Advertisment

ରଣବୀର କପୁରଙ୍କ ଡବଲ ରୋଲ୍ ସତ୍ତ୍ୱେ ଫ୍ଲପ୍‌ ହେବ ବି 'ଶମ୍‌ଶେରା'

ନିର୍ମାତା ଏବଂ ପ୍ରଶଂସକମାନେ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଶମଶେରା'ରୁ ବହୁତ ଆଶା କରିଥିଲେ। କିନ୍ତୁ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ଯେ ଦର୍ଶକ ଏହି ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଫିଲ୍ମର କାହାଣୀ ଅତି ଦୁର୍ବଳ ବୋଲି ମନେ ହେଉଛି।

Shamshera is going to flop

Shamshera is going to flop

Advertisment

ରଣବୀର କପୁର ୨୦୧୮ ମସିହାର ଫିଲ୍ମ 'ସଞ୍ଜୁ' ପରେ ପ୍ରାୟ ୪ ବର୍ଷ ପୁଣି ପରଦାରେ ନଜର ଆସିଛନ୍ତି। ସେ କରଣ ମାଲହୋତ୍ରାଙ୍କ ଫିଲ୍ମ 'ଶମ୍‌ଶେରା' ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଫିଲ୍ମରେ ବାପା ଓ ପୁଅର ଡବଲ୍ ଭୂମିକାରେ ଥିବା ସତ୍ତ୍ୱେ ସେ ଫିଲ୍ମକୁ ଫ୍ଲପ୍‌ରୁ ବଞ୍ଚାଇ ପାରିବେ ନାହିଁ। ଏହି ଫିଲ୍ମ ଦେଖିଲା ପରେ ଲାଗୁଛି ଫିଲ୍ମ ନିର୍ମାତା ସେହି ଭଳି ସିନେମାକୁ ଆଉଥରେ କରିବାକୁ ଚେଷ୍ଟା କରିଛନ୍ତି। ଏହି ଫିଲ୍ମରେ ରଣବୀରଙ୍କ ସହ ବାଣୀ କପୁର ଅଭିନୟ କରିଥିବାବେଳେ ସଞ୍ଜୟ ଦତ୍ତ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି।

Advertisment

ନିର୍ମାତା ଏବଂ ପ୍ରଶଂସକମାନେ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଶମଶେରା'ରୁ ବହୁତ ଆଶା କରିଥିଲେ। କିନ୍ତୁ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ଯେ ଦର୍ଶକ ଏହି ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ କହୁଛି ଯେ ୧୮ ଶତାବ୍ଦୀର ବଲୀ (ରଣବୀର କପୁର) ଯିଏ ସେନାରେ ଜଣେ ଅଧିକାରୀ ହେବାକୁ ଚାହୁଁଥିବା ବେଳେ ସେ ଏକ ଜନଜାତିରୁ ଆସିଥିବାରୁ ବ୍ରିଟିଶମାନେ ତାଙ୍କୁ ଗୋଲାମ କରିଦେଇଥିଲେ। ରଣବୀର ମଧ୍ୟ ବଲୀର ବାପା ଶମଶେରା ଭୂମିକାରେ ଅଭିନୟ କରିଛନ୍ତି। ରଣବୀରଙ୍କ ଉଭୟ ଚରିତ୍ର ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢୁଥିବା ଦେଖାଯାଏ।

ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବାଣୀ କପୁର ଏକ ସାକ୍ଷାତକାରରେ ମିଛ କହିଥିଲେ ବି ଏହାର ପ୍ରଭାବ ପଡିଲା ନାହିଁ। ସେ କହିଥିଲେ ଯେ “ତାଙ୍କ ଚରିତ୍ର ସୋନା ବଲୀଙ୍କୁ ଭଲ ପାଉଛନ୍ତି ଏବଂ ବହୁତ କିଛି ଦେଖିବାକୁ ମିଳିବ।” ସୋନା ୯୦ ଓ ୨୦୦୦ ଦଶକର ହିନ୍ଦୀ ଚଳଚ୍ଚିତ୍ରର ଜଣେ ନୃତ୍ୟଶିଳ୍ପୀଙ୍କ ସମସ୍ତ ଗୁଣ ସହିତ ନଜର ଆସିଛନ୍ତି। କେବଳ ନିଜ ପ୍ରେମିକକୁ ଆକର୍ଷଣ କରିବା ବ୍ୟତୀତ ଫିଲ୍ମରେ ତାଙ୍କର କୌଣସି ବିଶେଷ ଭୂମିକା ନାହିଁ। ଏହା ବଲିଉଡ୍‌ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରର ଯୁଗକୁ ମନେ ପକାଇଦିଏ, ଯେଉଁଥିରେ ନାୟିକା ଡ୍ୟାନ୍ସ ବାରରେ ଝୁମୁଥିବା ନଜର ଆସେ।

Advertisment

ଉଭୟ ବାପା ଓ ପୁଅ ଭୂମିକାରେ ଅଭିନୟ କରି ରଣବୀର କପୁର ଫିଲ୍ମକୁ ଜୀବନ୍ତ କରିବା ନେଇ ଯଥାସମ୍ଭବ ଚେଷ୍ଟା କରିଛନ୍ତି କିନ୍ତୁ ଲେଖାର କମଜୋରକୁ ରକ୍ଷା କରିବାରେ ସଫଳ ହୋଇପାରି ନାହାଁନ୍ତି। ଚଳଚ୍ଚିତ୍ରଟି କାଷ୍ଟ୍‌ ସିଷ୍ଟମ୍‌ର ସାମାଜିକ ଭୁଲ୍ ଦେଖାଇବାକୁ ଚେଷ୍ଟା କରିଛି ଏବଂ ଶେଷରେ ଚରିତ୍ରମାନଙ୍କୁ ହାସ୍ୟାତ୍ମକ କରାଯାଇଛି।

ସବୁଠାରୁ ଖରାପ ହେଉଛି ସଞ୍ଜୟ ଦତ୍ତଙ୍କ ଚରିତ୍ର ଶୁଦ୍ଧ ସିଂ। ଯାହା ଅତ୍ୟନ୍ତ ଅମାନୁଷିକ ଏବଂ ନିଷ୍ଠୁର ଯିଏ ନିଜ ସ୍ୱାର୍ଥ ପାଇଁ ବ୍ରିଟିଶମାନଙ୍କୁ ସାହାଯ୍ୟ କରୁଛି। ଶୁଦ୍ଧ ସିଂ ଅତ୍ୟଧିକ ଅତ୍ୟାଚାର କରେ, କିନ୍ତୁ ସଂସ୍କୃତରେ ଯେଉଁଭଳି ଭାବେ ଶ୍ଳୋକଗୁଡିକ ଉଚ୍ଚାରଣ କରେ ମଜାଳିଆ ଦୃଶ୍ୟ ଭଳି ଲାଗେ।

Advertisment

ମୋଟ ଉପରେ, କରଣ ମଲହୋତ୍ରା, ରଣବୀର ସିଂଙ୍କ ସମେତ ସମସ୍ତ କଳାକାର ପରଦାରେ ସେମାନଙ୍କ ପ୍ରତିଭା ଦେଖେଇବାରେ ବିଫଳ ହୋଇଛନ୍ତି। ଚଳଚ୍ଚିତ୍ରର କାହାଣୀ ହେଉ କି ନିର୍ଦ୍ଦେଶନା ବା ଗୀତ ସବୁ କିଛି ଫିଲ୍ମକୁ ଦୁର୍ବଳ କରୁଛି।

Bollywood Ranbir Kapoor Shamshera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ