Advertisment

ବାପା, ମତେ ଜେଲ୍‌ର ଖାଇବା ଭଲ ଲାଗୁନି : ଆର୍ୟନ୍

ଶାହରୁଖ ଖାନଙ୍କ ପରିବାରକୁ ଆଜିକାଲି ମାନସିକ ଚିନ୍ତାରେ ଜୀବନ କାଟିବାକୁ ପଡୁଛି। କାହିଁକି ବା ଚିନ୍ତାରେ ନ ରହିବେ, ଯେତେବେଳେ ମନ୍ନତର ରାଜକୁମାର ଜେଲରେ ଦିନ କାଟୁଛନ୍ତି ସେତେବେଳେ କୋଉ ବାପା-ମା ଶାନ୍ତିରେ ବା ରହିପାରିବେ। ଡ୍ରଗ୍ସ ମାମଲାରେ ଆଜିକୁ ୧୪ ଦିନ ହେବ ଆର୍ୟନ୍ ଖାନ ଜେଲ୍‌ର ଚାରିକାନ୍ଥ ଭିତରେ ଅଛନ୍ତି। ଜେଲରେ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଛି, ସେ ନିଜକୁ ଖାପଖୁଆଇ ପାରୁ ନାହାନ୍ତି। ଆଜି ଅର୍ଥାତ ଗୁରୁବାର ସକାଳେ ଶାହରୁଖ ଖାନ ଆର୍ଥର ରୋଡ୍ ଜେଲ୍ ଯାଇ ତାଙ୍କ ପୁଅକୁ ଭେଟି ତାଙ୍କୁ ସାହସ ଦେଇଛନ୍ତି।

Shahrukh Khan asked home food for son

Shahrukh Khan asked home food for son

Advertisment

ନୂଆଦିଲ୍ଲୀ : ଶାହରୁଖ ଖାନଙ୍କ ପରିବାରକୁ ଆଜିକାଲି ମାନସିକ ଚିନ୍ତାରେ ଜୀବନ କାଟିବାକୁ ପଡୁଛି। କାହିଁକି ବା ଚିନ୍ତାରେ ନ ରହିବେ, ଯେତେବେଳେ ମନ୍ନତର ରାଜକୁମାର ଜେଲରେ ଦିନ କାଟୁଛନ୍ତି ସେତେବେଳେ କୋଉ ବାପା-ମା ଶାନ୍ତିରେ ବା ରହିପାରିବେ। ଡ୍ରଗ୍ସ ମାମଲାରେ ଆଜିକୁ ୧୪ ଦିନ ହେବ ଆର୍ୟନ୍ ଖାନ ଜେଲ୍‌ର ଚାରିକାନ୍ଥ ଭିତରେ ଅଛନ୍ତି। ଜେଲରେ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଛି, ସେ ନିଜକୁ ଖାପଖୁଆଇ ପାରୁ ନାହାନ୍ତି। ଆଜି ଅର୍ଥାତ ଗୁରୁବାର ସକାଳେ ଶାହରୁଖ ଖାନ ଆର୍ଥର ରୋଡ୍ ଜେଲ୍ ଯାଇ ତାଙ୍କ ପୁଅକୁ ଭେଟି ତାଙ୍କୁ ସାହସ ଦେଇଛନ୍ତି।

Advertisment
Shahrukh Khan asked home food for sonଆର୍ୟନଙ୍କୁ ଭଲ ଲାଗୁନି ଜେଲ୍ ଖାଇବା

ଏହା ପୂର୍ବରୁ ଶାହରୁଖ ଖାନ ଓ ଗୌରୀ ଖାନ ପୁଅ ସହିତ ଭିଡିଓ କନଫରେନ୍ସରେ କଥାବାର୍ତ୍ତା ହୋଇଥିଲେ। ମହାରାଷ୍ଟ୍ରରେ କରୋନା ପ୍ରୋଟୋକଲ୍ ଯୋଗୁଁ ଗାଇଡ୍‌ଲାଇନ୍ ଥିଲା ଯେ କଏଦୀ ପରିବାର ଲୋକଙ୍କ ସହ ସାମ୍ନାସାମ୍ନି ଭେଟ ହୋଇପାରିବ ନାହିଁ। କିନ୍ତୁ ଅକ୍ଟୋବର ୨୧ ବା ଗୁରୁବାର ଏହି ଗାଇଡ୍‌ଲାଇନ୍‌କୁ କୋହଳ କରାଯାଇଛି।

Advertisment

ବର୍ତ୍ତମାନ ଆର୍ଥର୍ ରୋଡ୍ ଜେଲ୍‌ର ନୂଆ ନିୟମ ଅନୁସାରେ ଘରଲୋକେ, ସଂପର୍କୀୟ ଓ ଓକିଲମାନେ ଯାଇ କଏଦୀମାନଙ୍କୁ ଭେଟି ପାରିବେ। ତେବେ ସଂପର୍କୀୟ ଓ ଓକିଲ କଏଦୀଙ୍କୁ ଭେଟିବା ନେଇ ପୂର୍ବରୁ ଜେଲ ଅଧିକାରୀଙ୍କୁ ସୂଚନା ଦେବାକୁ ହେବ। ଏହା ପରେ ଜେଲ ଅଧିକାରୀଙ୍କ ଠାରୁ କଏଦୀଙ୍କୁ ଭେଟିବାର ସମୟ ଜଣେଇ ଦିଆଯିବ।

ତେବେ କଏଦୀଙ୍କୁ ଭେଟିବାକୁ ଆସୁଥିବା ବ୍ୟକ୍ତିଙ୍କୁ ସେମାନଙ୍କର ଆଧାର କାର୍ଡ ଜେଲ୍ ଅଧିକାରୀଙ୍କ ପାଖରେ ପୈଠ କରିବାକୁ ହେବ। ସବିଶେଷ ତଥ୍ୟ ରଖାଯିବ। ସଂପର୍କୀୟ ଓ ଓକିଲଙ୍କୁ ଟୋକନ ମିଳିବ। କଏଦୀଙ୍କୁ ଭେଟିବା ପୂର୍ବରୁ ସେହି ଟୋକନ ଦେଖେଇବାକୁ ପଡିବ। ଏହି ସବୁ ପ୍ରକ୍ରିୟା ସରିବା ପରେ ଯାଇ କଏଦୀଙ୍କୁ ଭେଟିବାର ସୁଯୋଗ ମିଳିବ।

Advertisment
Shahrukh Khan asked home food for sonଆର୍ୟନଙ୍କୁ ଭଲ ଲାଗୁନି ଜେଲ୍ ଖାଇବା

ଜେଲ ସୂଚନା ମୁତାବକ ଆର୍ୟନଙ୍କୁ ଭେଟିବା ସମୟରେ ଶାହରୁଖ ଖାନଙ୍କୁ ସ୍ୱତନ୍ତ୍ର ସେବା ଦିଆଯାଇ ନ ଥିଲା। ସେମାନଙ୍କ ଭେଟ ସମୟରେ ଆର୍ୟନ ଓ ଶାହରୁଖଙ୍କ ମଧ୍ୟରେ ଗ୍ରିଲ୍ ଓ କାଚର ପ୍ରାଚୀର ଥିଲା। କରୋନା କାରଣରୁ ଏଭଳି କରାଯାଇଥିଲା। ତେବେ ଶାହରୁଖ ଓ ଆର୍ୟନଙ୍କ ମଧ୍ୟରେ ଇଣ୍ଟର୍‌କମ୍‌ରେ କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ସେଠାରେ ଦୁଇ ଜଣ ଗାର୍ଡ୍ସ ମଧ୍ୟ ଉପସ୍ଥିତ ଥିଲେ।

ଅନେକ ଦିନ ପରେ ବାପାଙ୍କୁ ଦେଖି କାହାରବା କୋହ ସମ୍ଭାଳିବ। ଆର୍ୟନଙ୍କର ବି ଲୁହ ବୋଲ ମାନି ନ ଥିଲା। ଆଖିରୁ ଥପ୍ ଥପ୍ ଝରିପଡିଥିଲା ଅଶ୍ରୁଧାର। ସେ ଖୁବ ଭାବପ୍ରବଣ ହୋଇଯାଇଥିଲେ। ପୁଅକୁ ଏଭଳି ଅବସ୍ଥାରେ ଦେଖି ବାପାର ହୃଦୟ ବା କିପରି ଥୟ ଧରିଥାନ୍ତା। ଶାହରୁଖଙ୍କ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା। ୧୫ ମିନିଟର ଏହି ମିଳନ ଉଭୟ ଶାହରୁଖ ଓ ଆର୍ୟନଙ୍କ ପାଇଁ ଥିଲା ଅତ୍ୟନ୍ତ ଭାବପ୍ରବଣ।

ସୂଚନା ମୁତାବକ ଆର୍ୟନ ଖାନ ବାପା ଶାହରୁଖଙ୍କୁ ଜେଲର ଖାଇବା ଭଲ ଲାଗୁନି ବୋଲି କହିଛନ୍ତି। ଏହା ଶୁଣି ଶାହରୁଖ ଚିନ୍ତାରେ ପଡିଯାଇଥିଲେ। ଏନେଇ ସେ ଜେଲ୍ ଅଧିକାରୀଙ୍କୁ ଘରର ଖାଇବା ଆଣି ଦେଇହେବ କି ନାଇଁ ପଚାରିଥିଲେ। ତେବେ ଏନେଇ କୋର୍ଟଙ୍କ ଅନୁମତି ଆଣିବାକୁ ପଡିବ ବୋଲି ଜେଲ ଅଧିକାରୀ ତାଙ୍କୁ କହିଛନ୍ତି।

Shah Rukh Khan Bollywood Drugs Case Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ