Advertisment

ଶାହାରୁଖ ଖାନ ନୁହେଁ, ମିଳୁଛି ସେଲିବ୍ରେଟିର ସମ୍ମାନ

ଅବିକଳ ଶାହରୁଖ୍‌ଙ୍କ ଭଳି ଦେଖାଯାଉଥିବା ଇବ୍ରାହିମଙ୍କ ଇଚ୍ଛା ହେଉଛି ଦିନେ ସେ ଶାହାରୁଖ ଖାନଙ୍କୁ ଭେଟିବେ। ସେ ଆଶା କରନ୍ତି ଯେ ଦିନେ ନା ଦିନେ ତାଙ୍କର ଏହି ଇଛା ପୂରଣ ହେବ।

Shah Rukh Khans doppelgangeri Ebrahim Qadri

Shah Rukh Khans doppelgangeri Ebrahim Qadri

Advertisment

ବଲିଉଡ୍‌ ସେଲିବ୍ରେଟିଙ୍କ ଅନେକ ଡୁପ୍ଲୁକେଟ୍ ଦେଖାଯାଆନ୍ତି। କେହି କିଛି କିଛି ମିଶନ୍ତି ତ ପୁଣି କାହାକୁ ଦେଖିଲେ କେବେ ବି କହି ହେବନି ଏ ଡୁପ୍ଲୁକେଟ୍ ବୋଲି। ସେମିତି ଜଣେ ହେଲେ ଇବ୍ରାହିମ କାଦ୍ରି। ତାଙ୍କୁ ଦେଖିଲେ ଆପଣ ନିଶ୍ଚିତ ଭ୍ରମରେ ପଡିବେ ଆଉ ଶାହାରୁଖ ଖାନ ଭାବି ତାଙ୍କ ଅଟୋଗ୍ରାଫ ମଧ୍ୟ ନେବେ।

Advertisment

ଅବିକଳ ଶାହରୁଖ୍‌ଙ୍କ ଭଳି ଦେଖାଯାଉଥିବା ଇବ୍ରାହିମଙ୍କ ଇଚ୍ଛା ହେଉଛି ଦିନେ ସେ ଶାହାରୁଖ ଖାନଙ୍କୁ ଭେଟିବେ। ସେ ଆଶା କରନ୍ତି ଯେ ଦିନେ ନା ଦିନେ ତାଙ୍କର ଏହି ଇଛା ପୂରଣ ହେବ। ଇବ୍ରାହିମ କହିଛନ୍ତି ଯେ ସେ ଯେତେବେଳେ କିଶୋର ଅବସ୍ଥାରେ ଥିଲେ ତାଙ୍କ ପରିବାର ଓ ସାଙ୍ଗମାନେ କହିବା ଆରମ୍ଭ କରିଥିଲେ ଯେ ସେ ଶାହରୁଖ ଖାନଙ୍କ ପରି ଦେଖାଯାଉଛନ୍ତି।

ସେ ଆହୁରି କହିଛନ୍ତି ଯେ ମୋର ପିତାମାତା ଗର୍ବିତ ଥିଲେ ଯେ ସେମାନେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ ଯିଏ ଦେଶର ସୁପର୍‌ଷ୍ଟାରଙ୍କ ଭଳି ଦେଖାଯାଉଛି। କିନ୍ତୁ ସେତେବେଳେ ମୁଁ ଏ କଥା ପ୍ରତି ଧ୍ୟାନ ଦେଉ ନ ଥିଲି, କିନ୍ତୁ ଯେତେବେଳେ ମୁଁ ବଡ ହେଲି, ମୁଁ ଠିକ୍ ଶାହାରୁଖ ପରି ଦେଖାଯିବାକୁ ଲାଗିଲି। ଶାହାରୁଖ ଖାନଙ୍କ ପ୍ରଶଂସକଙ୍କ ପରି ତାଙ୍କୁ ମଧ୍ୟ ବହୁତ ପ୍ରେମ ମିଳୁଥିଲା। ସେ ଏକ ପୋଷ୍ଟରେ ଏ କଥାକୁ ଶେୟାର କରି କହିଛନ୍ତି ଯେ “ଶାହାରୁଖଙ୍କ ଫିଲ୍ମ ‘ରଏ’ ସମୟରେ ଲୋକମାନେ ଆସି ମୋ ସହ ସେଲ୍‌ଫି ନେଇଥିଲେ, ଭାବିଥିଲେ ଯେ ଫିଲ୍ମର ପ୍ରିମିୟରରେ ପ୍ରକୃତ ଶାହରୁଖ ଆସିଛନ୍ତି।”

Advertisment

ଆଉ ଏକ ଘଟଣା ସେ କହିଛନ୍ତି ଯେ ସେ ଏକ ଷ୍ଟାଡିୟମ୍‌କୁ ସେ କେକେଆର ଅର୍ଥାତ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜୁରାଟ ଲାୟନ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ତା’ପରେ ତାଙ୍କୁ ପ୍ରଶଂସକମାନେ ଘେରି ଯାଇଥିଲେ ଏବଂ ଜଣେ ପୋଲିସ କର୍ମଚାରୀ ତାଙ୍କୁ ସେଲ୍‌ଫି ମାଗିଥିଲେ।

ସେହିପରି ତୃତୀୟ ଘଟଣା ହେଲା ଯେତେବେଳେ ସେ ଗୁଜରାଟ ଲାୟନ୍ସ ଓ କେକେଆରର ଖେଳ ଦେଖୁଥିଲେ ସମସ୍ତେ ନିଜ ନିଜ କ୍ୟାମେରା ବାହାର କରି ତାଙ୍କ ଆଡକୁ ହାତ ହଲାଇଥିଲେ। ଲୋକମାନେ ତାଳି ମାରିଥିଲେ ଏବଂ ଶାହାରୁଖଙ୍କ ଲୋକପ୍ରିୟ ଚଳଚ୍ଚିତ୍ରରୁ କିଛି ଡାଏଲଗ୍ ଉଦ୍ଧାର କରି କହିଥିଲେ।

Advertisment

ଏ ସବୁ ଦୃଶ୍ୟ ଦେଖି ସେ ଉତ୍ସାହିତ ହୋଇପଡିଥିଲେ। ସେ କୁହନ୍ତି ଯେ “ମୁଁ ଦେଖିଲି ଲୋକମାନେ ଶାହାରୁଖଙ୍କୁ କେତେ ଭଲ ପାଆନ୍ତି। ତା’ପରେ ପ୍ରଥମ ଥର ପାଇଁ ମୋତେ ‘ବାଦଶାହ’ ଭଳି ଲାଗିଲା, ଏହା ମୋ ପାଇଁ ଏକ ବିଶେଷ ମୁହୂର୍ତ୍ତ ଥିଲା।”

ଏହା ପରେ ସେ ଅନୁଭବ କଲେ ଯେ ଶାହାରୁଖ ପ୍ରତିଦିନ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେଉଥିବେ। ସେ କୁହନ୍ତି ଯେ “ମୋତେ ଲାଗିଲା ଯେପରି ମୁଁ ଏକ ପଙ୍କକାଦୁଅରେ ଫସି ଯାଇଛି। କେହି ଜଣେ ମୋତେ ଏତେ ଜୋରରେ ଧରି ପକେଇଲେ ଯେ ମୋର ଟି-ସାର୍ଟ ଚିରିଗଲା। ସେଠାରେ ମୋ ସହିତ ଏମିତି କିଛି ଘଟିଲା ​​ଯେ ମୋତେ ସୁରକ୍ଷିତ ଭାବେ ଷ୍ଟାଡିୟମରୁ ବାହାର କରିବା ପାଇଁ ପୋଲିସକୁ ଡାକିବାକୁ ପଡ଼ିଲା। ମୋତେ ରକ୍ଷା କରିବା ପାରେ ପୋଲିସ ବି କହିଲା, “SRK ସାର୍, ଗୋଟେ ସେଲ୍‌ଫି?”

ଶାହରୁଖଙ୍କ ପରି ଦେଖାଯିବା ପାଇଁ ସେ ତାଙ୍କର ଚାଲି, ଠାଣି, କଥା କହିବା ଶୈଳୀ ଓ ଷ୍ଟାଇଲ୍ ସବୁକୁ ମଧ୍ୟ କପି କରିବାକୁ ଲାଗିଲେ। ଏନେଇ ସେ ଶାହରୁଖଙ୍କ ପ୍ରତି ଫିଲ୍ମ ଦେଖନ୍ତି। ଶାହରୁଖ ଖାନ୍‌ଙ୍କ ପରି ଦେଖାଯାଉଥିବାରୁ ସେ ଏହାର ଫାଇଦା ମଧ୍ୟ ଉଠାଉଛନ୍ତି। ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ତାଙ୍କୁ ମଧ୍ୟ ବିଶେଷ ଅତିଥି କରି ଡକାଯାଉଛି।

Shah Rukh Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ