Advertisment

‘ଚୋରଣୀ’ରେ ଚାରି ରୂପରେ ଶଙ୍କର

ଆଗକୁ ଆସୁଛି ତରଙ୍ଗ ପ୍ରଡକ୍ସନର ନୂଆ ଫିଲ୍ମ ‘ଚୋରଣୀ’। ରବିବାର ସନ୍ଧ୍ୟାରେ ହେବ ୱାର୍ଲ୍ଡ ପ୍ରିମିୟର। ଏଥିରେ ହାସ୍ୟାଭିନେତା ଶଙ୍କର ଚାରି ରୂପରେ ନଜର ଆସିବେ।

Shankar in 4 character in Chorani

Shankar in 4 character in Chorani

Advertisment

ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ୱାର୍ଲ୍ଡ ପ୍ରିମିୟର ହେବାକୁ ଯାଉଛି ‘ଚୋରଣୀ’। ଏହି ଫିଲ୍ମରେ ନିଆରା ଢଙ୍ଗରେ ଓଡିଶାର ଚର୍ଚ୍ଚିତ ହାସ୍ୟାଭିନେତା ଶଙ୍କରଙ୍କୁ ଦେଖିବାକୁ ମିଳିବ। ତାଙ୍କୁ ଗୋଟିଏ ନୁହେଁ କି ଦୁଇଟା ନୁହେଁ, ଏକାବେଳେ ଚାରି ଚାରିଟା ଚରିତ୍ରରେ ଦର୍ଶକେ ଦେଖିବେ। ସେ କେତେବେଳେ ବ୍ୟାଙ୍କ୍‌ ମ୍ୟାନେଜର ହେଉଛନ୍ତି ତ କେତେବେଳେ ଡାକ୍ତର। ପୁଣି କେତେବେଳେ ବାହାଘର ମଧ୍ୟସ୍ଥି ତ ଆଉ କେତେବେଳେ ଜଣେ ବାମନର ସ୍ତ୍ରୀ।

Advertisment

ଯଦି କାହାଣୀକୁ ଯିବା ତେବେ ଏହି ଚାରି ଜଣ ଚରିତ୍ର ହେଉଛନ୍ତି ଭାଇ ଓ ଭଉଣୀ। ତେଣୁ ସେମାନେ ସମସ୍ତେ ଦେଖିବାକୁ ଏକାଭଳି। ଆଜିର ସମୟରେ ଆଗଧାଡିର ଓଡିଆ ହାସ୍ୟ ଅଭିନେତାଙ୍କ ମଧ୍ୟ ଶଙ୍କର ଜଣେ ହୋଇଥିବା ବେଳେ ଅନେକ ସମୟରେ ତାଙ୍କର ନାରୀ ଚରିତ୍ର ଦର୍ଶକଙ୍କୁ ଛୁଇଁଥାଏ। ସେ ମଧ୍ୟ ଏହି ଚରିତ୍ରକୁ ବେଶ ସଫଳତାର ସହ ଫୁଟେଇ ପାରନ୍ତି। ‘ଚୋରଣୀ’ରେ ତାଙ୍କର ଏହି ଚାରୀ ରୂପ ମଧ୍ୟରୁ ନାରୀ ଚରିତ୍ରକୁ ବେଶି ଗୁରୁତ୍ୱ ଦିଆଯାଉଥିବା ଦେଖାଯାଏ।

ଆଗକୁ ଆସୁଥିବା ଜଗ୍‌ଜିତ ପାଲ ଓ ଶୀତଲ ପାତ୍ରଙ୍କ ଅଭିନୀତ ‘ଚୋରଣୀ’ ସମ୍ପୂର୍ଣ୍ଣ ହାସ୍ୟରସରେ ପରିପୂର୍ଣ୍ଣ ଏହି ଫିଲ୍ମ ଜଣେ ଯୁବକର ଚାକିରିରେ ଅସଫଳ ହେବାର କାହାଣୀ କହିବା ସହିତ ଜଣେ ଧନୀ ଘରର ଝିଅର ଚୋରି ମାନସିକତା ଉପରେ ପର୍ଯ୍ୟବେସିତ। ଏଥିରେ ଦର୍ଶକେ ମଧ୍ୟ ଏକ ନିଆରା ପ୍ରେମ କାହାଣୀ ପାଇବେ।

Advertisment

କାହାଣୀର ନାୟିକା ଜଣେ ଶିଳ୍ପପତିଙ୍କ ଅଲିଅଳି ଝିଅ, ଯାହାର ଧନ ସମ୍ପତ୍ତିରେ କୌଣସି ଅଭାବ ନାହିଁ। ଯାହା ଯେତେବେଳେ ଦରକାର ସେ ତାହା କିଣେ, ମନଇଛା ଟଙ୍କା ଖର୍ଚ୍ଚ କରୁଥିଲେ ବି ବାପାଙ୍କର ବାରଣ ନାହିଁ। ବାପା ଚାହାନ୍ତି ତାଙ୍କ ଅଲିଅଳି ଝିଅ ଭଲରେ ରହୁ। ସବୁ ସୁଖ ତା’ ପାଦ ତଳେ ଅଜାଡି ହୋଇଯାଉ।

ଏତେ ସବୁ ପରେ ବି ଝିଅର ଏକ ବଦ ଅଭ୍ୟାସ ହେଲା ଚୋରି କରିବା। ହୋଟେଲରୁ ଚାମଚ୍ ହେଉ କି ମନ୍ଦିରରୁ ପାଦୁକ ଦାନି, କାହା ପକେଟ୍‌ରୁ ମୋବାଇଲ୍ ହେଉ କି କାହା ଫଳ ଦୋକାନରୁ ପିଜୁଳିଟିଏ ସବୁଦିନେ କିଛି ନା କିଛି ଚୋରି କରିବା ତା’ର ଏକ ଅଭ୍ୟାସ।

Advertisment

ଫିଲ୍ମରେ କନେଷ୍ଟବଳ ଭୂମିକାରେ ଜଗଜିତ ଥିବାବେଳେ ଚୋରଣୀ ଭାବେ ଶୀତଲ୍ ନଜର ଆସିବେ। ଅନ୍ୟମାନଙ୍କ ମଧ୍ୟରେ ପିଣ୍ଟୁ ନନ୍ଦ, ମିଲି ମହାନ୍ତି, ରାଇମୋହନ, ଜୟପ୍ରକାଶ, ରାକ୍ଷୀ, ତ୍ରିଭୁବନ, ଶଙ୍କର, କୁନାଲ, ନୀର, ଗୁଣ୍ଡ ପ୍ରମୁଖ ଅଭିନୟ କରୁଥିବା ବେଳେ ମୃତ୍ୟୁଞ୍ଜୟ ସାହୁ ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି। ଦେବୀଦତ୍ତ ନାୟକଙ୍କ କାହାଣୀ ଓ ଚିତ୍ରନାଟ୍ୟକୁ ସଂଳାପରେ ସଜେଇଛନ୍ତି ଚନ୍ଦନ କୁମାର।

ଫିଲ୍ମର ସମସ୍ତ ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଅଭିଜିତ୍ ମଜୁମ୍‌ଦାର ଦେଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ଓ ଏସ୍. କେ. ମୁରଲିଧରନ୍। ଗୀତଗୁଡିକ ଖୁବ ଚମତ୍କାର ହୋଇଥିବା ବେଳେ ହୃଦୟସ୍ପର୍ଶୀ ମଧ୍ୟ ହୋଇଛି। ଏହି ଫିଲ୍ମରେ ଏକ ଗୀତ ‘ଦୁଲ୍ହନ ଦୁଲ୍ହନ୍’ ଥିବା ବେଳେ ଏହା ସ୍ୱୟଂ ଓ ଅନ୍ତରାଙ୍କ କଣ୍ଠରେ ବେଶ ମନଛୁଆ ହୋଇଛି। ଏହି ଗୀତଟି ‘ତରଙ୍ଗ ମ୍ୟୁଜିକ୍’ର ୟୁଟ୍ୟୁବ୍ ଚ୍ୟାନେଲରେ ଶେୟାର ହୋଇଥିବା ବେଳେ ବେଶ୍ ପ୍ରଶଂସା ସାଉଁଟୁଛି। ଏହାକୁ ଏପର୍ଯ୍ୟନ୍ତ ୨ଲକ୍ଷ ୩୬ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୬ ହଜାରରୁ ଅଧିକ ଲାଇକ୍ କରିଛନ୍ତି।

Ollywood Taranga Cine Productions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ