Shahrukh Khan gave funny reply one fan’s question on jawan girls gang
ଶାହରୁଖ ଖାନଙ୍କ ଫିଲ୍ମ ‘ଜବାନ’ ବକ୍ସ ଅଫିସରେ ହଙ୍ଗାମା ସୃଷ୍ଟି କରୁଛି। ସେପ୍ଟେମ୍ବରର ହିଟ୍ ଚଳଚ୍ଚିତ୍ର ‘ଜବାନ’ ରିଲିଜ୍ ହେବାର ପ୍ରଥମ ଦିନରୁ ଜବରଦସ୍ତ ରୋଜଗାର କରୁଛି। ଏହି ଫିଲ୍ମ ତିନି ଦିନରେ ୩୦୦କୋଟି ଟଙ୍କା ପରେ ରୋଜଗାର କରିସାରିଲାଣି। ବିଶ୍ୱବ୍ୟାପୀ ହେଉ କି ଘରୋଇ ରୋଜଗାର ବା ବିଦେଶ କ୍ଷେତ୍ରରେ ଚଳଚ୍ଚିତ୍ରଟି ପ୍ରତ୍ୟେକ ସ୍ତରରେ ଭଲ ପ୍ରଦର୍ଶନ କରୁଛି। ସମାଲୋଚକମାନେ ଏହି ଫିଲ୍ମକୁ ଭଲ ରେଟିଂ ମଧ୍ୟ ଦେଉଛନ୍ତି। ଏହି ସମୟରେ ଜଣେ ପ୍ରଶଂସକ ଶାହରୁଖ ଖାନଙ୍କୁ ‘ଜବାନ’ର ବିଷୟରେ ଏକ ପ୍ରଶ୍ନ ପଚାରିଛନ୍ତି, ଯାହାକୁ କିଙ୍ଗ ଖାନ ଏକ ମଜାଳିଆ ଉତ୍ତର ଦେଇଛନ୍ତି।
ନିଜ ଫିଲ୍ମକୁ ମିଳୁଥିବା ଏତେ ଭଲ ପାଇବା ନେଇ ଶାହାରୁଖ ଖାନ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବା ପାଇଁ ସମୟ ବାହାର କରିଛନ୍ତି। ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଜାଦାର ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସ (ଟ୍ୱିଟର) ରେ ପୋଷ୍ଟ୍ କରିବା ସମୟରେ ଜଣେ ପ୍ରଶଂସକ ଲେଖିଥିଲେ - ଫିଲ୍ମରେ ଏତେସାରା ଝିଅ କାହିଁକି ଅଛନ୍ତି ସାର୍? ଏହା ଉପରେ ଶାହରୁଖ ଖାନ ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।
ଏହାର ଉତ୍ତରରେ ଶାହରୁଖ ଲେଖିଛନ୍ତି, “ଏସବୁକୁ କାହିଁକି ଗଣୁଛ... ମୋ ଲୁକ୍ସକୁ ଗଣ ନା !!! ତୁମ ହୃଦୟରେ ପ୍ରେମ ଏବଂ ସମ୍ମାନ ରଖ ଏବଂ ମା’ ଆଉ ଝିଅମାନଙ୍କୁ ସମ୍ମାନ କର... ଏବଂ ଆଗକୁ ବଢ!”
ପ୍ରକାଶଥାଉ ଯେ ‘ଜବାନ’ରେ ଝିଅମାନଙ୍କର ଏକ ଗ୍ୟାଙ୍ଗ ଦେଖାଯାଇଛି। ଏଥିରେ ନୟନତାରା, ରିଦ୍ଧି ଡୋଗ୍ରା, ପ୍ରିୟାମଣି, ସାନ୍ୟା ମଲହୋତ୍ରା, ଲହର ଖାନ ଏବଂ ସଞ୍ଜିତା ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅଛନ୍ତି। ଦୀପିକା ପାଦୁକୋନଙ୍କ ଏକ କେମିୟୋ ମଧ୍ୟ ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694347255.jpg)