୋର, ହେମା ମାଲିନିଙ୍କ ପାଇଁ ଗୀତ ଗାଇଥିଲେ ଏବଂ ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ସ୍ୱର ସବୁଦିନ ପାଇଁ ଛାଡି ଚାଲିଯାଇଛନ୍ତି।

Singer Death Famous Singer Dies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ