Advertisment

ଆସୁଛି ‘ଦେବା’: ଶାହିଦ କପୁରଙ୍କ ଫାଷ୍ଟ୍ ଲୁକ୍ ଜବରଦସ୍ତ

ବର୍ତ୍ତମାନ ଶାହିଦ କପୁର ପୁଣି ଥରେ ପ୍ରେକ୍ଷାଳୟରେ ହଙ୍ଗାମା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶାହିଦ କପୁର ଆଜି ବା ଦଶହରା ଦିନ ତାଙ୍କ ଚଳଚ୍ଚିତ୍ର 'ଦେବା'ର ପ୍ରଥମ ପୋଷ୍ଟର୍‌ ରିଲିଜ୍ କରିଛନ୍ତି। ମଧ୍ୟ ଏହି ଲୁକ୍‌କୁ ଖୁବ ପ୍ରଶଂସା କରିଛନ୍ତି।

shahid kapoor announces deva with 1st look

shahid kapoor announces deva with 1st look

Advertisment

ଶାହିଦ କପୁର ୨୦୧୯ରେ ଫିଲ୍ମ 'କବୀର ସିଂହ' ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲେ। ଏହି ଫିଲ୍ମ ସାରା ବିଶ୍ୱରେ ୩୭୩ କୋଟି ଟଙ୍କା ରୋଜଗାର କରି ଇତିହାସ ସୃଷ୍ଟି କରିଥିଲା। ‍ସେତେବେଳେ ‘କବିର ସିଂହ’ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଥିଲ।

Advertisment

ଏହି ଚଳଚ୍ଚିତ୍ର ପରଠାରୁ ଶାହିଦ କପୁରଙ୍କ ବକ୍ସ ଅଫିସ୍ ମ୍ୟାଜିକ୍ ଅଦୃଶ୍ୟ ହୋଇଯାଇଛି। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଜର୍ସି' ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହା ପରେ ଶାହିଦ କପୁର ମଧ୍ୟ ତାଙ୍କର OTT ଡେବ୍ୟୁ କରିଥିଲେ ଏବଂ 'ବ୍ଲଡୀ ଡେଡୀ' ନାମକ ସିରିଜ୍‌ରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ଶାହିଦ କପୁର ୨୦୨୪ରେ ପୁଣି ଥରେ ପ୍ରେକ୍ଷାଳୟରେ ହଙ୍ଗାମା କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଶାହିଦ କପୁର ଆଜି ବା ଦଶହରା ଦିନ ତାଙ୍କ ଚଳଚ୍ଚିତ୍ର 'ଦେବା'ର ପ୍ରଥମ ପୋଷ୍ଟର୍‌ ରିଲିଜ୍ କରିଛନ୍ତି। ଦମଦାର ବଡି, ହାତରେ ବନ୍ଧୁକ ଏବଂ ଆଖିରେ କ୍ରୋଧ ସହିତ ଶାହିଦ କପୁରଙ୍କ ଏହି ଲୁକ୍ ଜବରଦସ୍ତ ହୋଇଛି। ସହିଦ କପୁରଙ୍କ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ମସିହା ଦଶହରା ଦିନ ମୁକ୍ତିଲାଭ କରିବାର ଯୋଜନା ରହିଛି।

Advertisment

ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମଧ୍ୟ ଖୁବ ଦମଦାର ଲାଗୁଛି। ପ୍ରଶଂସକମାନେ ମଧ୍ୟ ଏହି ଲୁକ୍‌କୁ ଖୁବ ପ୍ରଶଂସା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଶାହିଦ କପୁର ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିବେ। ଶାହିଦଙ୍କ ହାତରେ ଧରିଥିବା ବନ୍ଧୁକରୁ ଆକ୍ସନ ଝଲକ ମଧ୍ୟ ଅନୁମାନ କରାଯାଇପାରେ। ଶାହିଦ କପୁରଙ୍କ ଏହି ଫିଲ୍ମକୁ ରୋଶନ ଆଣ୍ଡ୍ରିୟୁ ନିର୍ଦ୍ଦେଶନା ଦେଉଛନ୍ତି।

Advertisment

ଏହି ଚଳଚ୍ଚିତ୍ରଟି GStudio ଦ୍ୱାରା ପ୍ରସ୍ତୁତ ହେଉଛି। ଏଥିରେ ଶାହିଦ ଜଣେ ଶକ୍ତିଶାଳୀ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରି ଗୁଣ୍ଡାମାନଙ୍କୁ ମାଡ ମାରୁଥିବାର ନଜର ଆସିବେ। ନିର୍ଦ୍ଦେଶକ ରାକେଶ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌କୁ ନେଇ କହିଛନ୍ତି, “ମୁଁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବାରୁ ନିଜକୁ ଭାଗ୍ୟବାନ ମନେକରେ। ଏହି କାହାଣୀକୁ ପରଦାରେ ଚିତ୍ରଣ କରିବାକୁ ମୁଁ ବହୁତ ଉତ୍ସାହିତ। ଶାହିଦ କପୁରଙ୍କ ଟିମ୍ ସହିତ କାମ କରି ବହୁତ ଖୁସି ଏବଂ ଉତ୍ସାହିତ। ଫିଲ୍ମ ‘ଦେବା’ ମାଧ୍ୟମରେ ଦର୍ଶକଙ୍କୁ ଏକ ନୂଆ ସିନେମାଟିକ୍ ଅନୁଭୂତି ଦେବାକୁ ମୁଁ ବହୁତ ଉତ୍ସାହିତ।”

ଶାହିଦ କପୁର ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ୍ ମଧ୍ୟ ରିଲିଜ୍ କରିଛନ୍ତି। ଏହି ଫଟୋ ପୋଷ୍ଟ୍‌ କରି ଶାହିଦ କପୁର ଲେଖିଛନ୍ତି, “ଏହି ଚଳଚ୍ଚିତ୍ର ୧୧ ଅକ୍ଟୋବର ୨୦୨୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।” ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି।

Bollywood Shahid Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ