Advertisment

ଶାହାରୁଖ ଖାନ୍‌ଙ୍କ ଫିଲ୍ମ 'ପଠାନ' ରିଲିଜ୍ ପୂର୍ବରୁ ସିକ୍ୱେଲ୍‌କୁ ନେଇ ଚର୍ଚ୍ଚା

ଶାହାରୁଖ ଖାନ୍‌ଙ୍କ ଫିଲ୍ମ 'ପଠାନ'କୁ ନେଇ ଦର୍ଶକ ମହଲରେ ଉତ୍ସାହର ସୀମା ନାହିଁ। ଏହାରି ଭିତରେ ଏହାର ସିକ୍ୱେଲ୍‌ର ଚର୍ଚ୍ଚା ସେମାନଙ୍କ ଉତ୍ସାହକୁ ଦୁଇଗୁଣିତ କରିଦେଇଛି। ସିକ୍ୱେଲ୍ କିଛି ଭିନ୍ନ ହେବାକୁ ସୂଚନା ଆସିଛି। ଜାଣନ୍ତୁ କ’ଣ ରହିଛି ଏହି ଭିନ୍ନତା।

ଅଦ୍ୟତନ ହୋଇଛି
Shahrukh Khan, Pathan

Shahrukh Khan, Pathan

Advertisment

ବଲିଉଡର କିଙ୍ଗ ଶାହାରୁଖ ଖାନ ଦୀର୍ଘ ୪ ବର୍ଷ ପରେ ଲିଡ୍ ଭୂମିକା ନେଇ ଫେରୁଛନ୍ତି। ସେ ଫିଲ୍ମ 'ପଠାନ' ମାଧ୍ୟମରେ ପରଦାରେ ହଇଚଇ ଖେଳେଇବାକୁ ଯାଉଛନ୍ତି। ଏନେଇ ଶାହାରୁଖଙ୍କ ପ୍ରଶଂସକଙ୍କ ଖୁସି କହିଲେ ନ ସରେ। କେବଳ ଏତିକି ନୁହେଁ, ମିଡିଆ ରିପୋର୍ଟ ଅନୁଯାୟୀ ନିର୍ମାତା 'ପଠାନ'ର ରିଲିଜ୍ ପୂର୍ବରୁ ମଧ୍ୟ ଏକ ସିକ୍ୱେଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମିତିରେ ତ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ଉତ୍ସାହିତ ଥିବା ବେଳେ ଏହାର ସିକ୍ୱେଲର ଚର୍ଚ୍ଚା ପ୍ରଶଂସକଙ୍କ ଏହି ଉତ୍ସାହକୁ ଦୁଇଗୁଣ କରିଦେଇଛି।

Advertisment

ଅନ୍ୟପକ୍ଷରେ ସଲମାନଙ୍କ 'ଟାଇଗର'ରେ ଶାହାରୁଖଙ୍କୁ ମଧ୍ୟ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ସମୟକ୍ରମେ ଏହିପରି ଅଧିକ ଧମାକା ଆଗକୁ ଦେଖିବାକୁ ମିଳିବ।

ଶାହାରୁଖଙ୍କ ଅଭିନୟରେ ସଜ୍ଜିତ ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି। ଶାହାରୁଖ ତାଙ୍କ ଫିଲ୍ମ 'ପଠାନ'ରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ସବୁଠାରୁ ବିଶେଷ କଥା ହେଉଛି ଏହା ହେଉଛି ‘ୟଶ୍ ରାଜ ଫିଲ୍ମସ୍’ର ସ୍ପା‌ଈ-ୟୁନିଭର୍ସ ଚଳଚ୍ଚିତ୍ର ଯେଉଁଥିରେ ପୂର୍ବରୁ ସଲମାନ ଖାନ ଦୁଇଥର 'ଟାଇଗର' ଚରିତ୍ରରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହା ମଧ୍ୟ ଏକ ବଡ଼ କାରଣ ଯେ ପ୍ରଶଂସକଙ୍କ ଉତ୍ସାହ ପୂର୍ବ ଅପେକ୍ଷା ଆହୁରି ବୃଦ୍ଧି ପାଇଛି।

Advertisment

ପୂର୍ବରୁ ମଧ୍ୟ ଏମିତି ଖବର ଆସିଛି ଯେ ‘ୟଶ ରାଜ ଫିଲ୍ମସ୍’ ନିଜର ସ୍ପା‌ଈ-ୟୁନିଭର୍ସକୁ ବୃଦ୍ଧି କରିବାକୁ ଯୋଜନା କରୁଛି। 'ଟାଇଗର ୩' ଏବଂ 'ପଠାନ' ବ୍ୟତୀତ ସେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଏରିଆଲ ଆକ୍ସନ ଫିଲ୍ମ 'ଫାଇଟର୍'କୁ ସ୍ପା‌ଈ-ୟୁନିଭର୍ସରେ ମଧ୍ୟ ସାମିଲ କରିଛନ୍ତି। ଅନ୍ୟପକ୍ଷରେ, କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ହ୍ରିତିକ ଏବଂ ଟାଇଗର୍‌ ଶ୍ରଫଙ୍କ ବ୍ଲକବଷ୍ଟର ଫିଲ୍ମ 'ୱାର୍' ମଧ୍ୟ ଏହି ଫିଲ୍ମ ସହ ସାମିଲ ହେବ।

ଏକ ରିପୋର୍ଟ ଅନୁଯାୟୀ ନିର୍ମାତା 'ପଠାନ'ର ସିକ୍ୱେଲ୍‌ ଆଣିବା ନେଇ ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ, ପ୍ରଥମ ଫିଲ୍ମ ତୁଳନାରେ ଅନେକ ନୂଆ ଚରିତ୍ର ଏହାର ସିକ୍ୱେଲ୍‌ରେ ସାମିଲ୍ ହେବେ। ଏକ ସୂତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଫିଲ୍ମ ଉପରେ କାମ ଆରମ୍ଭ ହୋଇଯାଇଛି ଏବଂ 'ପଠାନ'ର ଟିମ୍ ସିକ୍ୱେଲ ଲେଖିବା ଉପରେ କାମ ଆରମ୍ଭ କରିଦେଇଛି। ସଲମାନ ଖାନଙ୍କ 'ଟାଇଗର୍‌' ସିରିଜ୍‌ର କାହାଣୀ ଯେପରି ଅନ୍ୟ ଦେଶରେ ପହଞ୍ଚିଥାଏ, ସେହିଭଳି 'ପଠାନ' ସିକ୍ୱେଲ୍‌ଗୁଡିକର କାହାଣୀ ଅନ୍ୟ ଦେଶରେ ମଧ୍ୟ ପହଞ୍ଚିପାରିବ।

Advertisment

ଯଦି ଆମେ ଶାହାରୁଖଙ୍କ ଫିଲ୍ମ 'ପଠାନ'ର ଷ୍ଟାର୍‌କାଷ୍ଟ ବିଷୟରେ କଥା ହେବା, ତେବେ ଦୀପିକା ପାଦୁକୋନ ଏଥିରେ ଶାହାରୁଖ ଖାନଙ୍କ ବିପକ୍ଷରେ ନଜର ଆସିବେ। ଏଥିସହ ଜନ୍ ଆବ୍ରାହମ୍ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଶାହାରୁଖଙ୍କ 'ପଠାନ ୨'ରେ କେଉଁ ନୂଆ ଚରିତ୍ର ପ୍ରବେଶ କରିବାକୁ ଯାଉଛି ତାହା ଦେଖିବା ଅତ୍ୟନ୍ତ ମଜାଦାର ହେବ।

Shah Rukh Khan Bollywood Pathan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ