Advertisment

ପ୍ରଶଂସକଙ୍କୁ ହସେଇ ହସେଇ ବେଦମ କଲା ଶାହିଦଙ୍କ ଭିଡିଓ

ବଲିଉଡ୍‌ର ଚକୋଲେଟ୍ ବୟ ଶାହିଦ କପୁରଙ୍କ ହାସ୍ୟାତ୍ମକ କଥା ସମସ୍ତଙ୍କୁ ପ୍ରଭାବିତ କରିଥାଏ। ନିକଟରେ ପତ୍ନୀ ଓ ପିଲାଙ୍କୁ ନେଇ ଜଣେ ପ୍ରଶଂସଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନକୁ ନେଇ ଶାହିଦ ଏକ ମଜ୍ଜାଦାର ଉତ୍ତର ଦେଇଛନ୍ତି। ଏହା ସହିତ ପୁନର୍ବାର ଶାହିଦଙ୍କ ଫନୀ ଡ୍ୟାନ୍ସ ଭିଡିଓ ମଧ୍ୟ ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଶେୟାର କରି ଶାହିଦ ନିଜକୁ ଖୁସୀ କରିବାକୁ ଚେଷ୍ଟା କରିଛନ୍ତି।

ଅଦ୍ୟତନ ହୋଇଛି
Shahid Kapoor shares funny dancing video

Shahid Kapoor shares funny dancing video

Advertisment

ନୂଆଦିଲ୍ଲୀ : ବଲିଉଡ୍‌ର ଚକୋଲେଟ୍ ବୟ ଶାହିଦ କପୁରଙ୍କ ହାସ୍ୟାତ୍ମକ କଥା ସମସ୍ତଙ୍କୁ ପ୍ରଭାବିତ କରିଥାଏ। ନିକଟରେ ପତ୍ନୀ ଓ ପିଲାଙ୍କୁ ନେଇ ଜଣେ ପ୍ରଶଂସଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନକୁ ନେଇ ଶାହିଦ ଏକ ମଜ୍ଜାଦାର ଉତ୍ତର ଦେଇଛନ୍ତି। ଏହା ସହିତ ପୁନର୍ବାର ଶାହିଦଙ୍କ ଫନୀ ଡ୍ୟାନ୍ସ ଭିଡିଓ ମଧ୍ୟ ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଶେୟାର କରି ଶାହିଦ ନିଜକୁ ଖୁସୀ କରିବାକୁ ଚେଷ୍ଟା କରିଛନ୍ତି।

Advertisment
Shahid Kapoor shares funny dancing videoପ୍ରଶଂସକଙ୍କୁ ହସେଇ ବେଦମ କଲେ ଶାହିଦ

ଏହି ଭିଡିଓରେ ଶାହିଦ କପୁର ଆଇନା ଆଗରେ ଠିଆ ହୋଇ ସେଲ୍ଫି ନେବାର ନଜର ଆସିଛନ୍ତି। ସେ ଅଣ୍ଟା ହଲେଇ ନାଚୁଥିବା ଦେଖାଯାଉଛନ୍ତି। ଶାହିଦଙ୍କ ଏହି ଭିଡିଓ ଦେଖିଲେ ଜଣାଯାଏ ଯେ ସେ ଖୁବ୍ ଖୁସିରେ ଅଛନ୍ତି। ପୂର୍ବରୁ ଶାହିଦ ମଧ୍ୟ ଅନେକ ମଜ୍ଜାଳିଆ ଭିଡିଓ ଶେୟାର କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ସେ ଫେସ୍ ଫିଲ୍‌ଟର୍ ବ୍ୟବହାର କରି ନିଜର ଭିଡିଓ ଶେୟାର୍ କରିଥିଲେ। ଏହିସବୁ ଭିଡିଓ ଲୋକଙ୍କୁ ବହୁତ ହସେଇବାର ଖୋରାକ ଯୋଗାଇଛି।

Advertisment

ନିକଟରେ ଶାହିଦ ଏକ ପ୍ରଶ୍ନ-ଉତ୍ତର ସେଶନ ରଖିଥିଲେ। ଏହି ସେଶନରେ ସେ ତାଙ୍କ ପ୍ରଶଂସକମାନଙ୍କ ସହିତ କଥା ହେବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏଥିରେ ଜଣେ ପ୍ରଶଂସକ ଶାହିଦଙ୍କୁ ପଚାରିଥିଲେ ଯେ ଘରେ ପିଲାଙ୍କୁ ସମ୍ଭାଳିବା ବେଶି କଷ୍ଟ ନା ପତ୍ନୀଙ୍କୁ? ଏହି ପ୍ରଶ୍ନର ଉତ୍ତର ଦେଇ ଶାହିଦ କହିଥିଲେ ଯେ ଲାଗୁଛି ତମର ବୋଧେ ବିବାହ ହୋଇନି। ଶାହିଦଙ୍କ ଏଭଳି ଉତ୍ତର ଦେଖି ପ୍ରଶଂସକମାନେ ସେମାନଙ୍କ ହସକୁ ରୋକିପାରି ନ ଥିଲେ।

Advertisment

ଏହି ସେଶନରେ ଶାହିଦ ନିଜ ପସନ୍ଦର ଚରିତ୍ରମାନଙ୍କ ବିଷୟରେ ମଧ୍ୟ କହିଥିଲେ। ଜଣେ ବ୍ୟକ୍ତି ପଚାରିଥିଲେ ଯେ କବୀର ସିଂହ କିମ୍ବା ଜବ୍ ୱି ମେଟ୍, ଏଥିରୁ କେଉଁ ଫିଲ୍ମର ଚରିତ୍ର ପସନ୍ଦ? ଏହି ପ୍ରଶ୍ନର ଉତ୍ତରରେ ଶାହିଦ କବୀର ସିଂହର ଚରିତ୍ରକୁ ପସନ୍ଦ କରିଥିଲେ।

ପ୍ରକାଶଥାଉ ଯେ ଶାହିଦ କପୁରଙ୍କ ଫିଲ୍ମ ‘ଜର୍ସୀ’ ଖୁବ୍ ଦିନ ଧରି ଚର୍ଚ୍ଚାରେ ରହିଛି। କ୍ରିକେଟକୁ ନେଇ ନିର୍ମିତ ଏହି ଫିଲ୍ମରେ ଶାହିଦ ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ। ଏହା ସାଉଥ୍ ମୁଭି ‘ଜର୍ସୀ’ର ହିନ୍ଦି ରିମେକ୍।

Bollywood Shahid Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ