Advertisment

୬ ପ୍ୟାକ୍ ବଡୀ ପାଇଁ କମ୍ ପରିଶ୍ରମ କରି ନାହାନ୍ତି ଶାହରୁଖ ଖାନ

ଶାହରୁଖ ଖାନଙ୍କ ରୂପେଲି ପରଦାକୁ ପ୍ରତ୍ୟାବର୍ତ୍ତନ ବଲିଉଡ୍‌ରେ ହଇଚଇ ଖେଳେଇ ଦେଇଛି। ଦମଦାର ଆକ୍ସନ୍ ଏବଂ ୬ ପ୍ୟାକ୍ ବଡୀରେ ପ୍ରଶଂସକମାନଙ୍କୁ କିଙ୍ଗ ଖାନ ପୁଣିଥରେ ପାଗଳ କରିଦେଇଛନ୍ତି। ଏଭଳି ମସ୍କୁଲାର୍ ବଡୀ ପାଇବା ପାଇଁ ଶାହରୁଖ ଖାନ କଠୋର ପରିଶ୍ରମ କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...

Shah Rukh Khan worked hard to get 6 pack abs

Shah Rukh Khan worked hard to get 6 pack abs

Advertisment

ଦୀର୍ଘ ୪ ବର୍ଷ ପରେ ଶାହରୁଖ ଖାନଙ୍କ ରୂପେଲି ପରଦାକୁ ପ୍ରତ୍ୟାବର୍ତ୍ତନ ବଲିଉଡ୍‌ରେ ହଇଚଇ ଖେଳେଇ ଦେଇଛି। ଦମଦାର ଆକ୍ସନ୍ ଏବଂ ୬ ପ୍ୟାକ୍ ବଡୀରେ ପ୍ରଶଂସକମାନଙ୍କୁ କିଙ୍ଗ ଖାନ ପୁଣିଥରେ ପାଗଳ କରିଦେଇଛନ୍ତି। ଫିଲ୍ମର ବକ୍ସ ଅଫିସ୍ ରୋଜଗାରରୁ ଏହାର ଆକଳନ କରାଯାଇପାରେ।

Advertisment

ବର୍ତ୍ତମାନ ଶାହରୁଖ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳେ ଯେ ନିଜ କିପରି ନିଜ ବଡୀକୁ ତିଆରି କରି କରୁଛନ୍ତି। ଏହାର ଏକ ଝଲକ ଦେଖିବାକୁ ମିଳୁଛି। ଏହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଥିବା ବେଳେ ପାୟାର୍ ଏବଂ ହାର୍ଟ ଇମୋଜି ଶେୟାର୍ କରିବାରେ ଲାଗିଛନ୍ତି।

ସୋସିଆଲ ମିଡିଆରେ ଏହି ଭାଇରାଲ ଭିଡିଓ ଦେଖି ଅନୁମାନ କରାଯାଇପାରେ ଯେ ଏଭଳି ମସ୍କୁଲାର୍ ବଡୀ ପାଇବା ପାଇଁ ଶାହରୁଖ ଖାନ କେତେ ପରିଶ୍ରମ କରିଛନ୍ତି। ଏହି ଭିଡିଓରେ ସେ ଏକ ବଡୀ ଫଟୋସୁଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳେ। ପୁସ୍ଅପ୍ ଠାରୁ ଆରମ୍ଭ କରି ସର୍କିଟ୍‌ ଟ୍ରେନିଂ ପର୍ଯ୍ୟନ୍ତ, ଶାହରୁଖ ସବୁ ପ୍ରକାର ତରିକାକୁ ଆପଣେଇ ନିଜ ୬ ପ୍ୟାକ୍ ବଡୀ ତିଆରି କରୁଥିବା ଦେଖାଯାଉଛନ୍ତି।

Advertisment

ଏହି ଭିଡିଓ ଦେଖି ପ୍ରଶଂସକମାନେ ତାଙ୍କୁ ୫୭ ବର୍ଷର ଯୁବକ ବୋଲି କହୁଛନ୍ତି। କିଙ୍ଗ ଖାନଙ୍କ ଏହି ଭିଡିଓ ଦ୍ୱାରା ପ୍ରଶଂସକମାନେ ଅନୁପ୍ରାଣିତ ହୋଇ ଏବଂ ତାଙ୍କଠାରୁ ଟ୍ରେନିଂ ନେବାକୁ ଚାହୁଛନ୍ତି।

Advertisment

‘ପଠାନ’ର ସଫଳତା ପରେ ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ’ ଆଉ ‘ଡଙ୍କି’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ମଧ୍ୟ ତାଙ୍କ ଫିଟ୍‌ନେସ୍‌ ପ୍ରତି ଧ୍ୟାନ ଦେଉଥିବାର ନଜର ଆସିଛନ୍ତି, ଯାହା ନିକଟରେ Ask SRK ରେ ସେ ଜଣେଇଥିଲେ। ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ ଶାହାରୁଖ ଖାନ କହିଥିଲେ ଯେ ବର୍ତ୍ତମାନ ସେ ଏହି ଆବସ୍‌କୁ ହଟେଇବାକୁ ଦେବେ ନାହିଁ। ଏଥିପାଇଁ ସେ କଠୋର ବ୍ୟାୟାମ କରୁଛନ୍ତି।

ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ୍‌ଙ୍କ ଅଭିନୀତ ‘ପଠାନ୍’ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ, ଯାହା ଭାରତରେ ୫୦୦ କୋଟିରୁ ଅଧିକ ଏବଂ ବାହାରେ ୧୦୦ କୋଟିରୁ ଅଧିକ ଆୟ କରିଛି।

Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ