Advertisment

ଆସୁଛି ‘ଶକ୍ତିମାନ’ ଫିଲ୍ମ; ଜାଣନ୍ତୁ କିଏ ହେବେ ସୁପରହିରୋ

୯୦ ଦଶକର ‘ଶକ୍ତିମାନ’ ସିରିଏଲ୍ ଏବେ ଫିଲ୍ମର ରୂପ ନେବ। କିଏ ହେବ ଶକ୍ତିମାନ ତାହା ନିଶ୍ଚିତ ହୋଇ ସାରିଥିବା ବେଳେ ଗୀତା ବିଶ୍ୱାସ ଭୂମିକାରେ ଦୀପିକା ପାଦୁକୋନ୍ ନଜର ଆସିବେ ବୋଲି ଶୁଣାଯାଉଛି। ତେବେ ଆସନ୍ତୁ ପୂରା ଚରିତ୍ର ଉପରେ ନଜର ପକେଇବା।

Shaktimaan movie coming soon Ranveer Singh play lead character

Shaktimaan movie coming soon Ranveer Singh play lead character

Advertisment

'ଶକ୍ତିମାନ' ଭାରତୀୟ ସିନେମାର ଏମିତି ଏକ ପ୍ରସିଦ୍ଧ ସୁପରହିରୋ, ଯାହାର ପ୍ରଶଂସକ ଆଜି ମଧ୍ୟ ଅଛନ୍ତି। ବର୍ତ୍ତମାନ ଏହି ସୁପରହିରୋ ଟିଭି ଦୁନିଆରୁ ବାହାରି ଫିଲ୍ମର ପରଦାରେ ଆସିବାକୁ ଯାଉଛନ୍ତି। ମୁକେଶ ଖାନ୍ନାଙ୍କ ଏହି ଲୋକପ୍ରିୟ ଟିଭି ସିରିଏଲ୍‌ର ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେବ। 'ଶକ୍ତିମାନ' ୯୦ ଦଶକର ଏକ ଲୋକପ୍ରିୟ ସିରିଏଲ ଥିଲା।

Advertisment

ଏହି ସିରିଏଲ୍‌ର ଲୋକପ୍ରିୟତା ଏତେ ଅଧିକ ଥିଲା ଯେ ଏହି କାରଣରୁ ବର୍ତ୍ତମାନ ଏହା ପ୍ରଶଂସକଙ୍କ ମଧ୍ୟରେ ଆଗାମୀ ଫିଲ୍ମକୁ ନେଇ ଉତ୍ସାହ ବଢିଯାଇଛି। ଏହି ସିରିଏଲ୍‌ରେ ମୁକେଶ ଖାନ୍ନା, ବୈଷ୍ଣବୀ ମହନ୍ତ ଏବଂ ସୁରେନ୍ଦ୍ର ପାଲଙ୍କ ଭଳି ଅଭିନେତାମାନେ ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଏହାକୁ ନେଇ ଆସୁଥିବା ଫିଲ୍ମରେ କିଏ ନଜର ଆସିବେ। ତେବେ ଆସନ୍ତୁ ଜାଣିବା ଏହି ସିରିଏଲର ଚରିତ୍ରଗୁଡ଼ିକ ବିଷୟରେ ଜାଣିବା ସହିତ ଫିଲ୍ମ ସମ୍ବନ୍ଧୀୟ କିଛି ସୂଚନା ଉପରେ ନଜର ପକେଇବା।

ଶକ୍ତିମାନ / ଗଙ୍ଗାଧର:

ଏହି ସିରିଏଲରେ ମୁକେଶ ଖାନ୍ନା ଅଲୌକିକ ଶକ୍ତି ଥିବା 'ଶକ୍ତିମାନ'ର ଚରିତ୍ରରେ ନଜର ଆସିଥିଲେ। କିନ୍ତୁ ଶକ୍ତିମାନର ଏକ ସାଧାରଣ ଜୀବନ ମଧ୍ୟ ସିରିଏଲରେ ପ୍ରଦର୍ଶିତ ହୋଇଥିଲା ଏବଂ ଏହି ଚରିତ୍ରର ନାମ ଥିଲା ଗଙ୍ଗାଧର। ଏହି ଉଭୟ ଚରିତ୍ରରେ ମୁକେଶ ଖାନ୍ନା ଅଭିନୟ କରିଥିଲେ।

Advertisment
Mukesh Khanna as Shatkimaanଶକ୍ତିମାନ ଭୂମିକାରେ ମୁକେଶ ଖାନ୍ନା

ଯଦି ଫିଲ୍ମ କଥା ଦେଖାଯାଏ ତେବେ ରଣବୀର ସିଂହ ଏହି ଏହି ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବେ। ଅନେକ ରିପୋର୍ଟରେ କୁହାଯାଇଛି ଯେ ରଣବୀର ସିଂ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିପାରିବେ। କିନ୍ତୁ ନିର୍ମାତାମାନଙ୍କଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନିଶ୍ଚିତ କରାଯାଇ ନାହିଁ।

ଗୀତା ବିଶ୍ୱାସ:

'ଶକ୍ତିମାନ'ରେ ଗୀତା ବିଶ୍ୱାସର ଚରିତ୍ରରେ ଅଭିନେତ୍ରୀ ବୈଷ୍ଣବୀ ମହନ୍ତ ଅଭିନୟ କରିଥିଲେ ଏବଂ ତାଙ୍କୁ ଏହି ଚରିତ୍ରରେ ଦର୍ଶକମାନେ ଭଲ ଭାବରେ ଗ୍ରହଣ କରିଥିଲେ। ତାଙ୍କ ସରଳତା ପ୍ରଶଂସକଙ୍କ ହୃଦୟ ଜିତିଥିଲା। ବିଶେଷ କରି ସିରିଏଲରେ ଗୀତା ବିଶ୍ୱାସ ଏବଂ ଗଙ୍ଗାଧରଙ୍କ ମଧ୍ୟରେ କିଛିଟା କେମିଷ୍ଟ୍ରୀ ଦେଖାଯାଇଥିଲା। ଏଭଳି ପରିସ୍ଥିତିରେ ଏହି ଚରିତ୍ରଟି ଫିଲ୍ମରେ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।

Advertisment
Vaishnavi Mahant as Geeta Biswasଗୀତା ବିଶ୍ୱାସ ଭୂମିକାରେ ବୈଷ୍ଣବୀ ମହନ୍ତ

ଖବର ଅନୁଯାୟୀ, ସେହି ଅଭିନେତ୍ରୀଙ୍କୁ ରଣବୀର ସିଂଙ୍କ ବିପକ୍ଷରେ କାଷ୍ଟ୍‌ କରାଯିବ ଯାହାଙ୍କ ଯୋଡି ରଣବୀରଙ୍କ ସହ ଜମିବ। ତେବେ ଏହି ଚରିତ୍ର ପାଇଁ ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସୁଛି। ଦୀପିକା ଓ ରଣବୀର ରାମ ଲୀଲା, ବାଜିରାଓ ମସ୍ତାନୀ, ପଦ୍ମାବତ ଭଳି ଅନେକ ବଡ ଫିଲ୍ମରେ ଏକାଠି କାମ କରିଛନ୍ତି। ତେବେ, ଗୀତା ବିଶ୍ୱାସ ଚରିତ୍ରକୁ କିଏ କରିବା ଏହା ଜାଣିବା ପାଇଁ ଦର୍ଶକଙ୍କୁ ଅପେକ୍ଷା କରିବାକୁ ପଡିବ।

ଶକ୍ତିମାନଙ୍କ ଗୁରୁ:

Tom Alter as Shaktimaan Guruଶକ୍ତିମାନଙ୍କ ଗୁରୁ ଭୂମିମାରେ ଟମ୍ ଆଲ୍ଟର

ଏହି ସିରିଏଲରେ ଶକ୍ତିମାନଙ୍କ ଗୁରୁ ଭୂମିକାରେ ଟମ୍ ଆଲ୍ଟରଙ୍କ ଅଭିନୟ ବେଶ ଦମଦାର ଥିଲା। ସିଏ ଆଉ ଏ ଦୁନିଆରେ ନାହାଁନ୍ତି। ଚର୍ମ କର୍କଟ ହେତୁ ୨୦୧୭ରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଏହି ସିରିଏଲରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ ଫିଲ୍ମରେ ଏହି ଚରିତ୍ରକୁ କିଏ ନିଭେଇବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ତମରାମ କିଲ୍‌ୱିଶ୍:

Surendra Pal as Tamraj Kilvisତମରାଜ କିଲ୍‌ୱିଶ୍‌ ଭୂମିକାରେ ସୁରେନ୍ଦ୍ର ପାଲ

ଏହି ସିରିଏଲ୍‌ରେ ତମରାଜ କିଲ୍‌ୱିଶ୍ ଶକ୍ତିମାନର ସବୁଠାରୁ ବଡ ଶତ୍ରୁ ଥିଲା ଏବଂ ଏହି ଚରିତ୍ରରେ ସୁରେନ୍ଦ୍ର ପାଲ ଅଭିନୟ କରିଥିଲେ। ସେ ଯେତିକି ଶକ୍ତିଶାଳୀ ଥିଲେ, ସେତିକି ଭୟଙ୍କର ମଧ୍ୟ ଥିଲେ। ତମରାଜଙ୍କ ଉଦ୍ଦେଶ୍ୟ କେବଳ ଶକ୍ତିମାନଙ୍କୁ ହତ୍ୟା କରିବା ଥିଲା। ସେ ଦୁନିଆରେ ଅନ୍ଧକାର ପ୍ରତିଷ୍ଠା କରିବାକୁ ଚାହୁଁଥିଲା। ସେଥିପାଇଁ ଏହି ସିରିଏଲ୍‌ରେ ତାଙ୍କର ଦମଦାର ସଂଳାପ ଥିଲା 'ଅନ୍ଧେରା କାୟମ ରହେ'। ଫିଲ୍ମରେ ଏହି ଚରିତ୍ର କିଏ କରିବେ ତାହା ତ ସ୍ପଷ୍ଟ ହୋଇନି, କିନ୍ତୁ ଯିଏ ବି କରିବେ ତାହା ନିଶ୍ଚିତ ଜବରଦସ୍ତ ହେବ।

ଡକ୍ଟର ଜୈକାଲ୍:

Lalit Parimu as Dr Jaickalଡକ୍ଟର ଜୈକାଲ୍ ଭୂମିକାରେ ଲଲିତ ପରୀମୁ

ଏହି ସିରିଏଲରେ ଶକ୍ତିମାନର ଅନ୍ୟତମ ଶତ୍ରୁ ଥିଲା ଡକ୍ଟର ଜୈକାଲ୍। ସେ ମଧ୍ୟ ଶକ୍ତିମାନକୁ ଅନେକ ଥର ମାରିବା ପାଇଁ ଚେଷ୍ଟା କରିଥିଲା। ଯେପରି ଶକ୍ତିମାନ ପାଖାରେ ଶକ୍ତି ଥିଲା, ସେହିପରି ଡକ୍ଟର ଜୈକାଲ୍ ପାଖରେ ତୀକ୍ଷ୍ଣ ବୁଦ୍ଧି ଥିଲା। ସେ କେବଳ ତମରାମ କିଲ୍‌ୱିଶ୍ ପାଇଁ କାମ କରୁଥିଲା। ଏହି ଚରିତ୍ରରେ ଲଲିତ ପରୀମୁ ଅଭିନୟ କରିଥିଲେ।

Bollywood Shaktimaan Shaktimaan Film
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ